ଜୋରଦାର ହେଲା ଭାରତ ବନ୍ଦ: ଜାଣନ୍ତୁ ଭୁବନେଶ୍ୱରରେ କେଉଁ ସେବା ବନ୍ଦ, କେଉଁଟା ଖୋଲା?

ଭୁବନେଶ୍ୱର, ୯।୭: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଂଗଠନମାନଙ୍କ ଦ୍ୱାରା ଡକାଯାଇଥିବା ଭାରତ ବନ୍ଦ ଯୋଗୁଁ ଆଜି ଓ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସେବା ପ୍ରଭାବିତ ହୋଇଛି। ଏହି ବନ୍ଦ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଓ କର୍ପୋରେଟ ଅନୁକୂଳ ନୀତି ବିରୁଦ୍ଧରେ ପ୍ରତିବାଦ ସୱରୂପ ଆହୱାନ ଦିଆଯାଇଛି। ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସମେତ ଅନ୍ୟାନ୍ୟ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି, ଯେଉଁଥିରେ ୨୫ କୋଟିରୁ ଅଧିକ ଶ୍ରମିକ ଅଂଶଗ୍ରହଣ କରୁଥିବା ଅନୁମାନ କରାଯାଉଛି।

ଏହି ବନ୍ଦ ଯୋଗୁଁ ଭୁବନେଶ୍ୱରରେ ଅନେକ ସେବା ପ୍ରଭାବିତ ହୋଇଛି:
ବସ ସେବା: ଓଡ଼ିଶା ରାଜ୍ୟ ପରିବହନ ନିଗମ (OSRTC) ଓ ଘରୋଇ ବସ ଅପରେଟରମାନେ ବନ୍ଦକୁ ସମର୍ଥନ କରିଥିବାରୁ ସରକାରୀ ଓ ଘରୋଇ ବସ ସେବା ସମ୍ପୂର୍ଣ୍ଣ ଠପ ହୋଇଛି। ବରମୁଣ୍ଡା ବସ ଷ୍ଟାଣ୍ଡ ଓ ଅନ୍ୟାନ୍ୟ ପ୍ରମୁଖ ବସ ଷ୍ଟାଣ୍ଡରେ ଯାତ୍ରୀମାନେ ଅପେକ୍ଷା କରୁଥିବା ଦେଖାଯାଇଛି, କିନ୍ତୁ ବସ ଚଳାଚଳ ନ ହେବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି କଟକରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଏପରିକି ଆନ୍ଦୋଳନକାରୀମାନେ ଭୁବନେଶ୍ୱରରେ ଆମ ବସ୍‌ ସେବାକୁ ମଧ୍ୟ ବନ୍ଦ କରିଦେଇଛନ୍ତି।

ରେଳ ସେବା: ଭୁବନେଶ୍ୱର ରେଳ ଷ୍ଟେସନ ସମେତ ରାଜ୍ୟର ବିଭିନ୍ନ ଷ୍ଟେସନରେ ଶ୍ରମିକ ସଂଗଠନମାନଙ୍କ ପିକେଟିଂ ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଜୟଦେବ ବିହାର ଓଭରବ୍ରିଜ ଓ ଜାତୀୟ ରାଜପଥରେ ମଧ୍ୟ ଅବରୋଧ ଦେଖାଦେଇଛି।

ବ୍ୟାଙ୍କ ଓ ଡାକ ସେବା: ବ୍ୟାଙ୍କ, ବୀମା ଓ ଡାକ ସେବା ମଧ୍ୟ ଆଂଶିକ ଭାବେ ପ୍ରଭାବିତ ହୋଇଛି। ବ୍ୟାଙ୍କ କାର୍ଯ୍ୟ ଯଥା ଚେକ କ୍ଲିୟରାନ୍ସ, ଲୋନ ପ୍ରୋସେସିଂ ଓ ଗ୍ରାହକ ସେବାରେ ବିଳମ୍ବ ହେବାର ସମ୍ଭାବନା ରହିଛି।

ଅନ୍ୟାନ୍ୟ ସେବା: ଖଣି, ର୍ନିମାଣ ଓ ରାଜ୍ୟ ପରିଚାଳିତ କାରଖାନା ସେବା ମଧ୍ୟ ବନ୍ଦ ଯୋଗୁଁ ଆଂଶିକ ପ୍ରଭାବିତ ହୋଇଛି। ଜୟଦେବ ବିହାର, ମାଷ୍ଟର କ୍ୟାଣ୍ଟିନ ଛକ, ବାଣୀ ବିହାର ଓ ରାଜପଥରେ ଶ୍ରମିକ ସଂଗଠନମାନଙ୍କ ବିକ୍ଷୋଭ ଓ ରାସ୍ତାରୋକ ଦେଖାଦେଇଛି।

କେଉଁଟା ଖୋଲା ରହିବ?
ବନ୍ଦ ସତ୍ତ୍ୱେ କିଛି ସେବା ଖୋଲା ରହିବ: ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଅନୁଯାୟୀ, ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଖୋଲା ରହିବ ଏବଂ ଗ୍ରାହକମାନେ ସୁରୁଖୁରୁରେ ଇନ୍ଧନ ଭର୍ତ୍ତି କରିପାରିବେ। ସକାଳୁ କିଛି ପମ୍ପରେ ଅସ୍ଥାୟୀ ଅସୁବିଧା ଦେଖାଦେଇଥିଲେ ମଧ୍ୟ, ଦିନର ଦ୍ୱିତୀୟାର୍ଦ୍ଧରେ ସେବା ସୱାଭାବିକ ହେବ ବୋଲି ଆସୋସିଏସନର ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି।

ରାଜ୍ୟ କିମ୍ବା କେନ୍ଦ୍ରୀୟ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଓ କଲେଜ ବନ୍ଦ ପାଇଁ କୌଣସି ଘୋଷଣା କରାଯାଇ ନାହିଁ। ତେଣୁ ଶିକ୍ଷାନୁଷ୍ଠାନଗୁଡିକ ଖୋଲା ରହିବ, ଯଦିଓ ପରିବହନ ଅସୁବିଧା ଯୋଗୁଁ କିଛି ସ୍ଥାନରେ ଅନଲାଇନ ମୋଡ ବାଛିପାରନ୍ତି।

ଜରୁରୀ ସେବା: ରେଳ, ବଜାର, ଦୋକାନ ଓ ସୱାସ୍ଥ୍ୟ ସେବା ଭଳି ଜରୁରୀ ସେବାଗୁ ଡିକ ବନ୍ଦରୁ ମୁକ୍ତ ରହିବ। ସୱାସ୍ଥ୍ୟ ସେବା ସଂସ୍ଥାଗୁ ଖୋଲା ରହି ନିୟମିତ ସେବା ଯୋଗାଇବ।

ଘରୋଇ କାର୍ଯ୍ୟାଳୟ: ଘରୋଇ କାର୍ଯ୍ୟାଳୟଗୁ ସାଧାରଣତଃ ଖୋଲା ରହିବ, କିନ୍ତୁ କର୍ମଚାରୀଙ୍କ ଅନୁପସ୍ଥିତି କିମ୍ବା ପରିବହନ ଅସୁବିଧା ଯୋଗୁଁ କିଛି ବାଧା ଦେଖାଦେଇପାରେ।

୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ (CITU, AITUC, INTUC, HMS, SEWA ଆଦି) ଏବଂ କୃଷକ ସଂଗଠନମାନେ ଏହି ବନ୍ଦ ମାଧ୍ୟମରେ ୧୭ ଦଫା ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟ ଦାବିଗୁଡିକ ମଧ୍ୟରେ ରହିଛି:
– ଚାରୋଟି ଶ୍ରମ କୋଡ ରଦ୍ଦ କରିବା।
– ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା।
– ସର୍ବନିମ୍ନ ମାସିକ ମଜୁରୀ ୨୬,୦୦୦ ଟଙ୍କା ର୍ନିଦ୍ଧାରଣ କରିବା।
– ପୁରାତନ ପେନ୍ସନ ଯୋଜନା ପୁନଃସ୍ଥାପନ ଓ ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ନିୟମିତ କରିବା।
– କୃଷକମାନଙ୍କ ପାଇଁ ସ୍ବାମୀନାଥନ କମିସନର ସୂଚନା ଅନୁଯାୟୀ ନ୍ୟୂନତମ ସମର୍ଥନ ମୂଲ୍ୟ (MSP) ଓ ଋଣ ମାଫ ଆଇନଗତ ଭାବେ ନିଶ୍ଚିତ କରିବା।

ଭୁବନେଶ୍ୱରରେ ଶ୍ରମିକ ସଂଗଠନମାନେ ଜୟଦେବ ବିହାର ଓଭରବ୍ରିଜ, ମାଷ୍ଟର କ୍ୟାଣ୍ଟିନ ଛକ, ବାଣୀ ବିହାର ଓ ରାଜପଥରେ ବିକ୍ଷୋଭ ଓ ରାସ୍ତାରୋକ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର CITU ସଦସ୍ୟମାନେ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି। ଏହା ସହିତ ରେଳ ଷ୍ଟେସନରେ ପିକେଟିଂ ଯୋଗୁଁ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଛି।

ଓଡ଼ିଶା ସରକାର ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କ କରିଛନ୍ତି। ଲୋକସେବା ଭବନ, ଖାରବେଳ ଭବନ ଓ ଅନ୍ୟାନ୍ୟ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି। ସରକାରୀ କର୍ମଚାରୀମାନଙ୍କୁ ସକାଳ ୯:୩୦ ସୁଦ୍ଧା ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?