ଅପେକ୍ଷାରେ ଭିତରକନିକାକୁ ବିଶ୍ୱ ଐତିହ୍ୟ ମାନ୍ୟତା

କେନ୍ଦ୍ରାପଡ଼ା, ୧୯ା୯ (ଜଗନ୍ନାଥ ଧଳ): ସାଉଦି ଆରବ ବିଶ୍ୱ ଐତିହ୍ୟ କମିଟିର ୪୫ତମ ବୈଠକରେ ପଶ୍ଚିମବଙ୍ଗର ଶାନ୍ତି ନିକେତନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିବା ସୂଚନା ମିଳିଛି। ଏହାପୂର୍ବରୁ ପ୍ରାକୃତିକ ବିବିଧତା ଭରା ଜାତୀୟ ଉଦ୍ୟାନ ଭିତରକନିକାକୁ ଏହି ତାଲିକାରେ ସ୍ଥାନ ପାଇଁ ଉଦ୍ୟମ ହୋଇଥିଲା। ତେବେ ହେନ୍ତାଳବଣର ପରିଚାଳନାଗତ ତ୍ରୁଟି ପାଇଁ ଏହା ସମ୍ଭବ ହୋଇନାହିଁ। ଏ ସମ୍ପର୍କରେ ଜନ ଅଧିକାର ମଞ୍ଚ ସଭାପତି ଭୁବନମୋହନ ଜେନା କହିଛନ୍ତି, ମହାନଦୀ, ବାହ୍ମଣୀ ଓ ବୈତରଣୀ ଅବବାହିକାରେ ଥିବା ଭିତରକନିକାର ଜୈବ ବିବିଧତା ବିଶ୍ୱ ପ୍ରସିଦ୍ଧ। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳୀ, ବହୁଳ ଲୁଣା କୁମ୍ଭୀର, ଦେଶୀ ବିଦେଶୀ ପକ୍ଷୀଙ୍କ ସମାହାର, ହେନ୍ତାଳବଣ ଆଦି ଗବେଷକଙ୍କ ପାଇଁ ଏହି ଆର୍ଦ୍ରଭୂମି ଗବେଷଣାଗାର ହୋଇଛି। ଏହା ବ୍ୟତୀତ ଏହି ବନାଞ୍ଚଳକୁ ୧୯୭୫ରେ ସଂରକ୍ଷିତ କରାଯାଇଥିବା ବେଳେ ୧୯୯୮ରେ ଜାତୀୟ ଉଦ୍ୟାନ ଓ ୨୦୦୨ରେ ଅନ୍ତର୍ଜାତୀୟ ମାନ୍ୟତା (ରାମସାର ସାଇଟ) ମିଳିଛି। ଏହାସତ୍ତ୍ୱେ ପରିଚାଳନାଗତ ତ୍ରୁଟି ପାଇଁ ୨୦୧୭ରେ ବିଶ୍ୱ ଐତିହ୍ୟ ତାଲିକାରୁ ବଞ୍ଚତ୍ତ ହୋଇଛି। ଏପରିକି ଏହି ମାନ୍ୟତା ପାଇଁ ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌)ର ୪୦ତମ ବୈଠକରେ ବିଭିନ୍ନ କାରଣ ଦର୍ଶାଇ ସମାଲୋଚନାର ଶିକାର ହୋଇଛି। ସେହିପରି ୨୦୧୯ରେ ଜାତୀୟ ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ଭିତରକନିକା ସାମିଲ ହୋଇପାରିନାହିଁ। ଏହାର କାରଣ ଖୋଜି ସମସ୍ୟାର ସମାଧାନ ହେବା କଥା। ତେବେ ଏ ନେଇ ପ୍ରଶାସନ ଅଥବା ରାଜ୍ୟ ସରକାର ତପତ୍ରତା ଦେଖାଉ ନ ଥିବାରୁ ଜାତୀୟ ଉଦ୍ୟାନ ମାନ୍ୟତା ଏବେ ସଙ୍କଟରେ ବୋଲି ସେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ ପ୍ରମୁଖ କହିଛନ୍ତି, ଭିତରକନିକାର ଆତ୍ମା ହେଉଛି ହେନ୍ତାଳବଣ। ଏହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମୁଦ୍ରର ପ୍ରାଚୀର ଭାବେ କେବଳ କାର୍ଯ୍ୟ କରୁନାହିଁ, ବରଂ ପଶୁପକ୍ଷୀ, ବନ୍ୟଜନ୍ତୁ, ସାମୁଦ୍ରିକ ପ୍ରାଣୀର ଅନ୍ତୁଡିଶାଳ ପାଲଟିଛି। ତେବେ ଏହାର ପରିଚାଳନାରେ ତ୍ରୁଟି ରହିଥିବା ୨୦୧୭ରେ ୟୁନାଇଟେଡ୍‌ ନେସନ୍ସ ଏଡୁକେଶନାଲ, ସାଇଣ୍ଟିଫିକ ଆଣ୍ଡ କଲ୍‌ଚରାଲ ଅର୍ଗାନାଇଜେଶନ (ୟୁନେସ୍କୋ) ପକ୍ଷରୁ ଆୟୋଜିତ ଆଇୟୁସିଏନ୍‌ ବୈଠକରେ ଦର୍ଶାଯାଇଛି। ୨୦୧୬ ନଭେମ୍ବର ୨ରୁ ୯ ତାରିଖ ପର୍ଯ୍ୟନ୍ତ ଆଇୟୁସିଏନ୍‌ର ବିଶେଷଜ୍ଞ ନାଓମି ଡକ୍‌ ଓ ରାମ୍‌କୋ ଭନ୍‌ ମେରୋନ ଭିତରକନିକା ଅଞ୍ଚଳ ଗସ୍ତକରି ଏହାର ପରିବେଶ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥିସହ ଷ୍ଟାଟସ ଆଣ୍ଡ ଡିଷ୍ଟ୍ରିବୁଶନ ଅଫ୍‌ ମ୍ୟାନ୍‌ଗ୍ରୁଭ ଫରେଷ୍ଟ, ଗ୍ଲୋବାଲ ଇକୋଲୋଜି ଆଣ୍ଡ ବାଇଓଲୋଜି (୨୦୧୧), ସ୍ପାଟିଆଲ ଆନାଲିସସ୍‌ ଅଫ୍‌ ଆନ୍ଥ୍ରୋପୋଜେନିକ ଡିଷ୍ଟ୍ରଭାନସ ଅଫ୍‌ ମ୍ୟାନଗ୍ରୋଭ ଫରେଷ୍ଟ ଅଫ୍‌ ଦି ଭିତରକନିକା କଞ୍ଜରଭେଶନ ଏରିଆ, ଜିଓ ସ୍ପାଇଟାଲ ଆନାଲିସସ୍‌ ଅ୍‌ଫ କୋଷ୍ଟାଲ ଏନଭାଇରମେଣ୍ଟ ଆଦି ବହୁ ତଥ୍ୟ ଆଧାରକୁ ସେମାନେ ନିରୀକ୍ଷଣ କରିଛନ୍ତି। ସେମାନଙ୍କ ରିପୋର୍ଟ ଅନୁଯାୟୀ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ହେନ୍ତାଳବଣର ସୁରକ୍ଷା ଏବେ ଜରୁରୀ ହୋଇପଡିଛି। ସାମୁଦ୍ରିକ ତଟକ୍ଷୟ ବିରଳ ଅଲିଭ ରିଡ୍‌ଲେଙ୍କ ପ୍ରଜନନସ୍ଥଳ ଗହୀରମଥାକୁ କବଳିତ କରିଛି। ଆଗାମୀ କିଛିବର୍ଷ ମଧ୍ୟରେ ପ୍ରଜନନ ପାଇଁ ଏଠାରେ ସ୍ଥାନ ମିଳିବ ନାହିଁ। ସେହିପରି ଭିତରକନିକା ସଂରକ୍ଷିତ ଅଞ୍ଚଳ କୁହାଯାଉଥିବା ବେଳେ ଏଠାରେ ୪୧୦ ଗ୍ରାମ ରହିଥିବା ବନ ବିଭାଗ ଦର୍ଶାଇଛି। ଜୀବନ ଜୀବିକା ପାଇଁ ହେନ୍ତାଳବଣ ନଷ୍ଟ ହେଉଛି। ଏଥିସହ ଏହି ଆର୍ଦ୍ର ଅଞ୍ଚଳକୁ ଆବଶ୍ୟକ ମୁତାବକ ମଧୁର ଜଳର ଅଭାବ ଅଛି। ଏହାର ସୁରକ୍ଷା ପାଇଁ ଭିତରକନିକା ଇକୋ ସେନ୍‌ସେଟିଭ ଜୋନ୍‌ ୨୦୧୫ ମସିହାରୁ ଘୋଷଣା ହୋଇଛି। ଜୋନ୍‌ ଅଞ୍ଚଳରେ ସଚେତନତା ଓ କେତେକ କାର୍ଯ୍ୟକ୍ରମ ନ ଥିବାରୁ ଭିତରକନିକାକୁ ବିଶ୍ୱ ଐତିହ୍ୟ ମାନ୍ୟତାରୁ ବଞ୍ଚତ୍ତ କରାଯାଉଥିବା ବୈଠକର ରିପୋର୍ଟରୁ ଜଣାଯାଇଥିବା ପରିବେଶବିତ ଓ ସାମାଜିକ କର୍ମୀମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଭିତରକନିକାକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ କଟକଣା ଜାରି ହୋଇଛି। ନିଷିଦ୍ଧାଞ୍ଚଳରେ ପ୍ରବେଶ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ସେହିପରି ଚିଙ୍ଗୁଡ଼ି ଘେରି ଉଚ୍ଛେଦ, ଅନୁପ୍ରବେଶକୁ ରୋକିବା, ହେନ୍ତାଳ ଚାରା ହ୍ୟାଚେରି ଆଦି କାର୍ଯ୍ୟକ୍ରମକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri