ଭୁବନେଶ୍ବର,୧୫ା୩: ୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ପବନ ସମ୍ଭାବନା । ଏହାସହ ରାଜଧାନୀ ଭୁବନେଶ୍ବରକୁ ମଧ୍ୟ ଓ୍ବାର୍ନିଂ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼,ଖୋର୍ଦ୍ଧା, କନ୍ଧମାଳ, କୋରାପୁଟ, ଗଞ୍ଜାମ ଜିଲାକୁ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।
କହିରଖୁଛୁ କି, କରଞ୍ଜିଆ କିଆ ଗାଁରେ ଘୂର୍ଣ୍ଣିଝଡ଼ ତାଣ୍ଡବ ଦେଖାଦେଇଛି । ପବନ ବର୍ଷାରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ପବନ ଏତେ ଭୟଙ୍କର ଥିଲା ଯେ, ପବନରେ ବାଇକ ଏବଂ ଅଟୋ ମଧ୍ୟ ଉଡ଼ି ଯାଇଥିବା ସୂଚନା ରହିଛି । ଅନେକ ସ୍ଥାନରେ ଗଛ ପଡିଥିବା ଦେଖାଯାଇଛି ।
ଉତ୍ତର-ପୂର୍ବ ଉତ୍ତରପ୍ରଦେଶର ମଧ୍ୟଭାଗରୁ ଛତିଶଗଡ଼ ଉତ୍ତରପ୍ରଦେଶର ମଧ୍ୟଭାଗରୁ ଛତିଶଗଡ଼ ଦେଇ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଥିବା ଟ୍ରଫ୍ ଜାରି ରହିଛି। ଏହା ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହିତ ବିଭିନ୍ନ ସ୍ଥାନରେ ପବନ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ଝାରସୁଗୁଡ଼ା ଓ ସମ୍ୱଲପୁର ଜିଲାକୁ ହିଟ୍ ଓ୍ୱେଭ୍ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସୋମବାର ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ବର୍ଷା ହେବାକୁ ଥିବାବେଳେ ରାୟଗଡ଼ା, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ନିଂ ଦିଆଯାଇଛି।

