ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପରଲୋକ ଗମନ କରିଛନ୍ତି। ଏହି ଖବର ଭଞ୍ଜନଗରରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଜଣାଶୁଣା ସ୍ବେଚ୍ଛାସେବୀ, ଏ କ୍ଲାସ୍ ଠିକାଦାର, ରାଜନେତା ଥିଲେ। ଏଥିସହ କୁଲାଡ଼ ଉଚ୍ଚ ବିଦ୍ୟାଳୟର ସଭାପତି ଅନେକ ଥର ଥିଲେ।
ବିଧାୟକଙ୍କ ଭୁବନେଶ୍ୱର ବାସଭବନରେ ବହୁ ରାଜନେତା, ବିଶିଷ୍ଠ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ରାତିରେ ଶ୍ୟାମସୁନ୍ଦରଙ୍କ ମରଶରୀର ତାଙ୍କ ବାସଭବନ ତିଲିସିଙ୍ଗି ଗ୍ରାମରେ ପହଞ୍ଚିବା ପରେ ତାଙ୍କର ଅନ୍ତିମ ସତ୍କାର କରାଯିବା କାର୍ଯ୍ୟକ୍ରମ ରହିଛି।