ପୁଟିନ୍‌ଙ୍କ ଭୟରେ ଯୁଦ୍ଧ ବିମାନ ଦେବାକୁ ମନାକଲେ ବାଇଡେନ୍‌…

ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନକୁ ପୁଣି ଏକ ବଡ ଝଟକା ମିଳିଛି। ପୋଲାଣ୍ଡର ୨୮ ମିଗ -୨୯ ଯୁଦ୍ଧ ବିମାନ ଯୋଗାଇବା ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। ପୋଲାଣ୍ଡର ମିଗ-୨୯ ଯୁଦ୍ଧ ବିମାନକୁ ଜର୍ମାନୀର ଆମେରିକାର ବାୟୁସେନା ବେସକୁ ସ୍ଥାନାନ୍ତର କରିବାକୁ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି।

ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ପ୍ରବଳ ଯୁଦ୍ଧ ଚାଲିଥିବା ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ଭୟରେ ବାଇଡେନ୍‌ ପଛଘୁଞ୍ଚା ଦେଇଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

ରୁଷିଆ ସୈନ୍ୟ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌କୁ ଘେରି ରହିଛନ୍ତି। ରାଜଧାନୀଠାରୁ ମାତ୍ର କିଛି କିଲୋମିଟର ଦୂରରେ ସେମାନେ ଅଛନ୍ତି। ରୁଷିଆର ମୁକାବିଲା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପାଶ୍ଚାତ୍ୟ ଦେଶଗୁଡିକୁ ଯୁଦ୍ଧ ବିମାନ ଯୋଗାଇବା ପାଇଁ ନିରନ୍ତର ନିବେଦନ କରୁଛନ୍ତି।

ପେଣ୍ଟାଗନ ମୁଖପାତ୍ର ଜନ କିର୍ବି ମଙ୍ଗଳବାର ଏକ ବିବୃତ୍ତିରେ କହିଛନ୍ତି ଯେ ପୋଲାଣ୍ଡର ପ୍ରସ୍ତାବକୁ ଗ୍ରହଣ କରିବାରେ ଆମେରିକା ଅସମର୍ଥ। ଏହି ଯୁଦ୍ଧ ବିମାନଗୁଡ଼ିକୁ ଆମେରିକାର ରାମଷ୍ଟାନ ଏୟାରବେସକୁ ସ୍ଥାନାନ୍ତର କରିବାକୁ ପୋଲାଣ୍ଡ ପ୍ରସ୍ତାବ ଦେଇଥିଲା। ଏହା ପରେ, ସେଠାରୁ ସେଗୁଡ଼ିକୁୁ ରୁଷିଆ ବିରୁଦ୍ଧରେ ୟୁକ୍ରେନକୁ ସାହାଯ୍ୟ କରିବାକୁ ପଠାଯିବା ଉଚିତ ବୋଲି ପୋଲାଣ୍ଡ କହିଥିଲା।

କିର୍ବି କହିଛନ୍ତି ଯେ ଯଦି ଏହି ବିମାନଗୁଡିକ ଜର୍ମାନୀରୁ ୟୁକ୍ରେନର ଯୁଦ୍ଧ ଅଞ୍ଚଳକୁ ପଠାଯାଏ, ତେବେ ଏହା ସମଗ୍ର ନାଟୋ ସହଯୋଗୀ ଦଳ ପାଇଁ ଚିନ୍ତାର ବିଷୟ ହେବ।

ଆମେରିକାର ଅନ୍ୟ ଜଣେ ବୈଦେଶିକ ବ୍ୟାପାର ଅଧିକାରୀ ଭିକ୍ଟୋରିଆ ନୁଲାଣ୍ଡ କହିଛନ୍ତି ଯେ ଏହି ପ୍ରସ୍ତାବ ଦେବା ପୂର୍ବରୁ ପୋଲାଣ୍ଡ ଆମେରିକାର ପରାମର୍ଶ ନେଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ବାଂଲାଦେଶ ହିଂସାକୁ ନେଇ ବଡ଼ ଚେତାବନୀ ଦେଲେ ଶଶି ଥରୁର! କହିଲେ ଏହା ଭାରତ ପାଇଁ…

ନୂଆଦିଲ୍ଲୀ,୨୦।୧୨: ବରିଷ୍ଠ କଂଗ୍ରେସ ନେତା ଏବଂ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ବାଂଲାଦେଶରେ ବଢୁଥିବା ରାଜନୈତିକ ସଙ୍କଟ ସମ୍ପର୍କରେ କଡ଼ା...

ହୃଦଘାତରେ ଚାଲିଗଲା ଜେନେରାଲ ମ୍ୟାନେଜରଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଦାରିଙ୍ଗବାଡି, ୨୦।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଇକୋ ରିଟ୍ରିଟରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ସୁମନ୍ତ ସରକାରଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri