ଭୁବନେଶ୍ୱର-ଜୟପୁରକୁ ପରୀକ୍ଷାମୂଳକ ବିମାନ ଉଡାଣ

ଭୁବନେଶ୍ୱର,୩।୮(ବ୍ୟୁରୋ): ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ବୁଧବାର ପରୀକ୍ଷାମୂଳକ ବିମାନ ଉଡାଣ କରାଯାଇଛି। ଇଣ୍ଡିଆ ଏୟାର ଓ୍ବାନ୍‌ ବିମାନଟି ବିନା ଯାତ୍ରୀରେ କେବଳ ବିମାନ କର୍ମଚାରୀଙ୍କୁ ନେଇ ଉଡିଥିବା ଜଣାପଡ଼ିଛି। ଦିନ ୧୦.୩୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛାଡିଥିଲା। ତେବେ ଭୁବନେଶ୍ୱର ଜୟପୁରକୁ ୪୫ ମିନିଟ୍‌ ଲାଗିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।