ଅନ୍ତୋଦୟ ଯୋଜନାରେ ବଡ଼ ଘୋଷଣା

ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତ ବର୍ଷ ବଜେଟରେ ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି।

ଅନ୍ତୋଦୟ ଯୋଜନା ପାଇଁ ବଜେଟ ୭ ହଜାର ୫୫୦ କୋଟିର ବ୍ୟୟ ବରାଦ ହୋଇଛି। ପିଏମ ଜନମନ ଯୋଜନାରେ ୨ ଶହ କୋଟି ବଣ୍ଟନ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେବ ୫ ଲକ୍ଷ ଘର ନିର୍ମାଣ ହେବ। ୫ ଲକ୍ଷ ଘର ନିର୍ମାଣ ପାଇଁ ୪ ହଜାର ୫ ଶହ କୋଟି ବଣ୍ଟନ ହେବ।

 

କୃଷି ପାଇଁ ଏଥର ବଜେଟରେ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ।

ରାଜ୍ୟରେ ସମୃଦ୍ଧି, ଅଭିବୃଦ୍ଧି, ରୋଜଗାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ଠାରୁ ସୁଧମୁକ୍ତ ୫୦ ହଜାର କୋଟି ଋଣ ମିଳିଛି। ଭୁବନେଶ୍ବରରେ ଯାନବାହାନ ଭିଡ଼ ରୋକିବାକୁ ୧୩ ହଜାର କୋଟି ରାଜ୍ୟ ସରକାର ବ୍ୟୟ ଅଟକଳ ରଖିଛନ୍ତି। ରାଜ୍ୟ ରାଜପଥକୁ ୪ ଲେନ କରିବାକୁ ନିଷ୍ପତ୍ତି ହୋଇଛି। ନୂଆ କରି ୩ ହଜାର କିମି ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ। NHAI ପରି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ ହେବ। ଗ୍ରାମୀଣ ପରିବହନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନାରେ ୧ ହଜାର ୮୫ କୋଟି ରାଜ୍ୟ ସରକାର ବୟ ବରାଦ କରିଛନ୍ତି।

ଅନ୍ୟପକ୍ଷେ ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ବ୍ୟୟ ଅଟକଳ କରାଯାଇଛି। ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ବରାଦ ହୋଇଛି। ସେହିପରି ଅନ୍ୟାନ୍ୟ ଡ୍ୟାମ ଉନ୍ନତି ପାଇଁ ୫୭ କୋଟି ଖର୍ଚ୍ଚ ହେବ। ଜଳ ସମସ୍ୟା .ନେଇ ନଳକୂପଗୁଡ଼ିକ ପାଇଁ ବଜେଟ୍‌ରେ ୧୧୫୦ କୋଟି ବ୍ୟୟ ଅଟକଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri