ବି.ଏଡ୍. ଛାତ୍ରୀଙ୍କ ଅକାଳ ବିୟୋଗ: ସହାୟତା ନ କରିବାରୁ ଶିକ୍ଷକଙ୍କ ଉପରେ ତୀବ୍ର ଅସନ୍ତୋଷ

ଭଞ୍ଜନଗର,୧୯।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବି.ଏଡ୍. କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଅକାଳ ମୃତ୍ୟୁକୁ ନେଇ କଲେଜରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୁରୁତର ଅସୁସ୍ଥ ସମୟରେ କିଛି ଶିକ୍ଷକ ମାନବିକତା ଭୁଲି ଯାଇ ସାହାଯ୍ୟ କରିନଥିବା ଅଭିଯୋଗ ହୋଇଛି, ଯାହା ଫଳରେ ଛାତ୍ରୀଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ।

ବାଲେଶ୍ୱର ଜିଲାର ଉକ୍ତ ଛାତ୍ରୀ ଜଣକ ଲଣ୍ଡେଇସାହିରେ ଭଡ଼ା ଘରେ ରହୁଥିଲେ। ଗତ ରବିବାର ସନ୍ଧ୍ୟାରେ ସେ ବାଥ୍‌ରୁମ୍‌ରେ ପଡ଼ିଯିବାରୁ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ଜୁନିୟର ସାଙ୍ଗମାନେ ତାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ, ଯେଉଁଠାରେ ତାଙ୍କର ରକ୍ତଚାପ (BP) ୨୨୦ ଥିବା ଜଣାପଡ଼ିଥିଲା ଏବଂ ତାଙ୍କ ଡାହାଣ ହାତ ଓ ଗୋଡ଼ କାମ କରୁନଥିଲା। ଡାକ୍ତର ତାଙ୍କୁ ତୁରନ୍ତ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ।

ଅସୁସ୍ଥ ଛାତ୍ରୀଙ୍କ ମାଆ ୪ ମାସ ପୂର୍ବରୁ ମୃତ୍ୟୁବରଣ କରିଥିବାରୁ ଏବଂ ବାପା ହଠାତ୍ ବାଲେଶ୍ୱରରୁ ଆସିପାରି ନ ଥିବାରୁ, ସାଙ୍ଗରେ ଥିବା ଜୁନିୟର ଛାତ୍ରୀମାନେ ବ୍ରହ୍ମପୁର ନେବା ପାଇଁ କିଛି ଶିକ୍ଷକଙ୍କ ସହଯୋଗ ଲୋଡ଼ିଥିଲେ। କିନ୍ତୁ ଶିକ୍ଷକମାନେ ରାତିରେ ମାନବିକତା ଦୃଷ୍ଟିକୋଣରୁ ସହାୟତା କରିବାକୁ ଆସିନଥିଲେ।

ସୋମବାର ସକାଳେ କିଛି ସ୍ୱେଚ୍ଛାସେବୀ ଓ ଛାତ୍ରୀଙ୍କ ବାପା ପହଞ୍ଚିବା ପରେ ଛାତ୍ରୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ଉପଯୁକ୍ତ ଚିକିତ୍ସା ବିଳମ୍ବ ହେବାରୁ ସେ ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।

ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ଖୁଣ୍ଟିଆ କହିଛନ୍ତି ଯେ ସୋମବାର ରାତିରେ ତାଙ୍କ ଫୋନ୍ ଅଚଳ ଥିଲା। ମଙ୍ଗଳବାର ସକାଳେ ଖବର ପାଇ ସେ ଡାକ୍ତରଖାନା ଯାଇଥିଲେ।

ଶିକ୍ଷକଙ୍କ ଏପରି ଅବହେଳାକୁ ନେଇ କିଛି ଛାତ୍ରଛାତ୍ରୀ ବୁଧବାର ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଏବଂ “ଜଣେ ଶିକ୍ଷକ ହେବା କେବଳ ଶିକ୍ଷାଦାନ ନୁହେଁ, ବରଂ ଦାୟିତ୍ୱ ଓ ମାନବିକତାର ପ୍ରତିଶ୍ରୁତି” ବୋଲି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସମର୍ପିତ ହୋଇ କାମ କରିବାକୁ ଆହ୍ବାନ

ନୂଆପଡ଼ା,୨୧ା୧ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri