ମାନ୍ଦାବସ୍ଥାରେ ନିଯୁକ୍ତିରେ ଆଇଆଇଏମ୍‌କୁ ସଫଳତା

ସମ୍ବଲପୁର,୨୯।୩(ବ୍ୟୁରୋ): ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଚାଲିଥିବା ବେଳେ ସମ୍ବଲପୁର ଆଇଆଇଏମ୍‌କୁ ଚଳିତ ଶିକ୍ଷାବର୍ଷରେ ସଫଳତା ମିଳିଛି। ଛାତ୍ରୀଛାତ୍ରଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀରେ ଶତପ୍ରତିଶତ ନିଯୁକ୍ତି ମିଳିଛି। ଦୁଇ ଛାତ୍ରୀ ଆଭା ମାଲହୋତ୍ରାଙ୍କୁ ବାର୍ଷିକ ସର୍ବାଧିକ ୬୪ ଲକ୍ଷ ୧୬ ହଜାର ଓ ରମେୟା ଆର୍‌ଙ୍କୁ ୬୪ ଲକ୍ଷ ୬୧ ହଜାର ଦରମାରେ କମ୍ପାନୀ ନିଯୁକ୍ତି ଦେଇଛି। ଦେଶର ଅନ୍ୟ ଆଇଆଇଏମ୍‌ ତୁଳନାରେ ସମ୍ବଲପୁର ଆଇଆଇଏମ୍‌ ବହୁତ ଭଲ ପ୍ରଦର୍ଶନ କରିଛି ବୋଲି ଆଇଆଇଏମ୍‌ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ବାଲ କହିଛନ୍ତି। ସେ ଆହୁରି କରିଛନ୍ତି, ଚଳିତ ବର୍ଷ ଡିସେମ୍ବର ମାସରୁ କ୍ୟାମ୍ପସରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉକ୍ତ ମାସରେ ୮୦ ପ୍ରତିଶତ ନିଯୁକ୍ତି ମିଳିଯାଇଥିଲା। ଏଥିରେ ଦେଶ ଓ ଦେଶ ବାହାରର ୧୩୦ ନାମୀଦାମୀ କମ୍ପାନୀ ଯୋଗଦେଇଥିଲେ। ସମସ୍ତ ୧୬୭ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ମିଳିଛି। ଆଇଆଇଏମ୍‌ରେ ୪୮ ପ୍ରତିଶତ କେବଳ ଛାତ୍ରୀଙ୍କ ପାଠ ପଢିବା ପାଇଁ ସୁଯୋଗ ଦିଆଯାଉଛି। କ୍ୟାମ୍ପସରେ ଅତ୍ୟାଧୁନିକ ଶ୍ରେଣୀଗୃହ ସହିତ ଶିକ୍ଷାଦାନ ପାଇଁ ଅନୁକୂଳ ବାତାବରଣ ରହିଛି। ଆମ ଅନୁଷ୍ଠାନ ସହିତ ବାହାରୁ ଶିକ୍ଷକ ଅଣାଯାଇ ପାଠ ପଢାଯାଉଛି। ଅନେକ ସମୟରେ ଅନ୍‌ଲାଇନ ମାଧ୍ୟମରେ ଅଧ୍ୟାପକ କ୍ଲାସ କରୁଛନ୍ତି। ହେଲେ ଦୁଇଜଣ ଛାତ୍ର ନିଯୁକ୍ତି ପାଇଥିଲେ ମଧ୍ୟ ଯୋଗଦାନ କରିନାହାନ୍ତି। ସେମାନେ ନିଜ ଉଦ୍ୟୋଗ ଆରମ୍ଭ କରିଛନ୍ତି। ଅନ୍ୟ କେତେଜଣ ଛାତ୍ରୀଛାତ୍ର ଉଦ୍ୟୋଗ କରିବାକୁ ଚାହୁଁଥିଲେ ମଧ୍ୟ ବ୍ୟାଙ୍କରେ ଋଣ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ଚାକିରିରେ ଯୋଗଦାନ କରିଛନ୍ତି। ଖୁବ୍‌ଶୀଘ୍ର ସମ୍ବଲପୁର ଉପକଣ୍ଠ ବସନ୍ତପୁରଠାରେ ନିର୍ମାଣ ହେଉଥିବା ଆଇଆଇଏମ୍‌ର ନୂତନ କ୍ୟାମ୍ପସ ଲୋକାର୍ପଣ କରାଯିବ। ଉକ୍ତ କ୍ୟାମ୍ପସରେ ଆହୁରି ଉନ୍ନତମାନର ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri