ବରଗଡ଼ରେ ବଡ଼ ଆକ୍ସନ: ଡ୍ରଗ୍ସ ବିଭାଗ ଜବତ କଲା…

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ)- ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ୍‌ ଖାଇ ୯଼ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ସାରାଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ପରେ ଓଡିଶା ସରକାର ମଧ୍ୟ ଆକ୍ସନ ମୋଡରେ ରହିଛି । ରାଜ୍ୟର ଏହି ଔଷଧ ବିକ୍ରିକୁ ସରକାର ନିଷେଧ କରିଛନ୍ତି। ତେବେ ବରଗଡ଼ ଜିଲାକୁ ମଧ୍ୟ ଏହି ଔଷଧ ଆସିଥିବା ଜଣାପଡିବା ପରେ ସ୍ଥାନୀୟ ଡ୍ରଗ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଶନିବାର ବରଗଡ଼ ସହରର ଏକ ମେଡ଼ିକାଲ ଷ୍ଟୋରରୁ ୧୩୦ କୋଲ୍ଡଡ୍ରିଫ୍ କଫ୍ ସିରପ୍ ଜବତ ହୋଇଛି ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଦିପକ କୁମାର ସିଂ କହିଛନ୍ତି । ସେହିପରି ବରଗଡ଼ ଜିଲାରେ ସେଭଳି ଘଟଣା ଘଟିବାର ଆଶଙ୍କା ନାହିଁ, ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ସିଂ ସୂଚନା ଦେଇଛନ୍ତି।

Share