ଭରତପୁର ଥାନାରେ ନିର୍ଯାତନା ଘଟଣା:୩୦୦ରୁ ଊର୍ଦ୍ଧ୍ୱ ସତ୍ୟପାଠ ଦାଖଲ

ଭୁବନେଶ୍ୱର,୬ା୧୧(ସତ୍ୟଜିତ୍‌ ରାଉତ):ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି। ଏଥିସହ ବିଚାର ବିଭାଗୀୟ ଯାଞ୍ଚ ଚାଲିଥିବାବେଳେ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲର ସମୟସୀମା ମଙ୍ଗଳବାର ଶେଷ ହୋଇଛି। ତେବେ ୩୦୦ରୁ ଊର୍ଦ୍ଧ୍ୱ ସତ୍ୟପାଠ ଗ୍ରହଣ କରାଯାଇଥିବା ନେଇ ସୋମବାର କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ସାକ୍ଷ୍ୟ ଗ୍ରହଣ ପାଇଁ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେବ। ସତ୍ୟପାଠଗୁଡ଼ିକୁ ଯାଞ୍ଚ କରାଯାଉଥିବା ବେଳେ କମିଶନ ଯେଉଁମାନଙ୍କୁ ଚାହିଁବେ ସେମାନଙ୍କୁ ସମନ୍‌ କରାଯାଇ ବୟାନ ରେକର୍ଡ କରାଯିବ ବୋଲି ସଚିବ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଥମେ କମିଶନଙ୍କ ପକ୍ଷରୁ ଗତ ଅକ୍ଟୋବର ୫ରୁ ସତ୍ୟପାଠ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ସର୍ବସାଧାରଣଙ୍କ ଦାବି ପାଇଁ ସତ୍ୟପାଠ ଦାଖଲର ସମୟସୀମାକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଶିଷଙ୍କ ପରେ ଡେପୁଟେଶନରେ ଯିବେ କୁଟ୍ଟେ

ଭୁବନେଶ୍ୱର,୯ା୧୨(ସୁନିତ୍‌ ମିଶ୍ର): ଆଇପିଏସ୍‌ ଅଫିସର ଡି.ଏସ୍‌ କୁଟ୍ଟେ କେନ୍ଦ୍ରୀୟ ଡେପୁଟେଶନରେ ଯିବାନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ଡେପୁଟେଶନ ଯିବା...

ରାଜ୍ୟ ସଭା ପାଇଁ ଆଜି ନାମାଙ୍କନ ଭରିବେ ସୁଜିତ୍‌ କୁମାର

ଭୁବନେଶ୍ୱର,୯ା୧୨: ରାଜ୍ୟ ସଭା ପାଇଁ ସୁଜିତ୍‌ କୁମାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବେ। ତେବେ ସେ ଆଜି ବିଧାନସଭାରେ ତାଙ୍କର ଏହି ନାମାଙ୍କନ ଭରିବେ। ସୁଜିତ୍‌...

ଚାର୍ଜରେ ବସିଥିବାବେଳେ ବ୍ୟାଟେରି ଗାଡ଼ିରେ ଲାଗିଲା ନିଆଁ, ଜଳିଗଲା ୫ ବାଇକ୍‌

ସୁନ୍ଦରଗଡ଼,୯ା୧୨(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ କଲେଜ ରୋଡ୍‌ରେ ରବିବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ବ୍ୟାଟେରି ଚାଳିତ ସ୍କୁଟି ଚାର୍ଜରେ ବସିଥିବାବେଳେ ଶଟ୍‌ସର୍କିଟ୍‌ରୁ ନିଆଁ...

ଜଣଙ୍କ ଜୁଇ ଜଳୁଥିବାବେଳେ ଆଉ ଜଣଙ୍କୁ ସେହି ନିଆଁରେ ପକାଇ ଜାଳିଦେଲେ ଲୋକେ, କାରଣ ଜାଣିଲେ ହେବେ ଚକିତ

କୋରାପୁଟ,୯ା୧୨: କୋରାପୁଟ ଜିଲା ବନ୍ଧୁଗାଁ ଛାରପା ଗାଁରେ ଏକ ଅଭାବାନୀୟ କାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କ ଶବଦାହ ଚାଲିଥିବାବେଳେ ସେହି ନିଆଁରେ ଆଉ ଜଣଙ୍କୁ...

କଥା ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଧନୁଯାତ୍ରାକୁ ନିଶ୍ଚୟ…

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଦୀର୍ଘ ୧୧...

ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୯ ଜଣ ଘରକୁ ଫେରିଲେ, ଜଣେ ବ୍ରହ୍ମପୁର ସ୍ଥାନାନ୍ତର

ଦାରିଙ୍ଗବାଡି,୯ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଓ ୧୨ ଗୁରୁତରଙ୍କୁ...

ଡ୍ରେନ୍‌ ନିର୍ମାଣବେଳେ ଭୁଶୁଡ଼ିଲା ପାଚେରି, ଚାଲିଗଲା ଶ୍ରମିକଙ୍କ ଜୀବନ

କଟକ,୯ା୧୨ (କାର୍ତ୍ତିକ ସାହୁ): କଟକ ବିଡ଼ାନାସୀ ନାୟକସାହିରେ ରବିବାର ଡ୍ରେନ୍‌ ନିର୍ମାଣବେଳେ ଅଘଟଣ ଘଟିଛି। ଡ୍ରେନ୍‌ ପାର୍ଶ୍ୱରେ ଥିବା ଏକ ପୁରୁଣା ପାଚେରି ଭୁଶୁଡ଼ି ପଡିବାରୁ...

୧୦ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦିଅ ନ ହେଲେ ୧୧ରେ ସସ୍‌ପେଣ୍ଡ

ଭୁବନେଶ୍ୱର,୯ା୧୨(ସୁନିତ୍‌ ମିଶ୍ର): ଓଏଏସ୍‌ ଅଫିସରଙ୍କ ଲାଗି ବାହାରୁଥିବା ବଦଳି ନିର୍ଦ୍ଦେଶକୁ ଅଧିକାଂଶ ପାଳନ କରୁନାହାନ୍ତି, ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri