ଭୁବନେଶ୍ୱର,୨୫।୧୧: ପ୍ରେମିକାକୁ ଖୁସି କରିବା ନିଶାରେ ଜଣେ ଯୁବକ ରାଜଧାନୀରେ ବାଇକ୍ ଚୋରି କରି ପୋଲିସ ଜାଲରେ ଧରାପଡ଼ିଛନ୍ତି। ଏହି ପ୍ରେମ ହିଁ ତାଙ୍କୁ ବାଇକ୍ ଚୋର ସଜାଇ ଶେଷରେ ଜେଲ୍କୁ ଟାଣିଛି।
ଅଭିଯୁକ୍ତ ଯୁବକ ଜଣକ ତାଙ୍କ ଗାର୍ଲଫ୍ରେଣ୍ଡ ପାଇଁ ଏକ ସୁପର ବାଇକ୍ ଚୋରି କରିଥିଲେ। ଚୋରି ବାଇକ୍ରେ ଗାର୍ଲଫ୍ରେଣ୍ଡକୁ ବସାଇ ରାଜଧାନୀରେ ବୁଲାଉଥିବା ବେଳେ ପୋଲିସ ତାଙ୍କୁ ପିଛା କରିଥିଲା। ପରେ ଦୁହେଁ ସହରସାରା ବୁଲି ଆଇଜି ପାର୍କରେ ସମୟ ବିତାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା।
ପୋଲିସ ଚୋରି ହୋଇଥିବା ସୁପର ବାଇକ୍କୁ ଜବତ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି। ତେବେ ପଚରାଉଚରା ପରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଛାଡ଼ି ଦିଆଯାଇଛି।