କଂଗ୍ରେସକୁ ଫେରିବେ ନା ନାହିଁ ସୁର ରାଉତରାୟ, ବିସ୍ଫୋରକ ବୟାନ ଦେଲେ ଭକ୍ତ ଚରଣ ଦାସ, ରାଜନୀତିରେ ଚହଳ

ଭୁବନେଶ୍ୱର, ୧୪।୨: କଳାହାଣ୍ଡିରେ ନୂଆ ପିସିସି ସଭାପତି ଭକ୍ତ ଦାସ ସୂଚନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିଲମ୍ବନ ହୋଇଥିବା ପୁରୁଖା ନେତାଙ୍କୁ ଅଣାଯିବ। ଆଜିଠାରୁ ଆରମ୍ଭ ହେଲା ପ୍ରକ୍ରିୟା। ସୁର ରାଉତରାୟ ଜଣେ ଅଭିଜ୍ଞ ଓ ଦଳର ଶକ୍ତ ସ୍ତମ୍ଭ। କଂଗ୍ରେସ ସେହି ସ୍ତମ୍ଭ ଭୁଶୁଡ଼ିବାକୁ ଦେବନି ବୋଲି ଭକ୍ତ ଦାସ କହିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ଏବେ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଭକ୍ତ ଚରଣ ଦାସ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ସୁରଙ୍କ ଉପରୁ ନିଲମ୍ବନ ଆଦେଶ ଉଠିପାରେ। ଏହାକୁ ନେଇ ସୁର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଫେରାଇ ନେଲେ କଂଗ୍ରେସ ପାଇଁ ଫୁଲ ଦମରେ କାମ କରିବି। ସୁର ଆହୁରି କହିଛନ୍ତି, ସମସ୍ତଙ୍କୁ ନେଇ ଚାଲିବାକୁ ନୂଆ ପିସିସି ସଭାପତି ପ୍ରସ୍ତାବ ଦେଇଛନ୍ତି ।

 

Share
Tags: Sura Routray