ଭାରତ ପେ’ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୮।୮:ଭାରତପେ’ର ନୂତନ ଉତ୍ପାଦ ଆଣ୍ଡ୍ରଏଡ୍‌ ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ) ଟର୍ମିନାଲ୍‌’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ଡେବିଟ୍‌-କ୍ରେଡିଟ୍‌ କାର୍ଡ, ୟୁପିଆଇ,ମୋବାଇଲ୍‌ ୱାଲେଟ୍‌ ଏବଂ ବାର୍‌ କୋଡ୍‌ ସହ ଡିଜିଟାଲ ପେମେଣ୍ଟ ମଧ୍ୟ ଗ୍ରହଣ ପାଇଁ ଏକାଧିକ ମୋଡ୍‌ ପ୍ରଦାନ କରିବ। ୨୦୨୦ରେ କମ୍ପାନୀ ଲିନକ୍ସ ଆଧାରିତ ପିଓଏସ୍‌ ଡିଭାଇସ୍‌ର ଶୁଭାରମ୍ଭ କରିଥିବା ବେଳେ ବର୍ତ୍ତମାନ ଦେଶର ୪୦୦ରୁ ଅଧିକ ସହରରେ ୨ଲକ୍ଷରୁ ଅଧିକ ପିଓଏସ୍‌ ମେଶିନ ନେଟ୍‌ୱାର୍କ ରହିଛି ଏବଂ ଏହା ପିଓଏସ୍‌ ବର୍ଗର ଶ୍ରେଷ୍ଠ ୩ ଫିନ୍‌ଟେକ କମ୍ପାନୀଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ସେହିଭଳି ଭାରତପେ ବ୍ୟବସାୟୀମାନଙ୍କୁ ଲିନକ୍ସ ଆଧାରିତ ପିଓଏସ୍‌ରୁ ନୂତନ ଆଣ୍ଡ୍ରଏଡ୍‌ ପିଓଏସ୍‌ ଡିଭାଇସ୍‌କୁ ଅପ୍‌ଗ୍ରେଡ୍‌ କରିବାକୁ ଏକ ବିକଳ୍ପ ଦେବ। ଏହା ସହ ଭାରତପେ ସ୍ବାଇପ୍‌ ଆଣ୍ଡ୍ରଏଡ୍‌ ଶୁଭାରମ୍ଭ ହେବା ସହିତ ଆଗାମୀ ୧୨ମାସରେ ଏହାର ପିଓଏସ୍‌ ନେଟ୍‌ୱାର୍କ କାଉଣ୍ଟରକୁ ଦ୍ୱିଗୁଣିତ କରିବାକୁ ଯୋଜନା କରିଛି। ଏ ସମ୍ପର୍କରେ ଭାରତପେ’ର ସିଏଫ୍‌ଓ ତଥା ମଧ୍ୟବର୍ତ୍ତିକାଳୀନ ସିଇଓ ନଳୀନ ନେଗୀ କହିଛନ୍ତି, ଅଫ୍‌ଲାଇନ ବ୍ୟବସାୟୀଙ୍କ ପାଇଁ ଏକ ଦୃଢ଼ ଫିନ୍‌ଟେକ୍‌ ଇକୋସିଷ୍ଟମ ସହିତ କମ୍ପାନୀ ଲକ୍ଷ ଲକ୍ଷ ଛୋଟ ବ୍ୟବସାୟ ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଡିଜିଟାଲ ଅର୍ଥନୀତି ସହିତ ଯୋଡ଼ିପାରିଛି। ସେହିଭଳି ଭାରତପେ’ର ମୁଖ୍ୟ ବ୍ୟବସାୟ ଅଧିକାରୀ (ବ୍ୟାଙ୍କିଙ୍ଗ୍‌ ଆଣ୍ଡ ଆଲାଇନସେସ୍‌) ସନ୍ଦୀପ ଇନ୍ଦୁରକର କହିଛନ୍ତି, କମ୍ପାନୀ ମେଟ୍ରୋ ଏବଂ ଟାୟାର-୧ ସହରରେ ନୁହେଁ ବରଂ ୨ୟ ଏବଂ ୩ୟ ବର୍ଗର ସହରଗୁଡ଼ିକରେ ମଧ୍ୟ ପଏଣ୍ଟ ଅଫ୍‌ ସେଲ୍‌ ସହ ବିଭିନ୍ନ ଦେୟ ଗ୍ରହଣୀୟ ଅଫର ପାଇଁ ଭିତ୍ତିଭୂମି ବୃଦ୍ଧିପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?