ରାଜ୍ୟ ସଭା ନିର୍ବାଚନ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, ରାଜ୍ୟ ସ୍ବାର୍ଥ ପାଇଁ ନବୀନଙ୍କୁ ଭେଟିବି

ଭୁବନେଶ୍ୱର,୨ା୨: ରାଜ୍ୟ ସଭା ନିର୍ବାଚନକୁ ନେଇ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ମର୍ଯ୍ୟାଦା ପାଇଁ ରାଜ୍ୟ ସଭା ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି। ରାଜ୍ୟର ବୃହତ ସ୍ବାର୍ଥ ପାଇଁ ଦିନେ ଦୁଇଦିନ ଭିତରେ ନବୀନଙ୍କ ସହ ଭେଟଘାଟ ହେବ ।

ବିଜେଡି ଏବଂ କଂଗ୍ରେସର ସଂଖ୍ୟାକୁ ନେଇ ସମ୍ଭାବନା ଦେଖାଯାଉଛି । ସମ୍ଭାବନାକୁ ନେଇ ଚେଷ୍ଟା କରିବା ରାଜନୀତିରେ ଅପରାଧ ନୁହଁ । ଆମେ ଜାଣିଛୁ ଜିତିପାରିବୁନି ହେଲେ ମର୍ଯ୍ୟଦା ପାଇଁ ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି ଭକ୍ତ ଚରଣ ଦାସ ।

ବିପକ୍ଷ ଦଳ ପାଇଁ ସୁଯୋଗ ରହିଛି । ତେଣୁ ଆମକୁ ଫାଇଦା ଉଠାଇବାକୁ ପଡିବ । ନବୀନଙ୍କ ସହ ଆଲୋଚନା କରିଲେ ଅନେକ କଥା ସାମ୍ନାକୁ ଆସିବ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ସଭା ନିର୍ବାଚନରେ କାହା ପଟକୁ ଲଢୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

Dharitri – Odisha’s No.1 Odia Daily

Share