ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ ବଜାର(ଭାରତ)ରେ ବୃତ୍ତିଗତ ଏବଂ ବାଣିଜି୍ୟକ ରେଡିଅସ୍‌ ବଣ୍ଟନ ପାଇଁ ଉଭୟ କମ୍ପାନୀ ମଧ୍ୟରେ ଉକ୍ତ ସହଭାଗିତା ହୋଇଛି। ଏହା ଜରିଆରେ ଆର୍‌ୟା ଓମ୍‌ନିଟକ୍‌ କେବଳ ମୋଟୋରୋଲା ସଲ୍ୟୁଶନର ମୋଟୋଟ୍ରୋବ୍‌ ପୋର୍ଟଫୋଲିଓ ଆଣ୍ଡ ପ୍ରଡକ୍ଟସ ବଣ୍ଟନ କରିବ।

ଏହା ସହିତ ଓ୍ବେଭ ପିଟିଏକ୍ସ ଏବଂ ଆନୁଷଙ୍ଗିକ ସେବା ପ୍ରଦାନ ମଧ୍ୟ ଜାରି ରଖିବ। ଏ ସମ୍ପର୍କରେ ଆର୍‌ୟା ଓମ୍‌ନିଟକ୍‌ର ସିଇଓ ପାରେଶ ସେଟ୍ଟୀ କହିଛନ୍ତି, ଆମେମାନେ ମୋଟୋରୋଲା ସଲ୍ୟୁଶନ ସହିତ ଆମର ନିରନ୍ତର ସହଭାଗିତା ଘୋଷଣା କରି ବେଶ୍‌ ଆନନ୍ଦିତ ଅଛୁ। ଏପରିକି ଆମେ ବ୍ରାଣ୍ଡ୍‌ ଏବଂ ଗ୍ରାହକଙ୍କ ସହିତ ବର୍ଷ ବର୍ଷ ଧରି ନିର୍ମାଣ କରିଥିବା ବିଶ୍ୱାସକୁ ଦୃଢ଼ କରିବାକୁ ଆଗ୍ରହୀ ରହୁଛୁ। ଏପରିକି ଏହି ସ୍ବତନ୍ତ୍ର ସହଭାଗିତା ଆମକୁ ଭାରତରେ ଗୁଣାତ୍ମକ ଉତ୍ପାଦଗୁଡ଼ିକର ସର୍ବୋତ୍ତମ ବିକ୍ରୟ କରିବାର ସୁଯୋଗ ପ୍ରଦାନ କରିବ।

ସେହିଭଳି ଏହି ସେବାଗୁଡିକ ମ୍ୟୁନିସିପାଲ କର୍ପୋରେଶନ ,ଉତ୍ପାଦନ, ସୁରକ୍ଷା, ତୈଳ ଏବଂ ଗ୍ୟାସ୍‌, ପରିବହନ ଏବଂ ଲଜିଷ୍ଟିକ୍ସ, ଗୋଦାମ ଘର, ଶିକ୍ଷାନୁଷ୍ଠାନ, ଆଇଟି,ଆତିଥେୟତା, ଡାକ୍ତରଖାନା, ଦୂତାବାସ, ଖଣି ଏବଂ ନିର୍ମାଣ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକୁ ପୂରଣ କରିଥାଏ। ଉଲ୍ଲେଖଯୋଗ୍ୟ ଦେଶର ୨ଟି ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ଅରବିନ୍ଦ ଲିମିଟେଡ୍‌ ଏବଂ ଜେଏମ୍‌ ବକ୍ସି ଗ୍ରୁପ୍‌ର ମିଳିତ ଉଦ୍ୟମରେ ଆର୍‌ୟା ଓମ୍‌ନିଟକ୍‌ର ଅୟମାରମ୍ଭ ହୋଇଛି। ବର୍ତ୍ତମାନ ସମୟରେ ଆର୍‌ୟା ଓମ୍‌ନିଟକ୍‌ ତିନୋଟି ବ୍ୟବସାୟିକ ବିଭାଗ ପରିଚାଳନା କରୁଛି, ଯଥା ଶେୟାର ମୋବାଇଲ୍‌ ରେଡିଓ ସର୍ଭିସେସ୍‌, ଜିପିଏସ୍‌ ବେସ୍‌ଡ ଫ୍ଲିଇଟ୍‌ ଟ୍ରାକିଂ ଏବଂ ମ୍ୟାନେଜମେଣ୍ଟ ସଲ୍ୟୁଶନ ଏବଂ ଟୋଲ୍‌ ଆଣ୍ଡ ହାଇଓ୍ବେ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍ସ ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri