ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ ଯୁକ୍ତ ୨, ଚାଲିଛି ଜୋର୍‌ଦାର ପ୍ରସ୍ତୁତି

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ ୨ ଖୋଲିବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ତେଣୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲାପାଳ ଉମାଶଙ୍କର ବେହେରା ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ଏନେଇ ବାରମ୍ବାର ଆଲୋଚନା କରୁଛନ୍ତି।  ବିଧାୟକ ନାୟକ, ଉପଜିଲାପାଳ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ସହରର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଡାକି ଆଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର କଲେଜ ପୁରୁଣା ହଷ୍ଟେଲ କୋଠା ମରାମତି ପାଇଁ ଅର୍ଥ ବିଭିନ୍ନ ବିଭାଗରୁ ଅନୁମୋଦନ କରି ନିର୍ମାଣ କରାଯିବ। ତାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଅନ୍ୟପଟେ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ବ ସ୍ଥାୟୀ କୋଠା ନିର୍ମାଣ ପାଇଁ ମଧ୍ୟ ଅଧ୍ୟକ୍ଷ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖୁଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପାଖରେ ଫାଇଲ୍‌ ଅଟକି ଅଛି। କେନ୍ଦ୍ର ସରକାର ସମସ୍ତ ଅନୁମତି ଦେଲେ କାମ ଆରମ୍ଭ ହେବ। ରାଜ୍ୟ ସରକାର ସ୍ଥାନୀୟ ଶିଳ୍ପ ତାଲିମ କେନ୍ଦ୍ର ସମ୍ମୁଖରେ ୫ ଏକର ଜମି ୪ ବର୍ଷ ପୂର୍ବେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଜମି ଦେଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ବିଦ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ଅନୁମୋଦନ ଦେବାରେ ବିଳମ୍ବ ଯୋଗୁ କୋଠା କାମ ଆରମ୍ଭରେ ବିଳମ୍ବ ହେଉଛି। ତଥାପି ଚଳିତ ବର୍ଷ ଶେଷଆଡ଼କୁ କାମ ଆରମ୍ଭ ହେବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଏହିଭଳି ପରିସ୍ଥିତିରେ ଗୁରୁବାର କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସମ୍ମିଳନୀ ହୋଇଥିଲା। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ କିଭଳି ଉଜ୍ଜ୍ୱଳମୟ ହୋଇପାରିବ ସେନେଇ ଅଧ୍ୟକ୍ଷ କମାନୁ, ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଖୁଣ୍ଟିଆ, ଶିକ୍ଷକ ଓମ୍‌କାର ଅଙ୍କିତ ସେନେଇ କହିଥିଲେ।

ସୂଚନାଯୋଗ୍ୟ, ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରଚେଷ୍ଟା ଯୋଗୁ ବର୍ତ୍ତମାନ ଛାତ୍ରୀଛାତ୍ର ରାଜ୍ୟ ଓ ଜାତୀୟସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରି ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ତେଣୁ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମାନ ଅଞ୍ଚଳରେ ବୃଦ୍ଧି ପାଇଛି। ଆଗକୁ କେନ୍ଦ୍ରୀୟ ବିଦ୍ୟାଳୟର ବିଭିନ୍ନ ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରୀଛାତ୍ର ପ୍ରସ୍ତୁତ ହେଉଛନ୍ତି। ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ବ କୋଠା ନ ଥିବାରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କୋଠାରେ ବିଦ୍ୟାଳୟ ଚାଲିଛି। ଆଗକୁ ଯୁକ୍ତ ୨ ଖୋଲିବା ପାଇଁ ଆଉ ୫ଟି ରୁମ୍‌ ଆବଶ୍ୟକ। ତେଣୁ କଲେଜର ପୁରୁଣା ଅବ୍ୟବହୃତ ହଷ୍ଟେଲ କୋଠାଟିକୁ ଦେବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲାପାଳ ଉମାଶଙ୍କର ବେହେରା, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କୁ ଅନୁରୋଧ କରିଛନ୍ତି। ଅଞ୍ଚଳର ଛାତ୍ରୀଛାତ୍ରଙ୍କ ହିତ ଦୃଷ୍ଟିରୁ ବିଧାୟକ ନାୟକ ଏବଂ ଉପଜିଲାପାଳ କିଭଳି ଯୁକ୍ତ ୨ ଖୋଲିବ ସେନେେଇ ଆଗ୍ରହୀ ଅଟନ୍ତି। ବର୍ତ୍ତମାନ ଉକ୍ତ ହଷ୍ଟେଲର ମରାମତି ହେବ। ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୋଠା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri