ମାନ୍ଦାବସ୍ଥାରେ ନିଯୁକ୍ତିରେ ଆଇଆଇଏମ୍‌କୁ ସଫଳତା

ସମ୍ବଲପୁର,୨୯।୩(ବ୍ୟୁରୋ): ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଚାଲିଥିବା ବେଳେ ସମ୍ବଲପୁର ଆଇଆଇଏମ୍‌କୁ ଚଳିତ ଶିକ୍ଷାବର୍ଷରେ ସଫଳତା ମିଳିଛି। ଛାତ୍ରୀଛାତ୍ରଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀରେ ଶତପ୍ରତିଶତ ନିଯୁକ୍ତି ମିଳିଛି। ଦୁଇ ଛାତ୍ରୀ ଆଭା ମାଲହୋତ୍ରାଙ୍କୁ ବାର୍ଷିକ ସର୍ବାଧିକ ୬୪ ଲକ୍ଷ ୧୬ ହଜାର ଓ ରମେୟା ଆର୍‌ଙ୍କୁ ୬୪ ଲକ୍ଷ ୬୧ ହଜାର ଦରମାରେ କମ୍ପାନୀ ନିଯୁକ୍ତି ଦେଇଛି। ଦେଶର ଅନ୍ୟ ଆଇଆଇଏମ୍‌ ତୁଳନାରେ ସମ୍ବଲପୁର ଆଇଆଇଏମ୍‌ ବହୁତ ଭଲ ପ୍ରଦର୍ଶନ କରିଛି ବୋଲି ଆଇଆଇଏମ୍‌ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ବାଲ କହିଛନ୍ତି। ସେ ଆହୁରି କରିଛନ୍ତି, ଚଳିତ ବର୍ଷ ଡିସେମ୍ବର ମାସରୁ କ୍ୟାମ୍ପସରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉକ୍ତ ମାସରେ ୮୦ ପ୍ରତିଶତ ନିଯୁକ୍ତି ମିଳିଯାଇଥିଲା। ଏଥିରେ ଦେଶ ଓ ଦେଶ ବାହାରର ୧୩୦ ନାମୀଦାମୀ କମ୍ପାନୀ ଯୋଗଦେଇଥିଲେ। ସମସ୍ତ ୧୬୭ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ମିଳିଛି। ଆଇଆଇଏମ୍‌ରେ ୪୮ ପ୍ରତିଶତ କେବଳ ଛାତ୍ରୀଙ୍କ ପାଠ ପଢିବା ପାଇଁ ସୁଯୋଗ ଦିଆଯାଉଛି। କ୍ୟାମ୍ପସରେ ଅତ୍ୟାଧୁନିକ ଶ୍ରେଣୀଗୃହ ସହିତ ଶିକ୍ଷାଦାନ ପାଇଁ ଅନୁକୂଳ ବାତାବରଣ ରହିଛି। ଆମ ଅନୁଷ୍ଠାନ ସହିତ ବାହାରୁ ଶିକ୍ଷକ ଅଣାଯାଇ ପାଠ ପଢାଯାଉଛି। ଅନେକ ସମୟରେ ଅନ୍‌ଲାଇନ ମାଧ୍ୟମରେ ଅଧ୍ୟାପକ କ୍ଲାସ କରୁଛନ୍ତି। ହେଲେ ଦୁଇଜଣ ଛାତ୍ର ନିଯୁକ୍ତି ପାଇଥିଲେ ମଧ୍ୟ ଯୋଗଦାନ କରିନାହାନ୍ତି। ସେମାନେ ନିଜ ଉଦ୍ୟୋଗ ଆରମ୍ଭ କରିଛନ୍ତି। ଅନ୍ୟ କେତେଜଣ ଛାତ୍ରୀଛାତ୍ର ଉଦ୍ୟୋଗ କରିବାକୁ ଚାହୁଁଥିଲେ ମଧ୍ୟ ବ୍ୟାଙ୍କରେ ଋଣ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ଚାକିରିରେ ଯୋଗଦାନ କରିଛନ୍ତି। ଖୁବ୍‌ଶୀଘ୍ର ସମ୍ବଲପୁର ଉପକଣ୍ଠ ବସନ୍ତପୁରଠାରେ ନିର୍ମାଣ ହେଉଥିବା ଆଇଆଇଏମ୍‌ର ନୂତନ କ୍ୟାମ୍ପସ ଲୋକାର୍ପଣ କରାଯିବ। ଉକ୍ତ କ୍ୟାମ୍ପସରେ ଆହୁରି ଉନ୍ନତମାନର ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri