ଚୋରି କରି ଧରାପଡିଲେ ଭୋଜପୁରୀ ଅଭିନେତ୍ରୀ, ମାଗୁଛନ୍ତି ଭିକ,ଦିନେ ଥିଲେ ନିର୍ଦ୍ଦେଶକଙ୍କ ପ୍ରଥମ ପ୍ରସନ୍ଦ…

ମୁମ୍ବାଇ : ଲୋକମାନେ ନିଜ କ୍ୟାରିୟର କରିବାକୁ ଚଳଚ୍ଚିତ୍ର ଜଗତକୁ ଆସନ୍ତି, କିନ୍ତୁ କିଛି ଲୋକ ସଫଳ ହୁଅନ୍ତି ଏବଂ କିଛି ଲୋକ ନିରାଶ ହୁଅନ୍ତି। ବଲିଉଡ ଠାରୁ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହା ଘଟେ। ଭୋଜପୁରୀ ସିନେମାର ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି ମିତାଲି ଶର୍ମା।ଏକ ସମୟରେ ସେ ଭୋଜପୁରୀ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ଜୀବନ ଦୁର୍ଦିନ ଦେଇ ଗତି କରୁଛି। ପରିସ୍ଥିତି ଏପରି ହୋଇଛି ସେ ମୁମ୍ବାଇର ଲୋଖଣ୍ଡୱାଲା ରାସ୍ତାରେ ଭିକ ମାଗିବା ଆରମ୍ଭ କରିଛନ୍ତି।

କିଛି ସମୟ ପୂର୍ବରୁ ମିତାଲି ଶର୍ମାଙ୍କ ବିଷୟରେ ଖବର ଆସିଥିଲା ସେ ମୁମ୍ବାଇର ଲୋଖଣ୍ଡୱାଲା ରାସ୍ତାରେ ଚୋରି କରି ଧରାପଡିଥିଲେ। ଖବର ଆସିଥିଲା ପ୍ରାୟ ସାତ ବର୍ଷ ପୂର୍ବେ ଓଶିୱାରା ପୋଲିସ ତାଙ୍କୁ ଗିରଫ କରିଥିଲା। କୁହାଯାଏ ମିତାଲି ପ୍ରଥମେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ପରେ ତାଙ୍କୁ କାମୁଡି ପଳାଇବାକୁ ଚେଷ୍ଟା କରିଥିଲେ।

ଅନ୍ୟ ସମସ୍ତଙ୍କ ପରି ମିତାଲି ମଧ୍ୟ ହିରୋଇନ ହେବାର ସ୍ବପ୍ନ ଦେଖିଥିଲେ। ଏହି କାରଣରୁ ସେ ନିଜ ପରିବାର ଛାଡି ନିଜ ଭାଗ୍ୟ ପରୀକ୍ଷା କରିବାକୁ ମୁମ୍ବାଇ ଆସିଥିଲେ। ତାଙ୍କର ଜିଦ ଯୋଗୁ ପରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ପରିତ୍ୟାଗ କରିଥିଲେ। ମୁମ୍ବାଇରେ କିଛି ଚଳଚ୍ଚିତ୍ର କରିବା ଏବଂ ମଡେଲିଂ କରିବା ପରେ ସେ ଗତ କିଛି ମାସ ଧରି କାମ ପାଇ ନ ଥିଲେ ଏବଂ ଟଙ୍କା ଅଭାବରୁ ସେ ଡିପ୍ରେଶନରେ ଯାଇଥିଲେ। ତାଙ୍କ ଅବସ୍ଥାକୁ ଦେଖି ଅନୁମାନ କରାଯାଇପାରେ ସେ ଉପଯୁକ୍ତ ଖାଦ୍ୟ ମଧ୍ୟ ପାଉନାହାନ୍ତି।

ଯେତେବେଳେ ପୋଲିସ ତାଙ୍କୁ ଧରି ପୋଲିସ ଷ୍ଟେଶନକୁ ଆଣିଲା, ମିତାଲି ପ୍ରଥମେ ଅନୁରୋଧ କରିଥିଲେ ମୋତେ ଖାଦ୍ୟ ଦିଅ। କୁହାଯାଉଛି ତାଙ୍କ ଅବସ୍ଥାକୁ ବିଚାର କରି ପୋଲିସ ତାଙ୍କୁ ଠାଣେରେ ଥିବା ମାନସିକ ଆଶ୍ରୟସ୍ଥଳରେ ଭର୍ତ୍ତି କରିଥିଲା ଏବଂ ବର୍ତ୍ତମାନ ସେ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ ଅଧିକ ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri