ଭାରତ ବନ୍ଦ ପାଳନ: ଜ଼ିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିକ୍ଷୋଭକାରୀ

ଛତ୍ରପୁର,୩୧।୧୨(ଦିଲ୍ଲୀପ ସାମଲ): ଭାରତ ମୁକ୍ତି ମୋର୍ଚ୍ଚା ତତ୍ତ୍ୱାବଧାନରେ ନ୍ୟାୟ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା, ଭିଟାମାଟି ସୁରକ୍ଷା ଅଭିଯାନ, ଗଞ୍ଜାମ ଜ଼ିଲା ବାଉରୀ ଖଡାଳ ସମାଜ ବିକାଶ ମଞ୍ଚ, ଦକ୍ଷିଣାଞ୍ଚଳ ମହିଳା ସଂଘ ଏବଂ ଅନ୍ୟାନ୍ୟ ଦଳିତ ସଂଗଠନ ମିଳିବ ଆନୁକୂଲ୍ୟରେ ଆଜି ଭାରତ ବନ୍ଦ ପାଳନ କରାଯାଇଛି।
ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି ମୋର୍ଚ୍ଚାର ବିଜୟ ସ୍ବାଇଁ,ଭାରତ ମୁକ୍ତି ମୋର୍ଚ୍ଚାର ଜିଲା ସଭାପତି ସୁମା ଦାସ,ଗଞ୍ଜାମ ଜ଼ିଲା ବାଉରୀ ଖଡାଳ ସମାଜ ବିକାଶ ମଞ୍ଚର କୁମର ଦାସ, ଭିଟାମାଟି ସୁରକ୍ଷା ଅଭିଯାନର ସଭାପତି ରମେଶ ଶବର, ଦକ୍ଷିଣାଞ୍ଚଳ ମହିଳା ସଂଘର ନୀଳାଦ୍ରି ବେହେରା ଓ ରାଜେନ୍ଦ୍ର ବେହେରା ପ୍ରମୁଖ ନେତୃତ୍ୱରେ ଆଜି ଜ଼ିଲାପାଳଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗତ ୧୭ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂସଦରେ ବାବାସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦୃଢ଼ ପ୍ରତିବାଦ କରିବା ସହିତ ଓବିସି ଜନସଂଖ୍ୟା ଗଣନା, ଇଭିଏମ ବ୍ୟବହାର ବନ୍ଦ କରିବା ଓ ନିର୍ବାଚନ ପାଇଁ ବାଲଟ ପେପର କାର୍ଯ୍ୟକାରୀ କରିବା ଆଦି ପ୍ରସଙ୍ଗକୁ ନେଇ କଡା ସମାଲୋଚନା କରିଥିଲେ l ଅମିତ ଶାହାଙ୍କ ଇସ୍ତଫା ଦାବି କରିବା ସହିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଅତିରିକ୍ତ ଜ଼ିଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କ ଜରିଆରେ ପ୍ରଦାନ କରାଯାଇଛି l ପରେ ଜାତୀୟ ରାଜପଥ ୧୬କୁ ଅବରୋଧ କରି ଆନ୍ଦୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ନାୟକ, ଜଗନ୍ନାଥ ପ୍ରଧାନ, କାଳୁ ଚରଣ ନାୟକ, ବିପ୍ର ନାୟକ ଓ ଭିକାରି ଦାସଙ୍କ ସମେତ ବହୁ ସଂଖ୍ୟାରେ ଦଳିତ ମହିଳା ଓ ପୁରୁଷ ଆନ୍ଦୋଳନରେ ସାମିଲ ଥିଲେ l

 


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୫।୨: ୧୯ ବର୍ଷରୁ କମ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୦୬ ଷ୍ଟ୍ରାଇକ ରେଟ ସହିତ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଓପନର୍‌ ଆରୋନ ଜର୍ଜ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri