ରାଜସ୍ବ ଅମଲା ସଂଘ ପକ୍ଷରୁ ବଡ଼ ଘୋଷଣା: ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର…

ବଲାଙ୍ଗୀର,୧୩।୮(ସୁନିଲ କୁମାର ମହାନ୍ତି): ରାଜସ୍ବ ଅମଲା ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବ ନିର୍ଦ୍ଧାରତ ନିଷ୍ପତ୍ତି ଅନୁଯାୟୀ ସୋମବାରଠାରୁ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଜାରି ରହିଛି। ରାଜ୍ୟର ରାଜସ୍ବ ଅମଲାମାନେ ସାମୂହିକ ଛୁଟିରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅର୍ନିଦ୍ଦିଷ୍ଟ କାଳୀନ ଧାରଣା ଜାରି ରହିଛି। ଏହି ଆନ୍ଦୋଳନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି। ରାଜସ୍ବ ଅମଲା ସଂଘର ନ୍ୟାୟ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅମଲାମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ଆନ୍ଦୋଳନ ସକାଶେ ଗତ ୮ ତାରିଖଠାରୁ ରାଜସ୍ବ ଅମଲାମାନେ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ନିଜ ବିଭାଗୀୟ ଅଧିକାରୀଙ୍କୁ ସମୂହ ଛୁଟି ସକାଶେ ଦରଖାସ୍ତ ପ୍ରଦାନ କରିଥିଲେ। ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି । ଜନସାଧାରଣ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି କହିଥିଲେ।

 

Share
Tags: odisha