ପ୍ରଥମ ଭାରତୀୟ ଭାବେ ପଦକ ଜିତିଲେ ଭନ୍‌ଓ୍ବାଲା

ପଣ୍ଟେଭେଡ୍ରା (ସ୍ପେନ), ୨୦।୧୦ (ପି.ଟି.): ଭାରତର ପ୍ରଥମ ଗ୍ରିକୋ ରୋମାନ ରେସଲର ଭାବେ ସାଜନ ଭନଓ୍ବାଲା ୨୩ ବର୍ଷରୁ କମ୍‌ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ପଦକ ହାସଲ କରିଛନ୍ତି। ବୁଧବାର ଅନୁଷ୍ଠିତ ପ୍ଲେ-ଅଫ୍‌ ଲଢ଼େଇରେ ଭନଓ୍ବାଲା ୟୁକ୍ରେନର ଡିମିଟ୍ରୋ ଭାସେଟସ୍କିଙ୍କୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଡିମିଟ୍ରୋ ଚମତ୍କାର ଆରମ୍ଭ କରି ୪ ପଏଣ୍ଟରେ ଅଗ୍ରଣୀ ହାସଲ କରିଥିଲେ ହେଁ ଭନଓ୍ବାଲା ଶକ୍ତିଶାଳୀ ମୁଭ୍‌ ଜରିଆରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ।

ତେବେ ରକ୍ଷଣାତ୍ମକ ରଣନୀତି ଯୋଗୁ ସେ ପୁଣି ୨ ପଏଣ୍ଟ ହରାଇଥିଲେ। ଗ୍ରାଉଣ୍ଡ ପୋଜିଶନରେ ପ୍ରଭାବୀ ପ୍ରଦର୍ଶନ କରି ୟୁକ୍ରେନ ପ୍ରତିଦ୍ୱନ୍ଦ୍ୱୀ ଏକଦା ୧୦-୪ରେ ଆଗୁଆ ହୋଇ ଯାଇଥିଲେ। ମାତ୍ର ଏହାପରେ ଚତୁରତାର ସହ ଲଢ଼ି ଭନଓ୍ବାଲା ସ୍କୋରକୁ ୧୦-୧୦ରେ ବରାବର କରିବାରେ ସକ୍ଷମ ହୋଇଥିଲେ। ଶେଷ ପଏଣ୍ଟ ଭନଓ୍ବାଲା ହାସଲ କରିଥିଲେ, ତେଣୁ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ପ୍ରତିଯୋଗିତାରେ ଭନଓ୍ବାଲା ଲିଥୁଆନିଆର ଏଷ୍ଟିସ ଲିଆଗମିନାସଙ୍କ ବିପକ୍ଷରେ ୩-୦ରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲେ ହେଁ ପ୍ରି-କ୍ୱାର୍ଟର ଫାଇନାଲରେ ମାଲଡୋଭାର ଆଲେକଜାଣ୍ଡ୍ରିନ ଗୁଟୁଙ୍କଠାରୁ ହାରି ଯାଇଥିଲେ। ମାତ୍ର ଗୁଟୁ ଫାଇନାଲରେ ପ୍ରବେଶ କରିଥିବାରୁ ଭନଓ୍ବାଲା ରିପଚେଜ୍‌ ରାଉଣ୍ଡରେ ଲଢ଼ିବା ସୁଯୋଗ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

କଂଗ୍ରେସ ନେତା ଶଶି ଥରୁରଙ୍କ କନଭଏ ଉପରେ ଆକ୍ରମଣ, ବନ୍ଧୁକଧାରୀ ସହ ଡ୍ରାଇଭର ଆହତ

ଥିରୁଭାନନ୍ତପୁରମ,୪।୪: କଂଗ୍ରେସ ଏମପି ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ ସମ୍ପର୍କିତ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କେରଳର ୱାଣ୍ଡୁର ଅଞ୍ଚଳରେ…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri