ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ ରାଜ୍ୟ ଓ କେନ୍ଦ୍ରର ଭାଜପା ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲାଣି। ଏଇ ୨ ଦିନ ମଧ୍ୟରେ ଅଙ୍କିତା ପ୍ରଧାନ ଥାନାରେ ଅଭିଯୋଗ କରିବା ଏବଂ ଘରୋଇ ହସ୍ପିଟାଲରେ ତାଙ୍କର ଡାକ୍ତରୀ ମାଇନା କରାଯିବା ସମୟର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାରିତ ହେବାରେ ଲାଗିଛି। ଏଭଳି କିଛି ଭିଡିଓ ପୋଲିସ ପକ୍ଷରୁ ସଂଗ୍ରହ କରାଯାଇ ସାମାଜିକ ଗଣମାଧ୍ୟମରେ ଛଡ଼ାଯାଉଥିବା ଚର୍ଚ୍ଚା ହେଉଛି। ଏହାଦ୍ୱାରା ଥାନା ପରିସରରେ ଅଙ୍କିତାଙ୍କୁ ସେଭଳି କିଛି ନିର୍ଯାତନା ଦିଆଯାଇ ନାହିଁ ବୋଲି ଦର୍ଶାଇବା ସହ ପ୍ରକୃତ ଘଟଣା ଉପରୁ ଧ୍ୟାନ ହଟାଇବାକୁ ଉଦ୍ୟମ କରାଯାଉଥିବା ମନେହେଉଛି। ଅନ୍ୟପଟେ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ଅଧିକାରୀ ଓ କର୍ମଚାରୀ ଏକାଠି ହୋଇଛନ୍ତି। ଏହି ଘଟଣାରେ ପୋଲିସ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରାଯାଇଛି। କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ପୋଲିସ (ପ୍ରାୟ ୨୦୦) ଏଥିରେ ସାମିଲହୋଇ ଆଗାମୀ ଦିନରେ ବଡ଼ ପ୍ରତିବାଦ କରିବାକୁ ସଜବାଜ ଆରମ୍ଭ କରିଛନ୍ତି।
ଅନ୍ୟପଟେ ରାସ୍ତାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ୭ ଜଣଙ୍କୁ ପୋଲିସ ଶନିବାର ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କୁ ଜାମିନ ମିଳିଯାଇଛି। ସେମାନେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ପୂର୍ବ ଶତ୍ରୁତା

ନାହିଁ ବୋଲି କହିଥିଲେ। ଏହାସହ ମେଜରଙ୍କ ବାନ୍ଧବୀ ଗାଡ଼ିରେ ସେମାନଙ୍କୁ ମିଡିଲ ଫିଙ୍ଗର ଦେଖାଇଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ନିଲମ୍ବିତ ୫ ଅଧିକାରୀ ଓ କର୍ମୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଛି। ୧୨୦ ବାଟାଲିୟନ ଭିତରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। କ୍ରାଇମବ୍ରାଞ୍ଚ ଡିସିପି ନରେନ୍ଦ୍ର ବେହେରା କହିଛନ୍ତି, ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇ ଏଥିଲାଗି ଏକାଧିକ ଟିମ୍‌ କାମ କରୁଛନ୍ତି। ତଦନ୍ତ ସରିବା ପରେ ସବୁ କଥା କୁହାଯିବ ବୋଲି ସେ କହିଛନ୍ତି। ଏସବୁ ଭିତରେ ଜାତୀୟ ମହିଳା କମିଶନଙ୍କୁ ଶନିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଗୋଟିଏ ପଟେ ଚାରିଆଡୁ ପୋଲିସ କର୍ମଚାରୀମାନେ ପୋଲିସ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଥିବା ବେଳେ ଏହି ଘଟଣାରେ ପୂର୍ବତନ ସାମରିକ କର୍ମଚାରୀ ସଂଘ ପକ୍ଷରୁ ମେଜର ଓ ତାଙ୍କ ବାନ୍ଧବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି। ଏଥିରୁ ପୂର୍ବତନ ସେନା କର୍ମଚାରୀ ଓ ପୋଲିସ ମଧ୍ୟରେ ବିବାଦ ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଯୁବତୀଙ୍କ ବିରୋଧରେ ଯେଉଁ ଏକାଧିକ ଭିଡିଓ ଧୀରେ ଧୀରେ ବାହାରେ ବହୁଳ ମାତ୍ରାରେ ପ୍ରସାରିତ ହେଉଛି ତାହା କେଉଁ ଆଧାରରେ ସଂଗ୍ରହ ହେଉଛି ତାକୁ ନେଇ ପ୍ରଶ୍ନ ଉଠୁଛି। କାରଣ ଯେତେସବୁ ଭିଡିଓ ବାହାରକୁ ଆସିଲାଣି ସେସବୁ ଭିତରେ କେଉଁଠି ଯୁବତୀ ପବ୍‌ରେ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ତ ଆଉ କେଉଁଠି ସେ ରାସ୍ତାରେ ଦୁର୍ବ୍ୟବହାରର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏଭଳି ଏକ ଚିତ୍ର ରଖାଯାଉଛି କି ଯେଉଁମାନେ ରାସ୍ତାରେ ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ଆକ୍ରମଣରେ ପୀଡ଼ିତା ଆହତ ହୋଇଛନ୍ତି। ସେହିପରି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକାଉଣ୍ଟରେ ଆଉ ଏକ ପୋଷ୍ଟ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଦୁଇଟି ବିଲ୍‌ ରହିଛି। ଗୋଟିଏରେ ସେଦିନ ମେଜର ଏବଂ ତାଙ୍କ ବାନ୍ଧବୀ କେତେବେଳେ ଏବଂ କେତେ ଟଙ୍କାର ଆଉ କେଉଁ ମଦ ପିଇଥିଲେ। କେତେ ଟଙ୍କାର ବିଲ୍‌ ହେଇଥିଲା ତାହା ପୋଷ୍ଟ କରାଯାଇଛି। ହେଲେ ଏତେସବୁ ଜିନିଷ କିଏ ସଂଗ୍ରହକରି ବାହାରକୁ ଛାଡୁଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ। ଉକ୍ତ ପୋଷ୍ଟ ତଳେ ଅନେକ ଲୋକ କମେଣ୍ଟରେ ଲେଖିଛନ୍ତି, ସେମାନେ ମଦ ପିଇବା କ’ଣ ଭୁଲ୍‌। ସେମାନେ ତ ଥାନାରେ ଅଭିଯୋଗ କରିବା ସମୟରେ ଯେପରି ବ୍ୟବହାର ଦେଖାଇବା କଥା ଦେଖାଉଥିଲେ। କାହିଁକି ଏହାକୁ ପୋଷ୍ଟ କରି ଧ୍ୟାନ ହଟାଇବାକୁ ଚେଷ୍ଟା କରାଯାଉଛି ବୋଲି ଅନେକେ କମେଣ୍ଟରେ ମତ ରଖିଛନ୍ତି। ଆଉ କେତେଜଣ ମତ ରଖିଛନ୍ତି, ସେମାନେ ରାସ୍ତାରେ ଦୁର୍ବ୍ୟବହାରର ଶିକାର ହୋଇ ଅଭିଯୋଗ କରିବାକୁ ଗଲେ। ଅଭିଯୋଗକାରୀ ଯଦି ଜଣେ ମହିଳା ଥଲେ, ତେବେ କାହିଁକି ପୋଲିସ ଅଭିଯୋଗ ଗ୍ରହଣକରି ସଙ୍ଗେ ସଙ୍ଗେ ଦୁର୍ବ୍ୟବହାରକାରୀଙ୍କୁ ଧରିବାକୁ ଚେଷ୍ଟା କଲାନାହିଁ। ଯଦି ଏହା କରାଯାଇଥାଆନ୍ତା ତେବେ ଏଭଳି ସମସ୍ୟା ସୃଷ୍ଟିହୋଇ ନ ଥାଆନ୍ତା। ଅଭିଯୋଗ ରଖି ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କାହିଁକି, ଏତେ ସମସ୍ୟା ସୃଷ୍ଟି ହେଲା କ’ଣ ପାଇଁ ବୋଲି ଜଣେ ବ୍ୟକ୍ତି ପ୍ରଶ୍ନ ଉଠାଇଛନ୍ତି।

ସେହିପରି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବାରେ ଏତେ ବିଳମ୍ବ ହେବା ଯୋଗୁ ରାଜ୍ୟର ଅନ୍ୟ ଜିଲାର ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଏବଂ ସେନା କର୍ମଚାରୀ ମଧ୍ୟ ରାସ୍ତାକୁ ଓହ୍ଲାଇବା ଆରମ୍ଭ କରିଦେଲେଣି। ତେଣୁ ଧୀରେ ଧୀରେ ଏକ ଉଗ୍ର ପରିସ୍ଥିତି ଆଡକୁ ଯାଉଥିବା ଦେଖାଯାଉଛି। ପୋଲିସ ଏବଂ ସେନା ମଧ୍ୟରେ ଏକ ଶୀତଳଯୁଦ୍ଧ ସୃଷ୍ଟିହେବା ଭଳି ପରିସ୍ଥିତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିସାରିଲାଣି। ପୋଲିସ କମିଶନରଙ୍କ ଅଭୂତପୂର୍ବ ନୀରବତା ଭିତରେ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତରେ ରହିଛି। ହେଲେ କ୍ରାଇମବ୍ରାଞ୍ଚର ପୂର୍ବ ରେକର୍ଡ ସବୁ ଯାହା ରହିଛି ଏହି ଘଟଣାର ଏକ ନିରପେକ୍ଷ ତଦନ୍ତକରି ବାସ୍ତବ ଚିତ୍ର ସାମ୍ନାକୁ ଆଣିବା ସେତେଟା ସହଜ ନ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭରତପୁର ଥାନା ଭିତରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ହାଜତ ନିର୍ଯାତନା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିବାବେଳେ ବିଭିନ୍ନ କଥା ପ୍ରଚାରିତ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ ଅନେକ ଭିଡିଓ ଘୂରି ବୁଲୁଛି। ପୀଡ଼ିତା ଅଙ୍କିତା ପ୍ରଧାନ ଥାନା ଭିତରେ କିଭଳି ପୋଲିସ ବର୍ବରତାର ଶିକାର ହୋଇଥିଲେ ସେ ସମ୍ପର୍କରେ କେତେକ ଭିଡିଓରେ ବୟାନ ଦେଉଛନ୍ତି, ଯାହାକି ପୋଲିସ ପାଇଁ ଅଧିକ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଉକ୍ତ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ବାଟ ଆମର ନାହିଁ, ତଥାପି ଏହା ତଦନ୍ତ ସାପେକ୍ଷ ବୋଲି ଅନେକେ ମତ ଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri