Categories: Video

ଡିଜିଟାଲ ଆପ୍ ରୁ ଲୋନ ନେଉଥିଲେ ସାବଧାନ !

ଏବେ ଡିଜିଟାଲ ପ୍ଲାଟଫର୍ମରେ ଲୋନ ନେବା ବହୁତ ସରଳ ହୋଇଯାଇଛି । ଆବେଦନକାରୀ ଆବେଦନ କରିବାର ମାତ୍ର କେଇ ମିନିଟ ମଧ୍ୟରେ ବ୍ୟାଙ୍କ ଖାତାରେ ଆପଣ ଚାହୁଁଥିବା ଲୋନ ଟଙ୍କା ଜମା ହୋଇ ଯାଉଛି । ଏଇ ସହଜ ସରଳ ଭିତରେ ଅନେକ ସମୟରେ ଦେଖିବାକୁ ମିଳୁଛି ଲୋନ ଦେଉଥିବା କିଛି ଅନଲାଇନ ସଂସ୍ଥା ଗୁଡିକ ଗ୍ରାହକଙ୍କୁ ଠକୁଛନ୍ତି । ଫୋନ କରି ଧମକ ଦେଉଛନ୍ତି । ତେବେ ଏନେଇ ଏବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କୁ ଅନଧିକୃତ ବା ଅଣପଞ୍ଜିକୃତ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଋଣ ନେଲା ବେଳେ କିମ୍ବା ଟଙ୍କା ପରିଶୋଧ କଲା ବେଳେ ସଜାଗ ରହିବାକୁ କହିଛି।