ଏବେ ଇ-କମର୍ସ ସାଇଟ୍‌ରେ ମିଳିବ ‘ଭାରତ ଚାଉଳ’, ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୨।୨:ଦେଶରେ ସାଧାରଣ ଲୋକଙ୍କୁ ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେଜି ପିଛା ମାତ୍ର ୨୯ ଟଙ୍କା ମୂଲ୍ୟରେ ଉପଲବ୍ଧ ସରକାରୀ ଚାଉଳ ‘ଭାରତ ଚାଉଳ’ ବର୍ତ୍ତମାନ ନିକଟସ୍ଥ ରିଟେଲ ଦୋକାନଗୁଡ଼ିକରେ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଅଦ୍ୟାବଧି ସରକାର ଏହାକୁ କେବଳ ମୋବାଇଲ ଭ୍ୟାନ ମାଧ୍ୟମରେ ସୀମିତ ଢଙ୍ଗରେ ବିକ୍ରି କରୁଛନ୍ତି। ଆସନ୍ତା ସପ୍ତାହରୁ ଏହି ନୂଆ ଯୋଜନା ଆରମ୍ଭ ହେବ।

ଖୁଚୁରା ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ କରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏଥିସହ ଦେଶର ସାଧାରଣ ଲୋକଙ୍କୁ ଶସ୍ତା ‘ଭାରତ ଚାଉଳ’ ବିତରଣ କରିବା ସମ୍ଭବ ହେବ। କେବଳ ଏତିକି ନୁହେଁ ଚାଉଳ କଳାବଜାରୀ କରୁଥିବା ଲୋକଙ୍କ ବିରୋଧରେ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛନ୍ତି।

କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଗତ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାରର ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଜାରି କରିବା ସତ୍ତ୍ୱେ ଖୁଚୁରା ଓ ହୋଲସେଲ ଦରରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଖୁଚୁରା ବଜାରରେ ଦୁଇଟି ସମବାୟ କମିଟି, ନ୍ୟାଶନାଲ କୃଷି ସମବାୟ ମାର୍କେଟିଂ ଫେଡେରେଶନ ଅଫ ଇଣ୍ଡିଆ (ନାଫେଡ) ଏବଂ ନ୍ୟାଶନାଲ କଞ୍ଜ୍ୟୁମର କୋଅପରେଟିଭ ଫେଡେରେଶନ ଅଫ ଇଣ୍ଡିଆ (ଏନସିସିଏଫ) ମାଧ୍ୟମରେ ଖୁଚୁରା ବଜାରରେ ଲଞ୍ଚ କରିଛନ୍ତି। କିଲୋଗ୍ରାମ ପିଛା ୨୯ ଟଙ୍କା ହାରରେ ଚାଉଳ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତିି।

ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟ ଏବଂ ଆମାଜନ ପରି ବିଭିନ୍ନ ଅନଲାଇନ ସାଇଟରେ ଲୋକଙ୍କ ପାଇଁ ‘ଭାରତ ଚାଉଳ’ ଉପଲବ୍ଧ ହେବ। ଆସନ୍ତା ସପ୍ତାହରୁ ସରକାର ୫ କିଲୋଗ୍ରାମ ଏବଂ ୧୦ କିଲୋଗ୍ରାମ ପ୍ୟାକେଟରେ ‘ଭାରତ ଚାଉଳ’ ଉପଲବ୍ଧ କରାଇବେ। ଏଥିପାଇଁ ସରକାର ପ୍ରଥମ ପର୍ଯ୍ୟାୟରେ ଖୁଚୁରା ବଜାରରେ ୫ଲକ୍ଷ ଟନ ଚାଉଳ ଜାରି କରିବେ।

ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସରକାର ବଜାରରେ ପୂର୍ବ ଅପେକ୍ଷା ‘ଭାରତ ଅଟା’ ଓ ‘ଭାରତ ଡାଲି’ ଶସ୍ତାରେ ବିକ୍ରି କରୁଛନ୍ତି। ସରକାର ‘ଭାରତ ଅଟା’ କିଲୋଗ୍ରାମ ପିଛା ୨୭.୫୦ଟଙ୍କା ଓ ‘ଭାରତ ଡାଲ’ କେଜି ପିଛା ୬୦ ଟଙ୍କାରେ ବିକ୍ରି କରୁଛନ୍ତି। ସଞ୍ଜୀବ ଚୋପ୍ରା ଆହୁରି କହିଛନ୍ତ, ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକକୁ ଶୀଘ୍ର ହଟାଇବାକୁ ସରକାରଙ୍କର କୌଣସି ଯୋଜନା ନାହିଁ। ଦରହ୍ରାସ ନ ହେବା ପର୍ଯ୍ୟନ୍ତ ପ୍ରତିବନ୍ଧକ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?