ଚାଲିଗଲେ ଭଞ୍ଜନଗର ଅଞ୍ଚଳର ମାମୁ, ଫୁଲ ତୋଳି ଆସିବା ପରେ ହଠାତ୍‌…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚାକୁଣ୍ଡାପଲ୍ଲୀ ରାସ୍ତାରେ ରହୁଥିବା ସିମାଞ୍ଚଳ ପାଣିଗ୍ରାହୀ (୬୮) ରବିବାର ସକାଳେ ପରଲୋକ ଗମନ କରିଛନ୍ତି। ସେ ଭଞ୍ଜନଗର ଅଞ୍ଚଳରେ ସମସ୍ତଙ୍କ ପ୍ରିୟ ମାମୁ ଭାବେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ବହୁ ଅଫିସର୍‌ ନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି। ସିମାଞ୍ଚଳ ଜଣେ ବାମପନ୍ଥୀ ନେତା ଭାବେ ପରିଚିତ ଥିଲେ। ଏଥିସହ ବୀମା କାର୍ଯ୍ୟ କରୁଥିଲେ।

ଆଜି ସକାଳେ ସିମାଞ୍ଚଳ ଉଠିବା ପରେ ଫୁଲ ତୋଳିବାକୁ ଯାଇଥିଲେ। ବୁଲାବୁଲି କରି ଆସିବା ପରେ ଚା’ ପିଇ ଖଟରେ ବସିଥିଲେ। ହଠାତ୍‌ ସେ ଖଟରେ ଟଳି ପଡ଼ିଥିଲେ। ଏହାପରେ ତାଙ୍କ ଭାଇ ଡାକ୍ତରଙ୍କୁ ଘରକୁ ଡାକି ଚିକିତ୍ସା କରିଥିଲେ । କିନ୍ତୁ ସେତେବେଳକୁ ସିମାଞ୍ଚଳ ପରଲୋକ ଗମନ କରି ସାରିଥିଲେ। ସିମାଞ୍ଚଳ ଅବିବାହିତ ଥିଲେ। ଆଜି ସନ୍ଧ୍ୟାରେ ବିପଦରବନ୍ଧୁ କର୍ମକର୍ତ୍ତା, ଅଗଝୋଳ, ଭଞ୍ଜନଗର ସହର ପ୍ରମୁଖ ଅଞ୍ଚଳର ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସତ୍କାର ଅଗଝୋଳ ଗ୍ରାମ ଶ୍ମଶାନ ଘାଟରେ କରାଯାଇଛି।

Dharitri – Odisha’s No.1 Odia Daily