ଭୁବନେଶ୍ୱର, ୧୩।୧: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପାଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ତେବେ ଜାତୀୟ ରାଜପଥରେ ଦୁର୍ଘଟଣା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।