ଭାରତୀ ଆକ୍ସାର ‘ପ୍ରୋଜେକ୍ଟ ସର୍ବ-ଓ-ତମ’

ଭୁବନେଶ୍ୱର,୨୯।୫: ଭାରତୀ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ଡିଜାଇନ କରାଯାଇଥିବା ‘ପ୍ରୋଜେକ୍ଟ ସର୍ବ-ଓ-ତମ’ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଉଛି। ବିଶେଷ କରି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଲାଗି କମ୍ପାନୀର ରହିଥିବା ପ୍ରତିବଦ୍ଧତା ଅନୁସାରେ ଭାରତୀ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସ ନିରନ୍ତର ଭାବେ ତା’ର ଡିଜିଟାଲ୍‌ ଦକ୍ଷତାକୁ ବଢ଼ାଉଛି। ଫଳରେ କମ୍ପାନୀ ‘ପ୍ରୋଜେକ୍ଟ ସର୍ବ-ଓ-ତମ’ର ପ୍ରଥମ ପର୍ଯ୍ୟାୟକୁ ସଫଳତାର ସହ ଶୁଭାରମ୍ଭ କରି ନିକଟରେ ମଧ୍ୟ ସମାପନ କରିଛି। ଯେଉଁଥିରେ ୨୦ଟି ପଲିସିକୁ ପୁନର୍ମାର୍ଜିତ ଏବଂ ପ୍ରତ୍ୟକ୍ଷ ସେବାରୁ ଡିଜିଟାଲ୍‌ ସେବା ପର୍ଯ୍ୟନ୍ତ ୩୬୦ ଡିଗ୍ରୀ ରୂପାନ୍ତରଣ କରାଯାଇଛି। ଏପରିକି ଗ୍ରାହକମାନେ କେବଳ ଗୋଟିଏ କ୍ଲିକ୍‌ରେ ପଲିସି ସମ୍ବନ୍ଧୀୟ ସମସ୍ତ ସେବା ପାଇପାରୁଛନ୍ତି। ଏ ସମ୍ପର୍କରେ ଭାରତୀୟ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ଗ୍ରାହକ ଅଧିକାରୀ ଓ ଡିଜିଟାଲ୍‌ ବ୍ୟବସାୟ ମୁଖ୍ୟ ନୀତିନ ମେହତା କହିଛନ୍ତି, କମ୍ପାନୀର ମୂଲ୍ୟବାନ ଗ୍ରାହକମାନଙ୍କ ଲାଗି ବୀମାକୁ ସହଜ କରିବାରେ ଆମର ମିଶନ ସହିତ ପ୍ରୋଜେକ୍ଟ ସର୍ବ-ଓ-ତମ ଉପଯୁକ୍ତ ଭାବେ ଖାପ ଖାଉଛି। ଫଳରେ ଆମର ପ୍ରଭାବୀ ସେବା ପାଇଁ ଆମେ ସକାରାତ୍ମକ ମତାମତ ହାସଲ କରିଛୁ ଏବଂ ଆମ ଗ୍ରାହକ ପୋର୍ଟାଲ ପାଇଁ ନେଟ୍‌ ପ୍ରମୋଟର ସ୍କୋରରେ ୩୦% ଉନ୍ନତି ଘଟିଛି। ସେହିଭଳି ଭାରତୀୟ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ପଙ୍କଜ ଗୁପ୍ତା କହିଛନ୍ତି, ଆମେ ଆମର ଡିଜିଟାଲ୍‌ ସେବା ଜରିଆରେ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବାକୁ ପ୍ରତିବଦ୍ଧ ରହିଛୁ। ବିଶେଷ କରି ଡିଜିଟାଲ୍‌ ଦକ୍ଷତାରେ ନିବେଶ କରି ଆମେ ଗ୍ରାହକ ଯାତ୍ରା ଏବଂ ପ୍ରଶ୍ନ ସମାଧାନ ସମୟରେ ଉନ୍ନତି ଆଣିବାରେ ସଫଳ ହୋଇଥିବା ବେଳେ ଠକେଇ ବିପଦର ମୁକାବିଲା କରିପାରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri