ଭୁବନେଶ୍ୱର,୧୭।୫: ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ। ବିଜେଡି କମିଟି ଓ ପିଏସ୍ସିରୁ ବାଦ୍ ପଡ଼ିବା ପରେ ବିଜେଡିକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୂପିନ୍ଦର । ସେ କହିଛନ୍ତି, ଏବେ IPL ଚାଲିଛି। ଭଲ ପ୍ଲେୟାର୍ଙ୍କୁ ସମସ୍ତେ ନେବାକୁ ଚାହିଁବେ। ମୁଁ ଗୋଟେ ଭଲ ପ୍ଲେୟାର୍, ମୋ ପାଖରେ ସମର୍ଥନ ଅଛି। ଏବେ ମୋତେ କଂଗ୍ରେସରୁ ଅଫର୍ ଆସିଲାଣି। ୨୪ ନିର୍ବାଚନରେ ଭାଜପା ଅଫର୍ ଦେଇଥିଲା, ଏବେବି ଦେଉଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ସେ କହିଛନ୍ତି, କଳାହାଣ୍ଡିରେ କଂଗ୍ରେସକୁ ଆମେ ମଜବୁତ କରିଛୁ। କଂଗ୍ରେସ ଯାଉଛନ୍ତି କି ଏହାର ପ୍ରଶ୍ନରେ ସେ କହିଛନ୍ତି, ଭବିଷ୍ୟତକୁ କାହିଁକି ଯାଉଛ।