Posted inଫୁରସତ

ମହାକାଶରେ ବିବାହ କରିବେ ବେଜୋସ୍‌

ପ୍ୟାରିସ୍‌: ଆମାଜନ୍‌ର ସମ୍ପାଦକ ୫୯ ବର୍ଷୀୟ ଜେଫ ବେଜୋସ୍‌ ନିଜ ରିଲେଶନକୁ ନେଇ ଚର୍ଚ୍ଚାରେ ରହୁଥିବାବେଳେ ଏବେ ସେ ବିବାହ କରିବାକୁ ଯାଉଥିବା ଖବର ମିଳିଛି। ତେବେ ଏହି ବିବାହ ସମସ୍ତଙ୍କ ବିବାହଠାରୁ ଭିନ୍ନ ହେବ। କାରଣ ସେ ମହାକାଶରେ ବିବାହ କରିବେ ବୋଲି ଜଣାପଡ଼ିଛି। ମହାକାଶରେ ବିବାହ କରିବାର ସେ ପ୍ରଥମ ବ୍ୟକ୍ତି ଭାବେ ବିବେଚିତ ହେବେ। ଜେଫ ପୂର୍ବରୁ ମଧ୍ୟ ମହାକାଶ ଯାତ୍ରା କରିଛନ୍ତି। ୨୦୨୧ରେ ପଶ୍ଚିମ ଟେକ୍ସାସର ମରୁଭୂମି ଅଞ୍ଚଳରୁ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌ର ନ୍ୟୁ ସେପାର୍ଡ ରକେଟ୍‌ରେ ମହାକାଶ ଯାତ୍ରା କରିଥିଲେ। ସେ ସେଠାରେ ୧୦ ମିନିଟ୍‌ ସମୟ ଅତିବାହିତ କରିଥିଲେ। ଜେଫ ମେ’ ୨୨ରେ ଏମି ପୁରସ୍କାର ବିଜେତା ଖବରଦାତା ତଥା ହେଲିକପ୍ଟର ପାଇଲଟ୍‌ ୫୩ ବର୍ଷୀୟା ଲରେନ ସାନଞ୍ଜେଜ୍‌ଙ୍କ ସହ ନିର୍ବନ୍ଧ କରିଛନ୍ତି। କାନ୍ସର ପାଲ୍ମ ସମୁଦ୍ର କୂଳରେ ଥିବା ଲା ପେଟିଟି ମଇସନ୍‌ ରେଷ୍ଟୁରାଣ୍ଟରେ ଏହା ଧୁମଧାମରେ ସରିଛି। ସେଥିରେ ଯୋଡ଼ି ୪,୨୮୫ ଡଲାର ଅର୍ଥାତ୍‌ ୩ଲକ୍ଷ ୫୪ ହଜାର ଟଙ୍କାର ମଦ ପିଇଥିବା ଜଣାପଡ଼ିଛି। ଏହି ଅବସରରେ ଲରେନଙ୍କୁ ଜେଫ ୨୦ କ୍ୟାରେଟ୍‌ର ହୀରା ମୁଦି ପିନ୍ଧାଇଥିଲେ। ଜୁଏଲେରୀ କମ୍ପାନୀ ମୁତାବକ, ସେହି ମୁଦିର ମୂଲ୍ୟ ୩ ମିଲିୟନରୁ ୫ ମିଲିୟନ ହେବ, ଅର୍ଥାତ୍‌ ୪୧ କୋଟି ହେବ। ନିର୍ବନ୍ଧରେ ତାଙ୍କ ପରିବାର ଲୋକେ ସାମିଲ ହୋଇଥିଲେ। ସେଠାରେ ବହୁତ ବଡ଼ ଆକାରର ନାଚ ଗୀତର ଆୟୋଜନ ମଧ୍ୟ ହୋଇଥିଲା। ନିର୍ବନ୍ଧ ସରିବା ପରେ ସେମାନେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେଇ ତା’ର ମଜା ଉଠାଇଥିଲେ। ତେବେ ଜେଫ ଏବଂ ଲରେନ ୨୦୧୮ରୁ ଦୁହିଁଙ୍କୁ ଡେଟିଂ କରୁଥିବାବେଳେ ୨୦୧୯ ଜୁଲାଇ ୧୪ରେ ତାଙ୍କ ସମ୍ପର୍କକୁ ସମସ୍ତଙ୍କ ସମ୍ମୁଖକୁ ଆଣିଥିଲେ। ଏହା ପୂର୍ବରୁ ଜେଫ ତାଙ୍କ ପ୍ରଥମ ସ୍ତ୍ରୀ ମାକ୍‌କେଞ୍ଜି ସ୍କଟ୍‌ଙ୍କୁ ଛାଡ଼ପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri