ମନ୍ମଥଙ୍କ ପାଇଁ ବଡ଼ ସୁଯୋଗ, ଗେମ୍‌ ଖେଳିବେ ଅପରାଜିତା

ଭୁବନେଶ୍ୱର,୩୦।୩: ବିଜେଡିର ସଂସଦୀୟ କ୍ଷେତ୍ର ପାଇଁ ନୂଆ ଷ୍ଟ୍ରାଟେଜି ଏବେ ସମସ୍ତଙ୍କୁ ତାଜୁବ କରିଛି। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ବିଜେଡିରେ ଯୋଗଦେବାର କେଇ ଘଣ୍ଟା ମଧ୍ୟରେ ତାଙ୍କୁ ଭୁବନେଶ୍ବର ଲୋକ ସଭା ଆସନରେ ପ୍ରାର୍ଥୀ କରିଛି ବିଜେଡି। ରାଜ୍ୟର ସବୁଠୁ ହାଇପ୍ରୋଫାଇଲ ସିଟ୍‌ କୁହାଯାଉଥିବା ଭୁବନେଶ୍ବର ସିଟ୍‌ ପାଇଁ ବିଜେଡିର ଏଭଳି ରଣନୀତି ସମସ୍ତଙ୍କୁ ଚକିତ କରିଛି। ତେବେ ମନ୍ମଥଙ୍କୁ ବିଜେଡି ବାଛିବାର ମୁଖ୍ୟ କାରଣ କଣ ହୋଇଥାଇପାରେ, ତା’କୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଅଙ୍କକଷା ଆରମ୍ଭ କରିଛନ୍ତି।

କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟଙ୍କ ପୁଅ ହେଉଛନ୍ତି ମନ୍ମଥ ରାଉତରାୟ । ମନ୍ମଥ ଏବେ ବିଜେଡି କ୍ୟାମ୍ପରେ ସାମିଲ ହୋଇ ଶଙ୍ଖ ଫୁଙ୍କିଛନ୍ତି । କୁହାଯାଉଛି ବିଜେଡି ପାଇଁ ମନ୍ମଥ ଏକ ବଡ଼ ଆସେଟ । ମନ୍ମଥଙ୍କୁ ପ୍ରାର୍ଥୀ କରି ଲୋକପ୍ରିୟ ଲିଡର ଅପରାଜିତା ଷଡ଼ଙ୍ଗୀଙ୍କୁ କାଉଣ୍ଟର କରିବା ପାଇଁ ନୂଆ ରଣନୀତି କରିଛି ବିଜେଡି ।

ରାଜ୍ୟର ସବୁଠୁ ପଲିଟିକାଲ ହଟସ୍ପଟ୍‌ ଭୁବନେଶ୍ବର ଲୋକ ସଭା ଆସନ । ଆସନ୍ତା ନିର୍ବାଚନରେ ହେବ ପାଇଲଟ ବନାମ ପୂର୍ବତନ ଆଇଏଏସଙ୍କ ମଧ୍ୟରେ ବଡ଼ ଲଢ଼େଇ । ୨୦୧୯ରେ ଭୁବନେଶ୍ବର ଲୋକ ଆଉ କୁହାଯାଉଛି ଭୁବନେଶ୍ବର ଆସନର ରାଜନୈତିକ ଗଣିତକୁ ଓଲଟପାଲଟ କରିବେ ମନ୍ମଥ । ଏବେ ପ୍ରଶ୍ନ ହେଉଛି, ମନ୍ମଥଙ୍କୁ ଲୋକ ସଭା ପ୍ରାର୍ଥୀ ଭାବେ କାହିଁକି ବାଛିଲା ବିଜେଡି ? ବିଜେଡିର ଏଭଳି ନିଷ୍ପତ୍ତି ଏବେକାର ନାଁ ବହୁ ଦିନର ମାନସମନ୍ଥନ ପରେ ମନ୍ମଥଙ୍କୁ ବିଜେଡି ପ୍ରାର୍ଥୀ କରିଛି?

ମନ୍ମଥ ହେଉଛନ୍ତି କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟଙ୍କ ସାନ ପୁଅ । ଖୋର୍ଦ୍ଧା ଜିଲା ଏବଂ ଭୁବନେଶ୍ବର ଲୋକ ସଭା ଅଧୀନରେ ଥିବା କିଛି ନିର୍ବାଚନମଣ୍ଡଳୀରେ ସୁରଙ୍କ ଦବ୍‌ଦବା ରହିଛି । ବାପାଙ୍କ ପରିଚୟ ସହ କଂଗ୍ରେସର ପକେଟ୍‌ ଭୋଟ୍‌ ପୁଅ ମନ୍ମଥ ପାଇଁ ସହାୟକ ହେବ ବୋଲି ବିଡେଜି ମନ୍ମଥଙ୍କୁ ପ୍ରାର୍ଥୀ କରିଥାଇପାରେ ।

୨୦୧୯ରେ ଭୁବନେଶ୍ବର ଲୋକ ସଭା ଆସନରେ ପ୍ରାର୍ଥୀ ଦେଇ ନ ଥିଲା କଂଗ୍ରେସ । ସେତେବେଳେ କଂଗ୍ରେସର ଭୋଟ ଭାଜପା ଖାତାକୁ ଯାଇଥିବାରୁ ବିଜେଡି ନିର୍ବାଚନରେ ହାରିଥିଲା । ଏହି ଷ୍ଟ୍ରାଟେଜିକୁ ନିଜ ପାଖରେ ରଖି କଂଗ୍ରେସ ଭୋଟ ହାତେଇବା ପାଇଁ ବିଜେଡି ମନ୍ମଥଙ୍କୁ ବାଛି ଥାଇପାରେ । ଖୋର୍ଦ୍ଧା ହେଉଛି ପାଇକ ଗଡ଼, ଓଡ଼ିଆଙ୍କ ଅସ୍ମିତାକୁ ପାଖରେ ରଖିବାକୁ ପାଇକ ପୁଅ ମନ୍ମଥଙ୍କୁ ବିଜେଡି ବାଛି ଥାଇପାରେ ।

ରାଜନୀତି ମଇଦାନରେ ନୂଆ ହୋଇଥାଇ ପାରନ୍ତି ମନ୍ମଥ ହେଲେ ବାପା ତଥା କଂଗ୍ରେସର ଲୋକପ୍ରିୟ ନେତା ସୁର ରାଉତରାୟଙ୍କ ପୁଅ ଭାବେ ସେ ଅନେକ ନିର୍ବାଚନରେ ବାପାଙ୍କ ପାଖେ ପାଖେ ରହି କାମ କରିଛନ୍ତି । ପାଖରେ ରହି ରଣନୀତି ଶିଖିଥିବା ମନ୍ମଥଙ୍କୁ ପ୍ରାର୍ଥୀ କରି ଭୁବନେଶ୍ବର ଲୋକ ସଭା ସିଟ ହାତେଇବାକୁ ଯୋଜନା କରୁଥାଇପାରେ ବିଜେଡି ।

ମନ୍ମଥ ହେଉଛନ୍ତି ଯୁବକ, ଉଚ୍ଚଶିକ୍ଷିତ ଏବଂ ଜଣେ ପାଇଲଟ । ରାଜନୀତିରେ ଯୁବ ପିଢ଼ିଙ୍କୁ ସୁଯୋଗ ଦେଇ ଯୁବ ଭୋଟ ହାତେଇବାକୁ ମନ୍ମଥଙ୍କୁ ବିଜେଡି ବାଛିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପଟେ ଭୁବନେଶ୍ବର ଲୋକ ସଭା ଆସନରେ ପ୍ରାର୍ଥୀ ହୋଇଥିବା ମନ୍ମଥ ସମେତ ଦଳୀୟ ନେତା ବି ଏଥର ଜିତିବା ନେଇ ଆଶାବାଦୀ ଅଛନ୍ତି ।

୨୦୧୯ରେ ବ୍ୟୁରୋକ୍ରାସିରୁ ରାଜନୀତିରେ ପାଦ ଥାପି ମାଷ୍ଟରଷ୍ଟ୍ରୋକ ମାରିଥିଲେ ଅପରାଜିତା ଷଡ଼ଙ୍ଗୀ । ୨୦୧୯ରେ ପ୍ରଥମ ଥର ନିର୍ବାଚନ ଲଢ଼ି ପ୍ରାୟ ୨୪ ହଜାର ଭୋଟ ବ୍ୟବଧାନରେ ବିଜେଡିକୁ ଚେକମେଟ୍‌ ଦେଇଥିଲେ ଅପରାଜିତା । ଦ୍ବିତୀୟ ଥର ସଫଳତା ପାଇବା ପାଇଁ ନିଜ ରଣନୀତିକୁ ଅଧିକ କ୍ରିୟାଶିଳ କରିଛନ୍ତି ଅପରାଜିତା । ଗତ ୨୦୧୯ରେ ଭୁବନେଶ୍ବର ଲୋକ ସଭା ଆସନ ଅଧୀନରେ ଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେବଳ ଜଟଣୀ ଆସନରୁ କଂଗ୍ରେସ ଜିତିଥିବା ବେଳେ ବାକି ୬ଟି ଯାକ ଆସନରେ ବାଜିମାତ କରିଥିଲା ବିଜେଡି । ହେଲେ ଅପରାଜିତାଙ୍କ ଲୋକପ୍ରିୟତା କାରଣରୁ ଭୁବନେଶ୍ବର ଲୋକସଭା ଆସନ କବଜା କରିଥିବା ଭାଜପା ।

ଉଭୟ ବିଜେଡି ଓ ଭାଜପାର ଫୋକସ୍‌ରେ ଥିବା ଏହି ହାଇପ୍ରୋଫାଇଲ ଆସନରେ ବାଜିମାତ କରିବାକୁ ୨ ଦଳ ପ୍ରାଣ ମୂର୍ଚ୍ଛା ଉଦ୍ୟମ ବି କରିବେ । ତେବେ ଦଳ ଓ ପ୍ରାର୍ଥୀ ଉଭୟଙ୍କ ପାଇଁ ସମ୍ମାନର ପ୍ରଶ୍ନ ଥିବା ଭୁବନେଶ୍ବର ଲୋକ ସଭା ଆସନର ଏହି ଦୁଇ ପ୍ରାର୍ଥୀ ମନ୍ମଥ ଓ ଅପରାଜିତା କିଏ ବାଜିମାତ କରିବେ ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri