ଭୁବନେଶ୍ୱର,୧୭।୭: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ରାଜନୀତି ସରଗରମ ରହିଛି । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଗୋଟିଏ ପଟେ ବିଜେଡି ଆନ୍ଦୋଳନ କରୁଥିବାବେଳେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇ ଆନ୍ଦୋଳନକୁ ଜୋରଦାର କରିଛି। ଏହି ସମୟରେ ଏକ ବଡ଼ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଆସନ୍ତାକାଲି ବାଲେଶ୍ୱର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି। FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ। ୧୮ ଓ ୧୯ ତାରିଖ କମିଟି ତଦନ୍ତ କରିବ ବୋଲି ଜଣାପଡିଛି। ଉପସ୍ଥିତ ରହିବା ପାଇଁ ICC ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛି। ଜୁଲାଇ ୧୩ରେ କମିଟି ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା ।
ସେପଟେ କଲେଜକୁ ଯାଇ ସାଢ଼େ ୩ ଘଣ୍ଟା ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ। ଘଟଣା ନେଇ ୪ ଜଣଙ୍କୁ ପଚରାଉଚରା କରାଯାଇଛି। ICC କମିଟି ସଦସ୍ୟ ଓ କଲେଜ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ହେବକ୍ରାଇମବ୍ରାଞ୍ଚ ଆଇଜି ଏସ ସାଇନି କହିଛନ୍ତି।