Posted inଜାତୀୟ

ୟୁପିରେ ଭାଜପାକୁ ବଡ଼ ଝଟ୍‌କା, ଅଡୁଆ ବଢାଇଲେ ସହଯୋଗୀ ଦଳ

ନୂଆଦିଲ୍ଲୀ,୨୦।୭: କାଉଡି ଯାତ୍ରାକୁ ନେଇ ୟୁପି ସରକାର ବିବାଦରେ ଫସିଛନ୍ତି। ନିର୍ବାଚନ ପରଠାରୁ ଏନଡିଏର ସହଯୋଗୀମାନେ ଭାରତୀୟ ଜନତା ପାର୍ଟି ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେହିପରି କାଉଡି ଯାତ୍ରା ମଧ୍ୟ ଅସନ୍ତୋଷର କାରଣ ପାଲଟିଛି, ଯାହାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯୋଗୀ ଆଦିତ୍ୟନାଥ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି, ସମସ୍ତ ଦୋକାନ ଏବଂ ଠେଲା ମାଲିକ ସେମାନଙ୍କ ଦୋକାନ ଆଗରେ ସେମାନଙ୍କ ନାମ ଲେଖିବେ, ଯାହାଫଳରେ କାଉଡି ଯାତ୍ରା କରୁଥିବା ଲୋକମାନେ ଜାଣିପାରିବେ ଯେ ସେମାନେ କେଉଁ ଦୋକାନରୁ ସାମଗ୍ରୀ କିଣୁଛନ୍ତି। ଏହି ନାମ ପ୍ଲେଟ ଲଗାଇବା ବାଧ୍ୟତାମୂଳକ ଅଟେ। କେବଳ ଏତିକି ନୁହେଁ, ଦୋକାନ ମାଲିକଙ୍କୁ ନିଜର ପରିଚୟ ପ୍ରକାଶ କରିବା ମଧ୍ୟ ବାଧ୍ୟତାମୂଳକ ଅଟେ।

ଏହି ନିର୍ଦ୍ଦେଶନାମା ପରେ ବିରୋଧୀ ଯୋଗୀ ସରକାରଙ୍କୁ ଘେରିଛନ୍ତି । କେବଳ ଏତିକି ନୁହେଁ ସହଯୋଗୀ ଆରଏଲଡିର ଜୟନ୍ତ ଚୌଧୁରୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଆରଏଲଡି ମୁଖପାତ୍ର ଅନିଲ ଦୁବେ ଏନେଇ କହିଛନ୍ତି, କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ, କିନ୍ତୁ ଲୋକଙ୍କୁ ଦୋକାନରେ ସେମାନଙ୍କ ନାମ ଲେଖିବାକୁ ବାଧ୍ୟ କରିବାର କୌଣସି ଆବଶ୍ୟକତା ନାହିଁ।

ଆରଏଲଡି ସାଧାରଣ ସମ୍ପାଦକ ତ୍ରିଲୋକ ତ୍ୟାଗି ମଧ୍ୟ X ରେ ଅସନ୍ତୋଷ ଝାଡିଛନ୍ତି। ଏହି ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରି ସେ କହିଛନ୍ତି, କ’ଣ ମଦ୍ୟପାନ କରିବା ଦ୍ୱାରା ଧର୍ମନଷ୍ଟ ହୋଇ ନ ଥାଏ? ଏହି ହିସାବରେ ଦେଖିଲେ ମଦବ୍ୟାନ କରିବା ଉଚିତ। କାଉଡି ଯାତ୍ରା ସମୟରେ ମୁସଲମାନେମାନେ ଫୁଲବର୍ଷା କରନ୍ତି।

ପଶ୍ଚିମ ଉତ୍ତରପ୍ରଦେଶରେ ଭାଜପାର କେବଳ ଗୋଟିଏ ସହଯୋଗୀ ଦଳ ଅଛି ଏବଂ ତାହା ହେଉଛି ଆରଏଲଡି। ୟୁପିି ରାଜନୀତିରେ ମୁସଲମାନ ଭୋଟରମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏଭଳି ପରିସ୍ଥିତିରେ ଆରଏଲଡି ଭୟ କରୁଛି ଯେ ଏହି ନିଷ୍ପତ୍ତି ସେମାନଙ୍କ ରାଜନୈତିକ ଦୃଷ୍ଟିକୋଣରୁ ଭୁଲ ଅଟେ ଏବଂ ଏହା ସେମାନଙ୍କର କ୍ଷତି କରିପାରେ। ଏହି କାରଣରୁ ଯୋଗୀ ସରକାରଙ୍କୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ଆରଏଲଡିର ଏହି ବିରୋଧ ପରେ ଯୋଗୀ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବେ କି?


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri