ଭୁବନେଶ୍ୱର,୩।୨: ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସଂକ୍ରାନ୍ତରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ୧୮ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ଦାବି କରିଛନ୍ତି। ସେ ପ୍ରତିକ୍ରିୟା ପ୍ରକାଶ କରି ପୌର ଏବଂ ଏନ୍ଏସି ନିର୍ୱାଚନ ବାଲଟ୍ ପେପରରେ କରିବାକୁ ଦାବି କରିଛନ୍ତି।
ନିର୍ୱାଚନ ବାଲଟ୍ ପେପରରେ କରିବାକୁ ନିର୍ୱାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରକାଶ କରିଛନ୍ତି। ଇଭିଏମ୍ରେ ଭୋଟ ଚୋରି ହେଉଛି, ଏନେଇ ନିର୍ୱାଚନ ବାଲଟ୍ରେ କରିବାକୁ ଦାବି ଉଠାଉଛୁ ବୋଲି ଭକ୍ତ କହିଛନ୍ତି।