Posted inଜାତୀୟ

ଅନ୍‌ଲାଇନ କାରବାରକୁ ସାବଧାନ ! ହଜାରେ ଦିନରେ ୧୩ କୋଟି ଥର ସାଇବର କ୍ରାଇମ ପୋର୍ଟାଲର ସହାୟତା ନେଇଛନ୍ତି ଲୋକେ…

ନୂଆଦିଲ୍ଲୀ,୩୦।୩ : ବିଶ୍ୱସ୍ତରରେ, ଏହା ବିକଶିତ ହେଉ କିମ୍ବା ବିକାଶଶୀଳ ରାଷ୍ଟ୍ର ହେଉ, ସାଇବର ଅପରାଧ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ ଭାବରେ ଉଭା ହୋଇଛି । ଭାରତରେ ସାଇବର ଅପରାଧର ମୁକାବିଲା ତଥା ଏହାର ବିପଦ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନେକ ପଦକ୍ଷେପ ନେଇଛି। ଏହାକୁ ଦୃଷ୍ଟିରେ ରଖି ସମନ୍ବିତ ତଥା ବ୍ୟାପକ ଢଙ୍ଗରେ ସାଇବର ଅପରାଧର ମୁକାବିଲା ପାଇଁ ୧୦ ଜାନୁୟାରୀ ୨୦୨୦ରେ ଭାରତୀୟ ସାଇବର କ୍ରାଇମ ସମନ୍ବୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ଏହାର ଅର୍ଥପୂର୍ଣ୍ଣ ଫଳାଫଳ ଆସିବା ଆରମ୍ଭ କରିଛି।

ପ୍ରାୟ ହଜାରେ ଦିନରେ ସାଇବର କ୍ରାଇମ ପୋର୍ଟାଲକୁ ୧୩ କୋଟିରୁ ଅଧିକ ଥର ସହାୟତା ପାଇଁ ଲୋକେ ଲଗଇନ କରିଛନ୍ତି। ଏହା ଉକ୍ତ ପୋର୍ଟାଲର ବିଶ୍ୱସନୀୟତା ଏବଂ ଉପଯୋଗିତାକୁ ଦର୍ଶାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପୋର୍ଟାଲରେ ୨୦ ଲକ୍ଷରୁ ଅଧିକ ସାଇବର ଅପରାଧ ଅଭିଯୋଗ ପଞ୍ଜିକୃତ ହୋଇଛି। ଏହି ସଂଖ୍ୟାକୁ ଦିନ ଆଧାରରେ ଗଣନା କଲେ ଜଣାଯାଏ, ସାଇବର ଅପରାଧ ସମ୍ବନ୍ଧରେ ପ୍ରତିଦିନ ୧୮୨୬ ଟି ଅଭିଯୋଗ ଗ୍ରହଣ କରାଯାଇଛି । କେବଳ ଏହି ଆଧାରରେ, ୪୦ ହଜାରରୁ ଅଧିକ ଏଫଆଇଆର ପଞ୍ଜିକୃତ ହୋଇଛି ।

ଦେଶରେ ସାଇବର ଅପରାଧ ରୋକିବା ଏବଂ ଭାରତୀୟ ସାଇବର କ୍ରାଇମ ସମନ୍ବୟ କେନ୍ଦ୍ର୍‌ର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୧.୩୩ ଲକ୍ଷରୁ ଅଧିକ ଲୋକଙ୍କଠାରୁ ସାଇବର ଅପରାଧ ଦ୍ୱାରା ଠକେଇ ହୋଇଥିବା ୨୫୩ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ଏହା ବ୍ୟତୀତ ବଡ଼ ଧରଣର ୫୦ ସାଇବର ଆକ୍ରମଣ ମାମଲାର ମୋଡସ ଅପରେଣ୍ଡି ଉପରେ ଏକ ଆନାଲିଟିକାଲ ରିପୋର୍ଟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…

ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ନୂଆବର୍ଷରେ ମାଙ୍କଡ଼ କିଣିବା ପାଇଁ ମାଡ଼ପିଟ୍‌, ଗୋଟିକର ଦାମ୍‌…

ବେଜିଂ,୨ା୧: ନୂଆବର୍ଷ ପାଇଁ ଚାଇନାରେ ମାଙ୍କଡ଼ର ପ୍ରବଳ ଚାହିଦା ବଢ଼ିଛି। ପୂର୍ବରୁ କିଛି ହଜାର ଟଙ୍କାରେ ବିକ୍ରି ହେଉଥିବା ମାଙ୍କଡ଼ଗୁଡ଼ିକ ଏବେ ବେଜିଂରେ ୨୫ ଲକ୍ଷ...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri