ଖାଦ୍ୟ ମାନ ପାଇଁ ଭୁବନେଶ୍ୱର ଏସ୍‌ଏଫ୍‌ଟିଏଲ୍‌ ଭରସା

କେନ୍ଦ୍ରାପଡ଼ା,୧୩ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଖାଦ୍ୟର ମାନ ପରୀକ୍ଷା ସମ୍ଭବ ନୁହେଁ। ପରୀକ୍ଷାଗାର ନ ଥିବାରୁ ଜିଲାବାସୀ ବାସି ଖାଦ୍ୟଠାରୁ ଆରମ୍ଭ କରି ଅପମିଶ୍ରିତ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଏହି ଜିଲାରେ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳିସ୍ଥିତ ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ କୁମାର ବେହେରା ଜିଲା ପ୍ରଶାସନଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧୀକରଣ ନିକଟରେ ଦାବି ଜଣାଇଥିଲେ। ତେବେ ଏ ସମ୍ପର୍କରେ ବିଭିନ୍ନ କାର୍ଯ୍ୟାଳୟରୁ ଆସିଥିବା ଚିଠି ଜିଲାବାସୀଙ୍କ ପାଇଁ ସୁଖକର ନୁହେଁ। ଖାଦ୍ୟର ମାନ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥ ଷ୍ଟେଟ ଫୁଡ ଟେଷ୍ଟିଂ ଲାବରେଟୋରି (ଏସ୍‌ଏଫ୍‌ଟିଏଲ୍‌) ଉପରେ ନିର୍ଭର କରିବାକୁ ପରୋକ୍ଷରେ ଦର୍ଶାଯାଇଛି। ସେହିପରି ପାନୀୟ ଜଳ, ଆଇସ୍‌କ୍ରିମ ଆଦି ଉତ୍ପାଦନ ପାଇଁ ଜିଲାରେ ମାତ୍ର ୨ଟି ସଂସ୍ଥାକୁ ଅନୁମତି ଦିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଉତ୍ପାଦନ ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ଫୁଡ ପଏଜନିଂ ସମସ୍ୟା ଦେଖାଦେଉଛି। ତୁରନ୍ତ ଏହି ଜିଲାରେ ଖାଦ୍ୟର ମାନ ପରୀକ୍ଷା ପାଇଁ ପରୀକ୍ଷାଗାର ସ୍ଥାପନ ଦାବି ହୋଇଛି।
ଏ ସମ୍ପର୍କରେ ଯୁବକ ସଂଘ ସଭାପତି ଗୌତମ କୁମାର ବେହେରା, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି, ସାମାଜିକ କର୍ମୀ ଅସିତ କୁମାର ପଣ୍ଡା, ଗୃହିଣୀ ବାସନ୍ତି ମହାପାତ୍ର, ଅଧ୍ୟାପକ କ୍ଷିତୀଶ କୁମାର ସିଂହ ପ୍ରମୁଖ କହିଛନ୍ତି, ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାର ଅଧିବାସୀ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳିସ୍ଥିତ ମା’ ସଙ୍କଟ ତାରିଣୀ ମନ୍ଦିରର ପ୍ରସାଦ ଖାଇ ୩୦ ପରିବାରର ୫୦ରୁ ଊର୍ଦ୍ଧ୍ୱ ଲୋକ ୨୦୨୦ ଜାନୁୟାରୀ ୨୩ରେ ଝାଡ଼ାବାନ୍ତି ରୋଗ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାଟିଆଠାରେ ୨୦୨୧ ଫେବୃୟାରୀ ୨୧ରେ ପ୍ରାୟ ୧୦୦ ଲୋକ ବିବାହ ଭୋଜି ଖାଇ ଅସୁସ୍ଥ ହୋଇଥିଲେ। ଗତ ଜୁଲାଇ ୭ରେ ଏହିପରି ଘଟଣା ଗରଦପୁର ବ୍ଲକ ପାଖଡ଼ ପଞ୍ଚାୟତ ନୂଆପଡାଠାରେ ଦେଖିବାକୁ ମିଳିଥିଲା। ଫୁଡ୍‌ ପଏଜନିଂର ଶିକାର ପ୍ରାୟ ୪୦ ଲୋକ ହୋଇଥିଲେ। ବଜାରରେ ଏବେ ନକଲି ଖାଦ୍ୟ ସାମଗ୍ରୀ ଭରପୂର ହୋଇଥିବା ଦେଖିବାକୁ ମିଳୁଛି। ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନ, ଠେଲାଗାଡ଼ି ଆଦିରେ ଏବେ ଖାଦ୍ୟର ମାନକୁ ନେଇ ସାଧାରଣ ଲୋକେ ଚିନ୍ତାରେ ଅଛନ୍ତି। ସେହିପରି ବଜାରରେ ମିଳୁଥିବା ଆଇସକ୍ରିମ, ପାଣି ବୋତଲ, ପାଉଚଠାରୁ ଆରମ୍ଭ କରି ରୋଗୀ ପାଇଁ ଅତି ଆବଶ୍ୟକ ପାଉଁରୁଟିର ମାନକୁ ନେଇ ଦ୍ୱନ୍ଦ୍ୱ ଅଛି। ଅଙ୍ଗନୱାଡି ଛତୁଆ ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସୁଛି। ଦେଶର ଭବିଷ୍ୟତ ଥିବା ଶିଶୁଙ୍କୁ କେଉଁ ପ୍ରକାର ଖାଦ୍ୟ ଦିଆଯାଉଛି, ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। କେନ୍ଦ୍ରାପଡ଼ାରେ ପରୀକ୍ଷାଗାର ହୋଇଥିଲେ, ଏ ନେଇ ସାଧାରଣ ଲୋକେ ଖାଦ୍ୟର ମାନ ପରୀକ୍ଷା କରିପାରିଥାନ୍ତେ। ଖାଦ୍ୟ ନିରାପତ୍ତା କମିଶନର ଡ. ପ୍ରେମା ଟୁଡୁଙ୍କଠାରୁ ଫେବୃୟାରୀ ୧୦ରେ ମିଳିଥିବା ଚିଠି ନଂ. ୨୦୮୨ ଅନୁସାରେ ଏହି ଜିଲାରେ ପରୀକ୍ଷାଗାର ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି କେବଳ ପରୀକ୍ଷାଗାର ଉନ୍ନତୀକରଣ ପାଇଁ ସହଯୋଗ ଦିଏ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଡ. ଶକ୍ତିପ୍ରସାଦ ମିଶ୍ରଙ୍କ ଗତ ୬ ତାରିଖ ଚିଠି ନଂ. ୭୩୨ ଅନୁସାରେ ଭୁବନେଶ୍ୱରସ୍ଥ ଏସ୍‌ଏଫ୍‌ଟିଏଲ୍‌କୁ ମାନ ପରୀକ୍ଷା ପାଇଁ ବ୍ୟବସ୍ଥା ଥିବା ଦର୍ଶାଯାଇଛି। ଯାହା କେନ୍ଦ୍ରାପଡ଼ା ଜିଲାରେ ପରୀକ୍ଷାଗାର ନିର୍ମାଣ ପାଇଁ କୌଣସି ଯୋଜନା ନ ଥିବା ଦର୍ଶାଉଛି। ସେହିପରି କେନ୍ଦ୍ରାପଡ଼ା ସିଡିଏମ୍‌ଓଙ୍କଠାରୁ ଜିଲାପାଳଙ୍କ ସେପ୍ଟେମ୍ବର ୧୩ ତାରିଖ ଚିଠି ନଂ. ୧୨୦୭୮ ଅନୁସାରେ ଜିଲାର ରୟାଲ କ୍ଲିଫ ବେଭରେଜେସ୍‌ ଓ ଲକ୍ଷ୍ମୀବରାହ ବେଭରେଜସ୍‌କୁ ପାଣି ଜାର ବିକ୍ରି ପାଇଁ ଅନୁମତି ମିଳିଛି। ଚିଠିରେ ମାତ୍ର ୨ ସଂସ୍ଥା ଥିବାବେଳେ ଜିଲାରେ ଏବେ ବହୁ ପରିମାଣରେ ପାଣି ପାଉଚଠାରୁ ଆରମ୍ଭ କରି ଆଇସକ୍ରିମ ଫ୍ୟାକ୍ଟ୍ରି ଚାଲିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ଜନସଚେତନତା ସହ ଜନ ଆନ୍ଦୋଳନ ହେବ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri