Posted inଫୁରସତ

ଭାସମାନ ଗ୍ରାମ

ପୋର୍ଟୋ-ନୋଭୋ: ପଶ୍ଚିମ ଆଫ୍ରିକୀୟ ଦେଶ ବେନିନ୍‌ରେ ଏପରି ଏକ ଗ୍ରାମ ରହିଛି, ଯାହା ନିଜର ଅନନ୍ୟ ଗଠନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଦକ୍ଷିଣ ବେନିନ୍‌ର ବନ୍ଦର ସହର କୋଟୋନୁ ନିକଟରେ ଥିବା ନୋକୋଉ ହ୍ରଦର ମଧ୍ୟଭାଗରେ ଏହି ଗ୍ରାମ ଅବସ୍ଥିତ। ଉକ୍ତ ଗ୍ରାମର ନାମ ଗାନ୍‌ଭି ହୋଇଥିବା ବେଳେ ଏହାକୁ ଭାସମାନ ଗ୍ରାମ ବୋଲି ମଧ୍ୟ କୁହାଯାଇଥାଏ।
୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମ ପର୍ଯ୍ୟଟକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ। ଏହି ଗ୍ରାମର ଇତିହାସ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ସପ୍ତଦଶ ଶତାବ୍ଦୀରେ ଟୋଫିନୁ ଜନଜାତିର ଲୋକମାନେ ଏହି ସ୍ଥାନରେ ବସତି ସ୍ଥାପନ କରିବା ଆରମ୍ଭ କରିଥିଲେ। ଫୋନ୍‌ ଜନଜାତିର ଲୋକଙ୍କ ଆକ୍ରମଣ ଭୟରେ ସେମାନେ ନୋକୋଉ ହ୍ରଦର ମଧ୍ୟଭାଗରେ ବସବାସ କରିବାକୁ ନିଷ୍ପତ୍ତି ନେଇଥିଲେ। ଫୋନ୍‌ ଜନଜାତିର ଲୋକଙ୍କ ଧର୍ମ ସେମାନଙ୍କୁ ପାଣି ଭିତରକୁ ଯିବାପାଇଁ ଅନୁମତି ଦେଉ ନ ଥିଲା। ଏହି କାରଣରୁ ଟୋଫିନୁ ଜନଜାତିର ଲୋକେ ନୋକୋଉ ହ୍ରଦକୁ ନିଜର ନିରାପଦ ସ୍ଥାନ ବୋଲି ବିବେଚନା କରିଥିଲେ ଏବଂ ସେଠାରେ ଘର ତିଆରି କରି ଜନବସତି ଆରମ୍ଭ କରିଥିଲେ। ଗତ ପ୍ରାୟ ୫୦୦ ବର୍ଷ ଧରି ଗାନ୍‌ଭି ଗ୍ରାମରେ ଟୋଫିନୁ ଜନଜାତିର ଲୋକମାନେ ଏକ ସମୃଦ୍ଧ ସଂସ୍କୃତି ଏବଂ ଜୀବନଶୈଳୀକୁ ବିକଶିତ କରିଛନ୍ତି। ଗାଁରେ ନିର୍ମିତ ସମସ୍ତ ଘର, ଦୋକାନ ଏବଂ ହୋଟେଲ ହ୍ରଦର ପାଣିଠାରୁ କିଛି ଫୁଟ ଉଚ୍ଚରେ କାଠ ସ୍ତମ୍ଭରେ ନିର୍ମିତ। ଗାନ୍‌ଭି ଗ୍ରାମରେ ଏକ ଭାସମାନ ବଜାର ମଧ୍ୟ ରହିଛି, ଯେଉଁଠାରେ ଗଁାର ମହିଳାମାନେ ସେମାନଙ୍କର ବିଭିନ୍ନ ଜିନିଷପତ୍ରଗୁଡିକୁ ବିକ୍ରି କରିଥାନ୍ତି। ତେବେ ପୂରା ଗାଁରେ କେବଳ ଗୋଟିଏ ମାତ୍ର ଜମି ରହିଛି, ଯେଉଁଠାରେ ଗ୍ରାମର ପିଲାମାନଙ୍କ ପାଇଁ ସ୍କୁଲ ନିର୍ମାଣ କରାଯାଇଛି। ଗଁାର ଲୋକେ ଡଙ୍ଗା ସାହାଯ୍ୟରେ ହ୍ରଦ କୂଳକୁ ଯାଇ ସେଠାରୁ ମାଟି ଆଣି ଏହି ଜମିକୁ ନିର୍ମାଣ କରିଥିଲେ।
ଗାନ୍‌ଭି ଗ୍ରାମର ଅଧିକାଂଶ ଲୋକ ନିଜର ଆୟ ପାଇଁ ମାଛ ଧରିବା ଏବଂ ପର୍ଯ୍ୟଟନ ଉପରେ ନିର୍ଭର କରିଥାନ୍ତି। ମତ୍ସ୍ୟଜୀବୀମାନେ ବାଉଁଶ ଏବଂ ଜାଲ ସାହାଯ୍ୟରେ ପାଣି ତଳେ ବାଡ଼ ତିଆରି କରି ମାଛ ଧରି ନିଜ ଜୀବିକା ନିର୍ବାହ କରନ୍ତି। ଗଁାରେ କେତେଜଣ ଲୋକ ପୋଷା ପ୍ରାଣୀ ମଧ୍ୟ ରଖିଛନ୍ତି। ପାଣିରେ ବଢ଼ିଥିବା ଛୋଟ ଘାସ ଖଣ୍ଡ ଉପରେ ଏହି ପୋଷା ପ୍ରାଣୀଗୁଡ଼ିକୁ ରଖାଯାଇଥାଏ। ପର୍ଯ୍ୟଟକଙ୍କ ପାଇଁ ଗାନ୍‌ଭି ଗ୍ରାମରେ କେତେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ ମଧ୍ୟ ରହିଛି, ଯେଉଁଠାରେ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ତାଜା ମାଛ ଖାଇବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri