ଭଦ୍ରକ ରାଜନୀତି ସରଗରମ: ବିଜେଡିରୁ ଇସ୍ତଫା ଦେଲେ ବ୍ଲକ ଅଧ୍ୟକ୍ଷ

ଭଦ୍ରକ, ୧।୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଇସ୍ତଫା ପର୍ବ ଚାଲିଥିଲା ବେଳେ ସୋମବାର ବିଜେଡି ସମର୍ଥିତ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଅନ୍ୟମାନଙ୍କ ପରି ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କର ଇସ୍ତଫା ପତ୍ର ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁଙ୍କୁ ପଠାଇଛନ୍ତି । ପୂର୍ବରୁ ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକର ଅଧକ୍ଷାଅଧ୍ୟକ୍ଷ ଇସ୍ତଫା ଦେଇଥିବା ବେଳେ ଆଜି ବିଶ୍ୱାଳ ଇସ୍ତଫା ପ୍ରଦାନ କରିବା ଜିଲା ରାଜନୀତିକୁ ସରଗରମ କରିଛି । ଜିଲାରେ ବିଜେଡି ଏକ ପ୍ରକାର ଧରାଶାୟୀ ହୋଇଯାଇଛି l ଜିଲାର ସମସ୍ତ ୭ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରିଥିଲା । କିନ୍ତୁ ଏକାଥରେ ୪ ବ୍ଲକ ଅଧ୍ୟକ୍ଷ ଓ କିଛି କର୍ମକର୍ତ୍ତାଙ୍କ ଇସ୍ତଫା ବିଜେଡିକୁ ଦୁର୍ବଳ କରିଦେବ ବୋଲି ଆଲୋଚନା ହେଉଛି । ସମସ୍ତେ ଆଗାମୀ ଦିନରେ ଭାଜପାରେ ମିଶିବେ ବୋଲି ଆଲୋଚନା ହେଉଛି ।

Dharitri – The Largest & Most Trusted Odia Daily

Share
Tags: BJDodisha