ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ ବର୍ଷ ରାଜ୍ୟ ସରକାର ମୂଳ ବଜେଟ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥର କିନ୍ତୁ ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନ କରୁଛନ୍ତି ।

ଚଳିତ ବଜେଟରେ ବହୁ ଘୋଷଣା କରାଯାଇଥିବା ବେଳେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଏଥର ବାହାରୁ ଆସୁଥିବା ଅତିଥିମାନଙ୍କ ପାଇଁ ଜନ ଆଶ୍ରୟ ଭବନ ନିର୍ମାଣ ହେବ ବୋଲି କୁହାଯାଇଛି। ଫଳରେ ଅତିଥିମାନେ ାଉ ବିଶେଷ ଅସୁବିଧାର ସମ୍ମୁଖିନ ହେବେ ନାହିଁ।
ଏହା ବ୍ୟତୀତ ରାଜଧାନୀ ଭୁବନେଶ୍ବରରେ ନୂଆ ସରକାରୀ କୋଠା ନିର୍ମାଣ ନେଇ ଘୋଷଣା କରାଯାଇଛି। ଖାଲି ସେତିକି ନୁହେଁ ନୂତନ ରାଜ୍ୟ ବିଧାନସଭା ସୌଧ, ନୂତନ ସଚିବାଳୟ ଭବନ ମଧ୍ୟ ନିର୍ମାଣ ହେବାକୁ ଘୋଷଣା କରାଯାଇଛି। ବିଶ୍ବମାନର ନୂଆ ସଂଗ୍ରହାଳୟ ଓ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ବି ନିର୍ମାଣ କରାଯିବାକୁ ଘୋଷଣା କରାଯାଇଛି।

Dharitri – Odisha’s No.1 Odia Daily

Share