ବର୍ଷା ପାଇଁ ବେଙ୍ଗବେଙ୍ଗୁଲୀ ବାହାଘର

ଡାବୁଗାଁ, ୧୭।୭ (ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ମେଦନା ପଞ୍ଚାୟତ ଅଧୀନ ଚାଟିଗୁଡ଼ା ଗ୍ରାମରେ ବର୍ଷା ପାଇଁ ବେଙ୍ଗବେଙ୍ଗୁଲୀ ବାହାଘର ଶନିବାର ସାରେ ଆରମ୍ଭ ହୋଇଛି। ଏହା ୯ ଦିନ ଧରି ଚାଲିବ।
ସ୍ଥାନୀୟ ଠାକୁରାଣୀ ମନ୍ଦିରରେ ଗ୍ରାମର ଶତାଧିକ ମହିଳା ପୁରୁଷ ଏକାଠି ହୋଇ ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାପାଠ କରିଥିଲେ। ସେଠାରୁ ଭୀମା ମନ୍ଦିରକୁ ଆସି ସେଠାରେ ଭୀମା ମୂର୍ତ୍ତିଙ୍କୁ ଗୋବରରେ ପୋତିବା ସହ ପୂଜାପାଠ କରାଯାଇଥିଲା। ପରେ ଗ୍ରାମରେ ଥିବା ପୋଖରୀରୁ ବେଙ୍ଗବେଙ୍ଗୁଲୀ ଆଣି ସେମାନଙ୍କୁ ନୂତନ ମାଟିହାଣ୍ଡିରେ ରଖାଯାଇଥିଲା। ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ବେଙ୍ଗ ଓ ବେଙ୍ଗୁଲୀକୁ ପୂଜା କରାଯାଇଛି। ସୋମବାର ସକାଳୁ ପୁଣି ସ୍ଥାନୀୟ ଲୋକମାନେ ପୂଜାପାଠ କରୁଛନ୍ତି। ଏହି ବେଙ୍ଗ ବେଙ୍ଗୁଲୀ ବାହାଘର ୯ ଦିନ ଧରି ଚାଲିବ। ୯ ଦିନ ପରେ ସେମାନଙ୍କୁ ପୋଖରୀରେ ବିସର୍ଜନ କରାଯିବ ବୋଲି ଗାଉଟିଆ ସୂଚନା ଦେଇଛନ୍ତି। ତେବେ ଗାଉଟିଆ ସାହିରେ କନ୍ୟା ପକ୍ଷ ରହିଥିବା ବେଳେ ପୂଜାରୀ ସାହି କୁ ବରପକ୍ଷ କରାଯାଇଛି। ଚାଟିଗୁଡ଼ା ଗ୍ରାମରେ ପ୍ରଥମ ଥର ବେଙ୍ଗବେଙ୍ଗୁଲୀ ବାହାଘର କରାଯାଉଛି। ଏପରି କଲେ ଭଲ ଫସଲ ହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି।
ବ୍ଲକରେ ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରୁନାହିଁ। ଧାନ ଚାଷ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ସ୍ଥାନୀୟ ଚାଷୀମାନେ ଅନୁକୂଳ ପାଗ ଦେଖି ଧାନ ତଳି ପକାଇଥିବା ବେଳେ ବର୍ଷା ଅଭାବ ଯୋଗୁ ତଳି ଉପାଡି ହେଉନାହିଁ। ସେହିପରି ଧାନ ଜମିଗୁଡ଼ିକରେ ପାଣି ନ ଥିବା ଯୋଗୁ ଧାନ ରୁଆ କାମ ହୋଇପାରୁନାହିଁ। ଏହାକୁ ନେଇ ଚାଷୀମାନେ ଚିନ୍ତାରେ। ୭ ଦିନ ମଧ୍ୟରେ ଜମିରେ ଧାନ ତଳା ରୋଇଲା ଭଳି ବର୍ଷା ନ ହେଲେ ଚାଷ ନଷ୍ଟହେବା ଆଶଙ୍କା ରହିଛି। ବର୍ଷାଭାବ ଯୋଗୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ଚାଷକାମରେ ଶ୍ରମିକଭାବେ ନିୟୋଜିତ ଲୋକେ କାମ ପାଇପାରୁନାହାନ୍ତି। ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କିଭଳି ହେବ ସେ ନେଇ ଶ୍ରମିକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ଡାବୁଗାଁ ବ୍ଲକରେ ଥିବା ଜମିଗୁଡିକରେ ଜଳସେଚନର ସୁବିଧା କରାଗଲେ ଚାଷୀମାନେ ବର୍ଷାପାଣି ଉପରେ ନିର୍ଭର ନ କରି ବର୍ଷକୁ ୨ଥର ଚାଷ କରିବା ସହ ତାଙ୍କର ଆର୍ଥିକ ମାନଦଣ୍ଡ ସୁଧୁରିପାରନ୍ତା। ତେଣୁ ପ୍ରଶାସନ ତୁରନ୍ତ ଜଳ ସେଚନ ବ୍ୟବସ୍ଥା କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri