ଖାଦ୍ୟ ମାନ ପାଇଁ ଭୁବନେଶ୍ୱର ଏସ୍‌ଏଫ୍‌ଟିଏଲ୍‌ ଭରସା

କେନ୍ଦ୍ରାପଡ଼ା,୧୩ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଖାଦ୍ୟର ମାନ ପରୀକ୍ଷା ସମ୍ଭବ ନୁହେଁ। ପରୀକ୍ଷାଗାର ନ ଥିବାରୁ ଜିଲାବାସୀ ବାସି ଖାଦ୍ୟଠାରୁ ଆରମ୍ଭ କରି ଅପମିଶ୍ରିତ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଏହି ଜିଲାରେ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳିସ୍ଥିତ ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ କୁମାର ବେହେରା ଜିଲା ପ୍ରଶାସନଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧୀକରଣ ନିକଟରେ ଦାବି ଜଣାଇଥିଲେ। ତେବେ ଏ ସମ୍ପର୍କରେ ବିଭିନ୍ନ କାର୍ଯ୍ୟାଳୟରୁ ଆସିଥିବା ଚିଠି ଜିଲାବାସୀଙ୍କ ପାଇଁ ସୁଖକର ନୁହେଁ। ଖାଦ୍ୟର ମାନ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥ ଷ୍ଟେଟ ଫୁଡ ଟେଷ୍ଟିଂ ଲାବରେଟୋରି (ଏସ୍‌ଏଫ୍‌ଟିଏଲ୍‌) ଉପରେ ନିର୍ଭର କରିବାକୁ ପରୋକ୍ଷରେ ଦର୍ଶାଯାଇଛି। ସେହିପରି ପାନୀୟ ଜଳ, ଆଇସ୍‌କ୍ରିମ ଆଦି ଉତ୍ପାଦନ ପାଇଁ ଜିଲାରେ ମାତ୍ର ୨ଟି ସଂସ୍ଥାକୁ ଅନୁମତି ଦିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଉତ୍ପାଦନ ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ଫୁଡ ପଏଜନିଂ ସମସ୍ୟା ଦେଖାଦେଉଛି। ତୁରନ୍ତ ଏହି ଜିଲାରେ ଖାଦ୍ୟର ମାନ ପରୀକ୍ଷା ପାଇଁ ପରୀକ୍ଷାଗାର ସ୍ଥାପନ ଦାବି ହୋଇଛି।
ଏ ସମ୍ପର୍କରେ ଯୁବକ ସଂଘ ସଭାପତି ଗୌତମ କୁମାର ବେହେରା, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି, ସାମାଜିକ କର୍ମୀ ଅସିତ କୁମାର ପଣ୍ଡା, ଗୃହିଣୀ ବାସନ୍ତି ମହାପାତ୍ର, ଅଧ୍ୟାପକ କ୍ଷିତୀଶ କୁମାର ସିଂହ ପ୍ରମୁଖ କହିଛନ୍ତି, ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାର ଅଧିବାସୀ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳିସ୍ଥିତ ମା’ ସଙ୍କଟ ତାରିଣୀ ମନ୍ଦିରର ପ୍ରସାଦ ଖାଇ ୩୦ ପରିବାରର ୫୦ରୁ ଊର୍ଦ୍ଧ୍ୱ ଲୋକ ୨୦୨୦ ଜାନୁୟାରୀ ୨୩ରେ ଝାଡ଼ାବାନ୍ତି ରୋଗ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାଟିଆଠାରେ ୨୦୨୧ ଫେବୃୟାରୀ ୨୧ରେ ପ୍ରାୟ ୧୦୦ ଲୋକ ବିବାହ ଭୋଜି ଖାଇ ଅସୁସ୍ଥ ହୋଇଥିଲେ। ଗତ ଜୁଲାଇ ୭ରେ ଏହିପରି ଘଟଣା ଗରଦପୁର ବ୍ଲକ ପାଖଡ଼ ପଞ୍ଚାୟତ ନୂଆପଡାଠାରେ ଦେଖିବାକୁ ମିଳିଥିଲା। ଫୁଡ୍‌ ପଏଜନିଂର ଶିକାର ପ୍ରାୟ ୪୦ ଲୋକ ହୋଇଥିଲେ। ବଜାରରେ ଏବେ ନକଲି ଖାଦ୍ୟ ସାମଗ୍ରୀ ଭରପୂର ହୋଇଥିବା ଦେଖିବାକୁ ମିଳୁଛି। ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନ, ଠେଲାଗାଡ଼ି ଆଦିରେ ଏବେ ଖାଦ୍ୟର ମାନକୁ ନେଇ ସାଧାରଣ ଲୋକେ ଚିନ୍ତାରେ ଅଛନ୍ତି। ସେହିପରି ବଜାରରେ ମିଳୁଥିବା ଆଇସକ୍ରିମ, ପାଣି ବୋତଲ, ପାଉଚଠାରୁ ଆରମ୍ଭ କରି ରୋଗୀ ପାଇଁ ଅତି ଆବଶ୍ୟକ ପାଉଁରୁଟିର ମାନକୁ ନେଇ ଦ୍ୱନ୍ଦ୍ୱ ଅଛି। ଅଙ୍ଗନୱାଡି ଛତୁଆ ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସୁଛି। ଦେଶର ଭବିଷ୍ୟତ ଥିବା ଶିଶୁଙ୍କୁ କେଉଁ ପ୍ରକାର ଖାଦ୍ୟ ଦିଆଯାଉଛି, ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। କେନ୍ଦ୍ରାପଡ଼ାରେ ପରୀକ୍ଷାଗାର ହୋଇଥିଲେ, ଏ ନେଇ ସାଧାରଣ ଲୋକେ ଖାଦ୍ୟର ମାନ ପରୀକ୍ଷା କରିପାରିଥାନ୍ତେ। ଖାଦ୍ୟ ନିରାପତ୍ତା କମିଶନର ଡ. ପ୍ରେମା ଟୁଡୁଙ୍କଠାରୁ ଫେବୃୟାରୀ ୧୦ରେ ମିଳିଥିବା ଚିଠି ନଂ. ୨୦୮୨ ଅନୁସାରେ ଏହି ଜିଲାରେ ପରୀକ୍ଷାଗାର ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି କେବଳ ପରୀକ୍ଷାଗାର ଉନ୍ନତୀକରଣ ପାଇଁ ସହଯୋଗ ଦିଏ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଡ. ଶକ୍ତିପ୍ରସାଦ ମିଶ୍ରଙ୍କ ଗତ ୬ ତାରିଖ ଚିଠି ନଂ. ୭୩୨ ଅନୁସାରେ ଭୁବନେଶ୍ୱରସ୍ଥ ଏସ୍‌ଏଫ୍‌ଟିଏଲ୍‌କୁ ମାନ ପରୀକ୍ଷା ପାଇଁ ବ୍ୟବସ୍ଥା ଥିବା ଦର୍ଶାଯାଇଛି। ଯାହା କେନ୍ଦ୍ରାପଡ଼ା ଜିଲାରେ ପରୀକ୍ଷାଗାର ନିର୍ମାଣ ପାଇଁ କୌଣସି ଯୋଜନା ନ ଥିବା ଦର୍ଶାଉଛି। ସେହିପରି କେନ୍ଦ୍ରାପଡ଼ା ସିଡିଏମ୍‌ଓଙ୍କଠାରୁ ଜିଲାପାଳଙ୍କ ସେପ୍ଟେମ୍ବର ୧୩ ତାରିଖ ଚିଠି ନଂ. ୧୨୦୭୮ ଅନୁସାରେ ଜିଲାର ରୟାଲ କ୍ଲିଫ ବେଭରେଜେସ୍‌ ଓ ଲକ୍ଷ୍ମୀବରାହ ବେଭରେଜସ୍‌କୁ ପାଣି ଜାର ବିକ୍ରି ପାଇଁ ଅନୁମତି ମିଳିଛି। ଚିଠିରେ ମାତ୍ର ୨ ସଂସ୍ଥା ଥିବାବେଳେ ଜିଲାରେ ଏବେ ବହୁ ପରିମାଣରେ ପାଣି ପାଉଚଠାରୁ ଆରମ୍ଭ କରି ଆଇସକ୍ରିମ ଫ୍ୟାକ୍ଟ୍ରି ଚାଲିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ଜନସଚେତନତା ସହ ଜନ ଆନ୍ଦୋଳନ ହେବ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri