ଭଞ୍ଜନଗର, ସୋରଡ଼ା ଜଳଭଣ୍ଡାର ହେବ ପୁନରୁଦ୍ଧାର

ଭଞ୍ଜନଗର,୨।୫(ବାବୁଲା ପ୍ରଧାନ): ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ବତନ୍ତ୍ର ସଚିବ (ଜଳ ପ୍ରଭାରୀ ଗଞ୍ଜାମ)
ମୁକୁଳ ଚନ୍ଦ୍ର ବେରା ତିନି ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ଶୁକ୍ରବାର ବିଭିନ୍ନ ଜଳସେଚନ ପ୍ରକଳ୍ପର ନିରୀକ୍ଷଣ କରିଛନ୍ତି।

ଏହି ଅବସରରେ ସେ ଜଳଭଣ୍ଡାର ଉପରେ ସର୍ବସାଧାରଣଙ୍କ ଅବାଧ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ଏପରିକି ଏହାର ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଭଞ୍ଜନଗର ଏବଂ ସୋରଡ଼ା ଜଳଭଣ୍ଡାର ବହୁ ପୁରୁଣା ଜଳଭଣ୍ଡାର, ତାହାର ପୁନରୁଦ୍ଧାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଦୁଇ ଜଳଭଣ୍ଡାରକୁ ସ୍ବତନ୍ତ୍ର ସର୍ଭେ କରି କ’ଣ ସମସ୍ୟା ରହିଛି ତାହାର ଯାଞ୍ଚ କରାଯିବ। ଯେଉଁଠି ଉନ୍ନୟନ କାର୍ଯ୍ୟ ଚାଲିଛି ତାହାର କାମ ତ୍ୱରାନ୍ବିତ କରିବାକୁ ସଚିବ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

ଜଳସେଚନ ପ୍ରକଳ୍ପଗୁଡ଼ିକରେ ପାଣି କିଭଳି ମହଜୁଦ ରହିପାରିବ ଏବଂ ତାହାର ସୁଫଳ ଜନସାଧାରଣ, ଚାଷୀମାନେ କିଭଳି ପାଇ ପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ସଚିବ କହିଥିଲେ। ସଚିବ ଭୁବନେଶ୍ୱରରୁ ଆସି ପ୍ରଥମେ ଆସିକାରେ ଋଷିକୂଲ୍ୟା ନଦୀ ବନ୍ଧ ନିରୀକ୍ଷଣ କରିଥିଲେ । ସେଠାରୁ ପ୍ରସ୍ତାବିତ ପିପଳପଙ୍କା ପ୍ରକଳ୍ପ ବୁଲି ଦେଖିଥିଲେ।

ଏହାପରେ ସୋରଡ଼ା ଜଳଭଣ୍ଡାର, ସୋରିଷମୁଳି ଆନିକଟ ବୁଲି ଦେଖିଥିଲେ। ଏହି ସମୟରେ ସେ ବୃହତ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ ବୁଲି ନିରିକ୍ଷଣ କରିଥିଲେ। ସଚିବଙ୍କ ଗସ୍ତ ସମୟରେ ମୁଖ୍ୟଯନ୍ତ୍ରୀ ଅଜୟ କୁମାର ବିଶ୍ବାଳ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜୀବ କୁମାର ପଣ୍ଡିତ, ବିଷ୍ଠୁ ଚରଣ ସାହୁ, ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ସୋରିଷମୁଳି ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା, ସୋରଡ଼ା
ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବେନ୍ଦ୍ର କୁମାର ପ୍ରଧାନ, ବାଲିପଦର ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ମୁନି, ଆସିକା ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ସାହୁ, ସୋରଡା ସହକାରୀ ଯନ୍ତ୍ରୀ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକଳ୍ପ ନିରୀକ୍ଷଣ କଲେ ସଚିବ

 


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri