ଯାଜପୁରରେ ଭାରତ ବନ୍ଦର ପ୍ରଭାବ: ଏଆଇଟିୟୁସି କର୍ମୀଙ୍କ ରାସ୍ତା ଅବରୋଧ, କେନ୍ଦ୍ର ସରକାରଙ୍କ…

ଧର୍ମଶାଳା,୧୨ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ଷୋହଳ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଶତାଧିକ କାର୍ଯ୍ୟକର୍ତ୍ତାମାନେ ରାସ୍ତା ଅବରୋଧ କରି କେନ୍ଦ୍ର ସରକାର ବିରୁଦ୍ଧରେ ନାରା ବାଜି କରିଛନ୍ତି । ସେହିପରି ଜରକା ଛକରେ ମଧ୍ୟ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି ।

ଏଆଇୟୁଟିୟୁସି ଶ୍ରମିକ ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତାମାନେ ରାସ୍ତା ଅବରୋଧ କରି କେନ୍ଦ୍ର ସରକାର ବିରୁଦ୍ଧରେ ନାରା ବାଜି କରିଛନ୍ତି । ୪ ଟି ଶ୍ରମ କୋଡ୍ ପ୍ରତ୍ୟାହାର ସର୍ବନିମ୍ନ ମଜୁରୀ ପ୍ରଦାନ, ଅବସର କାଳୀନ ସହାୟତା ଓ ପେନସନ ପ୍ରଦାନ, ମନମୁଖୀ ନିଯୁକ୍ତି ଓ ଛଟେଇ, ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ବାତିଲ କରିବା ଓ ଅନ୍ୟାନ୍ୟ ଦାବିରେ ୧୦ ଗୋଟି ଶ୍ରମିକ ସଂଗଠନ ଓ କର୍ମଚାରୀ ମାନେ ସାଧାରଣ ଧର୍ମଘଟକୁ ଓହ୍ଲାଇ ପ୍ରତିବାଦ କରିଥିବା ଦେଖା ଯାଇଛି ।

 

Dharitri – Odisha’s No.1 Odia Daily

Share