ଭାରତୀ ଆକ୍ସାର ‘ପ୍ରୋଜେକ୍ଟ ସର୍ବ-ଓ-ତମ’

ଭୁବନେଶ୍ୱର,୨୯।୫: ଭାରତୀ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ଡିଜାଇନ କରାଯାଇଥିବା ‘ପ୍ରୋଜେକ୍ଟ ସର୍ବ-ଓ-ତମ’ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଉଛି। ବିଶେଷ କରି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଲାଗି କମ୍ପାନୀର ରହିଥିବା ପ୍ରତିବଦ୍ଧତା ଅନୁସାରେ ଭାରତୀ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସ ନିରନ୍ତର ଭାବେ ତା’ର ଡିଜିଟାଲ୍‌ ଦକ୍ଷତାକୁ ବଢ଼ାଉଛି। ଫଳରେ କମ୍ପାନୀ ‘ପ୍ରୋଜେକ୍ଟ ସର୍ବ-ଓ-ତମ’ର ପ୍ରଥମ ପର୍ଯ୍ୟାୟକୁ ସଫଳତାର ସହ ଶୁଭାରମ୍ଭ କରି ନିକଟରେ ମଧ୍ୟ ସମାପନ କରିଛି। ଯେଉଁଥିରେ ୨୦ଟି ପଲିସିକୁ ପୁନର୍ମାର୍ଜିତ ଏବଂ ପ୍ରତ୍ୟକ୍ଷ ସେବାରୁ ଡିଜିଟାଲ୍‌ ସେବା ପର୍ଯ୍ୟନ୍ତ ୩୬୦ ଡିଗ୍ରୀ ରୂପାନ୍ତରଣ କରାଯାଇଛି। ଏପରିକି ଗ୍ରାହକମାନେ କେବଳ ଗୋଟିଏ କ୍ଲିକ୍‌ରେ ପଲିସି ସମ୍ବନ୍ଧୀୟ ସମସ୍ତ ସେବା ପାଇପାରୁଛନ୍ତି। ଏ ସମ୍ପର୍କରେ ଭାରତୀୟ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ଗ୍ରାହକ ଅଧିକାରୀ ଓ ଡିଜିଟାଲ୍‌ ବ୍ୟବସାୟ ମୁଖ୍ୟ ନୀତିନ ମେହତା କହିଛନ୍ତି, କମ୍ପାନୀର ମୂଲ୍ୟବାନ ଗ୍ରାହକମାନଙ୍କ ଲାଗି ବୀମାକୁ ସହଜ କରିବାରେ ଆମର ମିଶନ ସହିତ ପ୍ରୋଜେକ୍ଟ ସର୍ବ-ଓ-ତମ ଉପଯୁକ୍ତ ଭାବେ ଖାପ ଖାଉଛି। ଫଳରେ ଆମର ପ୍ରଭାବୀ ସେବା ପାଇଁ ଆମେ ସକାରାତ୍ମକ ମତାମତ ହାସଲ କରିଛୁ ଏବଂ ଆମ ଗ୍ରାହକ ପୋର୍ଟାଲ ପାଇଁ ନେଟ୍‌ ପ୍ରମୋଟର ସ୍କୋରରେ ୩୦% ଉନ୍ନତି ଘଟିଛି। ସେହିଭଳି ଭାରତୀୟ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ପଙ୍କଜ ଗୁପ୍ତା କହିଛନ୍ତି, ଆମେ ଆମର ଡିଜିଟାଲ୍‌ ସେବା ଜରିଆରେ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବାକୁ ପ୍ରତିବଦ୍ଧ ରହିଛୁ। ବିଶେଷ କରି ଡିଜିଟାଲ୍‌ ଦକ୍ଷତାରେ ନିବେଶ କରି ଆମେ ଗ୍ରାହକ ଯାତ୍ରା ଏବଂ ପ୍ରଶ୍ନ ସମାଧାନ ସମୟରେ ଉନ୍ନତି ଆଣିବାରେ ସଫଳ ହୋଇଥିବା ବେଳେ ଠକେଇ ବିପଦର ମୁକାବିଲା କରିପାରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

ପରିବହନ ବିଭାଗର କଠୋର ଆଭିମୁଖ୍ୟ: ବୈଧ ବୀମା ନଥିବା ଗାଡ଼ି…

ଭୁବନେଶ୍ୱର, ୧୦।୮: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ। ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରାଯିବ। ବୀମା, ଫିଟନେସ,…

ଜିଲା ଶିକ୍ଷାଅଧିକାରୀଙ୍କୁ କଳାହାଣ୍ଡି ଘରୋଇ ସଂଘର ଦାବିପତ୍ର: ସିଓଆର ଓ ଆରଟିଇ ପ୍ରତିପୂରଣ ପାଇଁ …

ଭବାନୀପାଟଣା,୧୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ସିଓଆର ଓ ଆରଟିଇ ପ୍ରତିପୂରଣ ଏକ…

ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ

ରିଷିଡା, ୧୦।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷ (କଳା ଓ ବିଜ୍ଞାନ)…

ରାଜନୀତିରେ ହଲଚଲ: ଯୁବମୋର୍ଚ୍ଚା ସଭାପତି ନିଯୁକ୍ତ କଲା ଭାଜପା, ଏହି ୨ ଜଣଙ୍କୁ ମିଳିଲା ଗୁରୁଦାୟିତ୍ୱ

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ପଞ୍ଚାୟତ ଓ ପୌର ନିର୍ବାଚନ ଯେତିକି ପାଖାଉଛି ରାଜନୈତିକ ଉଷ୍ମତା ସେତିକି ବଢୁଛି ।ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତ…

ଗାଁରେ ଚାଞ୍ଚଲ୍ୟ: ଘରେ ଆତ୍ମହତ୍ୟା କଲେ ନାବାଳିକା, ପୋଲିସ ପହଞ୍ଚି…

ଗୁଣପୁର,୧୦।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହରର ପୁରୁଣା ଗୁଣପୁର ଉପର ସଉରା ସାହିରେ ଜଣେ ୧୪ ବର୍ଷୀୟା ନାବାଳିକା ଘରେ ଆତ୍ମହତ୍ୟା କରିଥିବା ଘଟଣା ଘଟିଛି।…

ଘର ତାଲା ଭାଙ୍ଗି ଚୋରି: ୩୦ ଭରି ସୁନା ଅଳଙ୍କାର, ୮ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ….

ଦିଗପହଣ୍ଡି,୧୦|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧ ନଂ ୱାର୍ଡ ରାଜପୁର ରୋଡରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ସାହୁଙ୍କ ଘର ସମ୍ମୁଖ କବାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri