ବିଧାନସଭା ଶଟ୍‌ଡାଉନ୍‌

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଦିନକ ପାଇଁ ବିଧାନସଭାକୁ ଶୁକ୍ରବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍‌ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଏ ନେଇ ସମସ୍ତ ବୈଠକଗୁଡ଼ିକୁ ବାତିଲ କରାଯାଇଛି। ନୀଳଗିରି ବିଧାୟକ ପଜିଟିଭ୍‌ ପରେ ବୈଠକରେ ଉପସ୍ଥିତ କର୍ମଚାରୀଙ୍କୁ ଛୁଟି ମଧ୍ୟ ଦିଆଯାଇଛି। ଏବେ ସମସ୍ତ କର୍ମଚାରୀଙ୍କ ସ୍ବାବ୍‌ ଟେଷ୍ଟ କରାଯିବ। ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରହିଛି। ଏଣୁ ବିଧାନସଭା କୋଠା ସାନିଟାଇଜ୍‌ ହେବ ବୋଲି ଜଣାପଡ଼ିଛି। ତେବେ ବିଭିନ୍ନ ବିଧାୟକ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ସୋମବାର ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।