ଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ଲାଗୁ ହେବ ନୂଆ ଶିକ୍ଷା ନୀତି

ଭୁବନେଶ୍ୱର,୧୧।୩: ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏନେଇ ସରକାରୀସ୍ତରରେ ଆଲୋଚନା ଚାଲିଛି। ଏପରିକି ବିଭିନ୍ନ କାର୍ଯ୍ୟକ୍ରମରେ ମାଧ୍ୟମରେ ଅଭିଭାବକମାନଙ୍କୁ ଶିକ୍ଷା ନୀତି ଉପରେ ବୁଝାଯାଉଛି। ଆଗକୁ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯିବ ମନ୍ତ୍ରୀ କହିଛନ୍ତି।