ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ବିସ୍ଫୋରକ ବୟାନ ଦେଇଛନ୍ତି। ଭକ୍ତ କହିଛନ୍ତି, କଂଗ୍ରେସରୁ ୩ ଜଣ ବିଧାୟକ କରିଛନ୍ତି। ସେମାନେ ହେଲେ ରମେଶ ଜେନା, ସୋଫିଆ ଫିର୍ଦ୍ଦୋଶ ଓ ଦାଶରଥୀ ଗମାଙ୍ଗ । ତିନି ଜଣଙ୍କ କ୍ରସ୍ ଭୋଟିଂ ନେଇ ଟେଲିଫୋନରେ AICCକୁ ଜଣାଇଥିବା ପିସିସି ସଭାପତି କହିଛନ୍ତି । ଭକ୍ତ କହିଛନ୍ତି ୩ ଜଣ ବିଧାୟକ ଏଭଳି ଭାବେ କାମ କରିବା କଳ୍ପନାର ବାହାରେ ଥିଲା । ସ୍ବଇଚ୍ଛାରେ ବିରୋଧାଚରଣ କରି ବିଶ୍ବାସଘାତ କରିଛନ୍ତି । ଏଭଳି ସମସ୍ୟଙ୍କ ବିଧାନସଭାରୁ ସଦସ୍ୟତା କାଟିଦେବା ଉଚିତ୍ । ଜମିଦାର ହୋଇ କଂଗ୍ରେସ ଦଳରେ ଥିବା ଲୋକମାନେ ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ ବୋଲି ଭକ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।