ଭାରତପେ’ର ବଡ଼ କାର୍ଯ୍ୟାନୁଷ୍ଠାନ: ସବୁ ପଦରୁ ବିଦା ହେଲେ ଅଶନୀର ଗ୍ରୋଭର

ନୂଆଦିଲ୍ଲୀ,୨।୩: ଦୀର୍ଘଦିନ ଧରି ଭାରତପେ’ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଗ୍ରୋଭର ଇସ୍ତଫା ଦେଇଥିବା ବେଳେ ବୁଧବାର କମ୍ପାନୀ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରୋଭରଙ୍କୁ ସବୁ ପଦ(ସହ-ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ)ରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ବୈଠକ ପରେ କମ୍ପାନୀ ପକ୍ଷରୁ ଜାରି ବିବୃତିରେ ଏ ନେଇ ସୂଚନା ଦିଆଯାଇଛି। ଏଥିସହ ଗ୍ରୋଭର ଓ ତାଙ୍କ ପରିବାର ବିରୋଧରେ ଆଇନ୍‌ର ଆଶ୍ରୟ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହାଛଡ଼ା ଗ୍ରୋଭର ନିଜ ସ୍ତ୍ରୀଙ୍କ ସହ ମିଶି କମ୍ପାନୀ ଟଙ୍କାର ଦୁରୁପଯୋଗ କରୁଥିଲେ। ସେ ନିଜକୁ ଧନୀ କରିବା ଏବଂ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ପୂରଣ କରିବା ପାଇଁ କମ୍ପାନୀ ଟଙ୍କା ବ୍ୟବହାର କରୁଥିଲେ। ଗ୍ରୋଭରଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟମାନେ ନକଲି ବିକ୍ରେତା ସୃଷ୍ଟି କରିଥିଲେ। ଏହା ମାଧ୍ୟମରେ କମ୍ପାନୀର ଖର୍ଚ୍ଚ ଆକାଉଣ୍ଟରୁ ଟଙ୍କା ଉଠାଉଥିଲେ। ଗ୍ରୋଭରଙ୍କ ପରିବାରର ନିନ୍ଦନୀୟ ବ୍ୟବହାର ଯୋଗୁ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଭାରତ ପେ’ ପ୍ରତିଷ୍ଠା, ଏହାର ପରିଶ୍ରମୀ କର୍ମଚାରୀ ଏବଂ ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ ବିପଦରେ ପକାଇବାକୁ ଅନୁମତି ଦେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ବୋର୍ଡ ବୈଠକରେ ଯାଞ୍ଚର ଫଳାଫଳ ସମସ୍ତଙ୍କ ସମ୍ମୁଖରେ ରଖାଯିବ ବୋଲି କୁହାଯିବାରୁ ତୁରନ୍ତ ଇମେଲ ଜରିଆରେ ଗ୍ରୋଭର ନିଜ ଇସ୍ତଫା ଦେଇଥିଲେ ବୋଲି ମଧ୍ୟ କମ୍ପାନୀ କହିଛି।

କହିରଖୁଛୁ, ପୂର୍ବରୁ ଏକ ଭାବବିହ୍ବଳ ଚିଠି ଲେଖି କମ୍ପାନୀକୁ ନିଜ ଇସ୍ତଫା ପତ୍ର ପଠାଇଥିଲେ ଗ୍ରୋଭର। ନିଜ ଇସ୍ତଫା ପତ୍ରରେ ସେ ଲେଖିଥିଲେ, ଯେଉଁ କମ୍ପାନୀକୁ ମୁଁ ଗଢ଼ିଥିଲି ତାକୁ ଛାଡ଼ିବାକୁ ମୋତେ ବାଧ୍ୟ କରାଯାଇଛି। ଏହା ମୋତେ ବହୁତ ଦୁଃଖ ଦେଇଛି। ଦୁର୍ଭାଗ୍ୟବଶତଃ ୨୦୨୨ ପ୍ରାରମ୍ଭରୁ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମୋତେ ଓ ମୋ ପରିବାରକୁ ଅପଦସ୍ଥ କରି ଆସୁଛନ୍ତି। ସେମାନେ ଯେଉଁ ଅଭିଯୋଗ ମୋ ନାଁରେ ଆଣିଛନ୍ତି, ତା’ର କୌଣସି ଆଧାର ନାହିଁ। ସେମାନେ କେବଳ ମୋର ସମ୍ମାନହାନି କରି ନାହାନ୍ତି, କମ୍ପାନୀର ସମ୍ମାନକୁ ବି ତଳେ ପକାଇଛନ୍ତି ବୋଲି ଗ୍ରୋଭର କହିଥିଲେ॥

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର,୧୨।୭ (ସୁନିତ୍‌ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri