ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ ରାଜ୍ୟ ଓ କେନ୍ଦ୍ରର ଭାଜପା ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲାଣି। ଏଇ ୨ ଦିନ ମଧ୍ୟରେ ଅଙ୍କିତା ପ୍ରଧାନ ଥାନାରେ ଅଭିଯୋଗ କରିବା ଏବଂ ଘରୋଇ ହସ୍ପିଟାଲରେ ତାଙ୍କର ଡାକ୍ତରୀ ମାଇନା କରାଯିବା ସମୟର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାରିତ ହେବାରେ ଲାଗିଛି। ଏଭଳି କିଛି ଭିଡିଓ ପୋଲିସ ପକ୍ଷରୁ ସଂଗ୍ରହ କରାଯାଇ ସାମାଜିକ ଗଣମାଧ୍ୟମରେ ଛଡ଼ାଯାଉଥିବା ଚର୍ଚ୍ଚା ହେଉଛି। ଏହାଦ୍ୱାରା ଥାନା ପରିସରରେ ଅଙ୍କିତାଙ୍କୁ ସେଭଳି କିଛି ନିର୍ଯାତନା ଦିଆଯାଇ ନାହିଁ ବୋଲି ଦର୍ଶାଇବା ସହ ପ୍ରକୃତ ଘଟଣା ଉପରୁ ଧ୍ୟାନ ହଟାଇବାକୁ ଉଦ୍ୟମ କରାଯାଉଥିବା ମନେହେଉଛି। ଅନ୍ୟପଟେ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ଅଧିକାରୀ ଓ କର୍ମଚାରୀ ଏକାଠି ହୋଇଛନ୍ତି। ଏହି ଘଟଣାରେ ପୋଲିସ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରାଯାଇଛି। କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ପୋଲିସ (ପ୍ରାୟ ୨୦୦) ଏଥିରେ ସାମିଲହୋଇ ଆଗାମୀ ଦିନରେ ବଡ଼ ପ୍ରତିବାଦ କରିବାକୁ ସଜବାଜ ଆରମ୍ଭ କରିଛନ୍ତି।
ଅନ୍ୟପଟେ ରାସ୍ତାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ୭ ଜଣଙ୍କୁ ପୋଲିସ ଶନିବାର ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କୁ ଜାମିନ ମିଳିଯାଇଛି। ସେମାନେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ପୂର୍ବ ଶତ୍ରୁତା

ନାହିଁ ବୋଲି କହିଥିଲେ। ଏହାସହ ମେଜରଙ୍କ ବାନ୍ଧବୀ ଗାଡ଼ିରେ ସେମାନଙ୍କୁ ମିଡିଲ ଫିଙ୍ଗର ଦେଖାଇଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ନିଲମ୍ବିତ ୫ ଅଧିକାରୀ ଓ କର୍ମୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଛି। ୧୨୦ ବାଟାଲିୟନ ଭିତରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। କ୍ରାଇମବ୍ରାଞ୍ଚ ଡିସିପି ନରେନ୍ଦ୍ର ବେହେରା କହିଛନ୍ତି, ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇ ଏଥିଲାଗି ଏକାଧିକ ଟିମ୍‌ କାମ କରୁଛନ୍ତି। ତଦନ୍ତ ସରିବା ପରେ ସବୁ କଥା କୁହାଯିବ ବୋଲି ସେ କହିଛନ୍ତି। ଏସବୁ ଭିତରେ ଜାତୀୟ ମହିଳା କମିଶନଙ୍କୁ ଶନିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଗୋଟିଏ ପଟେ ଚାରିଆଡୁ ପୋଲିସ କର୍ମଚାରୀମାନେ ପୋଲିସ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଥିବା ବେଳେ ଏହି ଘଟଣାରେ ପୂର୍ବତନ ସାମରିକ କର୍ମଚାରୀ ସଂଘ ପକ୍ଷରୁ ମେଜର ଓ ତାଙ୍କ ବାନ୍ଧବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି। ଏଥିରୁ ପୂର୍ବତନ ସେନା କର୍ମଚାରୀ ଓ ପୋଲିସ ମଧ୍ୟରେ ବିବାଦ ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଯୁବତୀଙ୍କ ବିରୋଧରେ ଯେଉଁ ଏକାଧିକ ଭିଡିଓ ଧୀରେ ଧୀରେ ବାହାରେ ବହୁଳ ମାତ୍ରାରେ ପ୍ରସାରିତ ହେଉଛି ତାହା କେଉଁ ଆଧାରରେ ସଂଗ୍ରହ ହେଉଛି ତାକୁ ନେଇ ପ୍ରଶ୍ନ ଉଠୁଛି। କାରଣ ଯେତେସବୁ ଭିଡିଓ ବାହାରକୁ ଆସିଲାଣି ସେସବୁ ଭିତରେ କେଉଁଠି ଯୁବତୀ ପବ୍‌ରେ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ତ ଆଉ କେଉଁଠି ସେ ରାସ୍ତାରେ ଦୁର୍ବ୍ୟବହାରର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏଭଳି ଏକ ଚିତ୍ର ରଖାଯାଉଛି କି ଯେଉଁମାନେ ରାସ୍ତାରେ ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ଆକ୍ରମଣରେ ପୀଡ଼ିତା ଆହତ ହୋଇଛନ୍ତି। ସେହିପରି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକାଉଣ୍ଟରେ ଆଉ ଏକ ପୋଷ୍ଟ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଦୁଇଟି ବିଲ୍‌ ରହିଛି। ଗୋଟିଏରେ ସେଦିନ ମେଜର ଏବଂ ତାଙ୍କ ବାନ୍ଧବୀ କେତେବେଳେ ଏବଂ କେତେ ଟଙ୍କାର ଆଉ କେଉଁ ମଦ ପିଇଥିଲେ। କେତେ ଟଙ୍କାର ବିଲ୍‌ ହେଇଥିଲା ତାହା ପୋଷ୍ଟ କରାଯାଇଛି। ହେଲେ ଏତେସବୁ ଜିନିଷ କିଏ ସଂଗ୍ରହକରି ବାହାରକୁ ଛାଡୁଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ। ଉକ୍ତ ପୋଷ୍ଟ ତଳେ ଅନେକ ଲୋକ କମେଣ୍ଟରେ ଲେଖିଛନ୍ତି, ସେମାନେ ମଦ ପିଇବା କ’ଣ ଭୁଲ୍‌। ସେମାନେ ତ ଥାନାରେ ଅଭିଯୋଗ କରିବା ସମୟରେ ଯେପରି ବ୍ୟବହାର ଦେଖାଇବା କଥା ଦେଖାଉଥିଲେ। କାହିଁକି ଏହାକୁ ପୋଷ୍ଟ କରି ଧ୍ୟାନ ହଟାଇବାକୁ ଚେଷ୍ଟା କରାଯାଉଛି ବୋଲି ଅନେକେ କମେଣ୍ଟରେ ମତ ରଖିଛନ୍ତି। ଆଉ କେତେଜଣ ମତ ରଖିଛନ୍ତି, ସେମାନେ ରାସ୍ତାରେ ଦୁର୍ବ୍ୟବହାରର ଶିକାର ହୋଇ ଅଭିଯୋଗ କରିବାକୁ ଗଲେ। ଅଭିଯୋଗକାରୀ ଯଦି ଜଣେ ମହିଳା ଥଲେ, ତେବେ କାହିଁକି ପୋଲିସ ଅଭିଯୋଗ ଗ୍ରହଣକରି ସଙ୍ଗେ ସଙ୍ଗେ ଦୁର୍ବ୍ୟବହାରକାରୀଙ୍କୁ ଧରିବାକୁ ଚେଷ୍ଟା କଲାନାହିଁ। ଯଦି ଏହା କରାଯାଇଥାଆନ୍ତା ତେବେ ଏଭଳି ସମସ୍ୟା ସୃଷ୍ଟିହୋଇ ନ ଥାଆନ୍ତା। ଅଭିଯୋଗ ରଖି ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କାହିଁକି, ଏତେ ସମସ୍ୟା ସୃଷ୍ଟି ହେଲା କ’ଣ ପାଇଁ ବୋଲି ଜଣେ ବ୍ୟକ୍ତି ପ୍ରଶ୍ନ ଉଠାଇଛନ୍ତି।

ସେହିପରି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବାରେ ଏତେ ବିଳମ୍ବ ହେବା ଯୋଗୁ ରାଜ୍ୟର ଅନ୍ୟ ଜିଲାର ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଏବଂ ସେନା କର୍ମଚାରୀ ମଧ୍ୟ ରାସ୍ତାକୁ ଓହ୍ଲାଇବା ଆରମ୍ଭ କରିଦେଲେଣି। ତେଣୁ ଧୀରେ ଧୀରେ ଏକ ଉଗ୍ର ପରିସ୍ଥିତି ଆଡକୁ ଯାଉଥିବା ଦେଖାଯାଉଛି। ପୋଲିସ ଏବଂ ସେନା ମଧ୍ୟରେ ଏକ ଶୀତଳଯୁଦ୍ଧ ସୃଷ୍ଟିହେବା ଭଳି ପରିସ୍ଥିତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିସାରିଲାଣି। ପୋଲିସ କମିଶନରଙ୍କ ଅଭୂତପୂର୍ବ ନୀରବତା ଭିତରେ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତରେ ରହିଛି। ହେଲେ କ୍ରାଇମବ୍ରାଞ୍ଚର ପୂର୍ବ ରେକର୍ଡ ସବୁ ଯାହା ରହିଛି ଏହି ଘଟଣାର ଏକ ନିରପେକ୍ଷ ତଦନ୍ତକରି ବାସ୍ତବ ଚିତ୍ର ସାମ୍ନାକୁ ଆଣିବା ସେତେଟା ସହଜ ନ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭରତପୁର ଥାନା ଭିତରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ହାଜତ ନିର୍ଯାତନା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିବାବେଳେ ବିଭିନ୍ନ କଥା ପ୍ରଚାରିତ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ ଅନେକ ଭିଡିଓ ଘୂରି ବୁଲୁଛି। ପୀଡ଼ିତା ଅଙ୍କିତା ପ୍ରଧାନ ଥାନା ଭିତରେ କିଭଳି ପୋଲିସ ବର୍ବରତାର ଶିକାର ହୋଇଥିଲେ ସେ ସମ୍ପର୍କରେ କେତେକ ଭିଡିଓରେ ବୟାନ ଦେଉଛନ୍ତି, ଯାହାକି ପୋଲିସ ପାଇଁ ଅଧିକ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଉକ୍ତ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ବାଟ ଆମର ନାହିଁ, ତଥାପି ଏହା ତଦନ୍ତ ସାପେକ୍ଷ ବୋଲି ଅନେକେ ମତ ଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri