ମିଳୁନାହିଁ ଜଏନିଂ ଅର୍ଡର, ଡିଇଓଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା ଧମକ ଦେଲେ ବିଇଓ

ବଲାଙ୍ଗୀର, ୩୧।୭ (ସୁନୀଲ ମହାନ୍ତି): ଜଏନିଂ ଅର୍ଡର ମିଳିଲାନି ବୋଲି ବଲାଙ୍ଗୀର ଡିଇଓ ଅଫିସକୁ ଆସି ଜଣେ ବିଇଓ ଆତ୍ମହତ୍ୟା ଧମକ ଦେଇଛନ୍ତି। ବିଇଓ ରଞ୍ଜିତ ଭୋଇ ତିନି ମାସ ହେଲା ବଦଳି ହୋଇ ଆସିଥିଲେ ମଧ୍ୟ କାର୍ଯ୍ୟରେ ଯୋଗଦେବାକୁ ବଲାଙ୍ଗୀର ଡିଇଓ ତାଙ୍କୁ ନିର୍ଦ୍ଦେଶ ଦେଇନାହାନ୍ତି। ଦେବଗଡ଼ ଜିଲାରୁ ରଂଜିତ ଭୋଇଙ୍କୁ ବଲାଙ୍ଗୀର ଜିଲା ବେଲପଡା ବ୍ଲକ ବିଇଓ ଭାବରେ ବଦଳି ହୋଇଛି। ତିନିମାସ ହେଲା ଡିଇଓ ଅଫିସକୁ ଆସୁଛନ୍ତି ହେଲେ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଡିଇଓ ଚାହୁଁନଥିବା ଅଭିଯୋଗ କରିଛନ୍ତି । ବଦଳି ହେବାର ତିନି ମାସ ବିତି ଯାଇଥିଲେ ବି ଏଯାଏ ବେଲପଡାରେ ଯୋଗଦେବା ପାଇଁ ଜଏନିଂ ଅର୍ଡର ଦେଇନାହାନ୍ତି ଡିଇଓ । ବେଲପଡା ବ୍ଲକର ବିଇଓ ଦାୟିତ୍ୱରେ ଥିବା ଅଭିନ ମିଶ୍ର, ନିଜ ଜାଗା ଛାଡିବାକୁ ନାରାଜ ଥିବାବେଳେ ଅନ୍ୟ ପଟେ ତିନିମାସ ହେଲା ଦରମା ପାଇ ନ ଥିବା ରଂଜିତ ଭୋଇ କହିଛନ୍ତି । ତେଣୁ ଆଜି ଆଦିବାସୀ ସଂଘ ସଭାପତି ସତ୍ୟ ଭୋଇଙ୍କ ସହିତ ଆସି ଡିଇଓ ଅଫିସରେ ଆତ୍ମହତ୍ୟା ଧମକ ଦେଇଛନ୍ତି ।

Share
Tags: odisha