ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି ଶକ୍ତି ଦୁର୍ବଳ ହେବା କାରଣରୁ ଜୋ ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଞ୍ଚ ଶେୟାର କରୁଥିବା ବେଳେ ଭୁଲିଯିବାର ସମସ୍ୟା ସାମ୍ନାକୁ ଆସିଥିଲା। ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିଚୟ ଦେବାର ଥିଲା କିନ୍ତୁ ସେ ତାହା ଭୁଲି ଯାଇଥିଲେ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡେଲାୱେରରେ କ୍ୱାଡ ନେତାଙ୍କ ସହ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିଚିତ କରାଇବାରେ ଭୁଲ କରିଛନ୍ତି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ‘କ୍ୟାନସର ମୁନଶଟ’ ଇନିସିଏଟିଭ ଲଞ୍ଚ କରିବାର ଥିଲା। ଯାହାର ଉଦ୍ଦେଶ୍ୟ ହେଉଛି ଇଣ୍ଡୋ-ପାସିଫିକ ଅଞ୍ଚଳରେ କ୍ୟାନସର ବୋଝକୁ କମ୍‌ କରିବା।
ଯେତେବେଳେ ବାଇଡେନଙ୍କୁ ମୋଦିଙ୍କ ପରିଚୟ ଦେବାକୁ ପଡିଲା, ସେତେବେଳେ ସେ ଦ୍ୱନ୍ଦ୍ୱରେ ପଡ଼ି ପଚାରିଥିଲେ ମୁଁ ପରବର୍ତ୍ତୀ ସମୟରେ କାହାର ପରିଚୟ ଦେଉଛି? ଏହା ଉପରେ କାର୍ଯ୍ୟକ୍ରମ ସଂଚାଳକ ତୁରନ୍ତ ପିଏମ ମୋଦିଙ୍କ ନାମ ନେଇଥିଲେ। ତା’ପରେ ଜୋ ବେଇଡେନ ମୋଦିଙ୍କ ପରିଚିୟ ଦେଇଥିଲେ।
ନିକଟ ଅତୀତରେ, ଏହିପରି ଅନେକ ଘଟଣା ବେଇଡେନଙ୍କ ସାମ୍ନାକୁ ଆସିଛି ଯେଉଁଠାରେ ସେ ସାଧାରଣ କାର୍ଯ୍ୟକ୍ରମରେ ଶବ୍ଦ ସମ୍ବନ୍ଧରେ ବିରାମ କିମ୍ବା ଭୁଲିଯିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଚଳିତ ବର୍ଷ ଜୁଲାଇରେ ନାଟୋ ଶିଖର ସମ୍ମିଳନୀରେ ସେ ଭୁଲରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବରେ ସମ୍ବୋଧିତ କରିଥିଲେ। ଏହା ବ୍ୟତୀତ ରାଷ୍ଟ୍ରପତି ବାଇଡେନଙ୍କ ପ୍ରଥମ ରାଷ୍ଟ୍ରପତି ବିତର୍କରେ ଉପସ୍ଥାପନା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା, ଯେଉଁଥିରେ ସେ ବେଳେବେଳେ ଶବ୍ଦଗୁଡ଼ିକୁ ସଠିକ ଭାବରେ ଉଚ୍ଚାରଣ କରିନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri