ରାଇକିଆ,୮।୩ (ପ୍ରଦୀପ ବେହେରା): ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅନଗ୍ରସରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଅନ୍ତୋଦୟ ଗୃହ ଯୋଜନା । ଏଥିରେରେ ରାଇକିଆ ବ୍ଲକରେ ଆବେଦନ କାରୀଙ୍କ କାଗଜପତ୍ର ଯାଞ୍ଚ ଶୁକ୍ରବାର କରାଯାଇଅଛି । ଏହି ଯୋଜନାରେ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ, ଗୁରୁତର ଅସୁସ୍ଥ ପରିବାରର ମୁଖ୍ୟ, ଦିବ୍ୟାଙ୍ଗ, ବାସଗୃହ ନ ଥିବା ପରିବାର, ଛୋଟ ଶିଶୁ ଥିବା ବିଧବା ମହିଳାଙ୍କ କ୍ଷେତ୍ରରେ ପ୍ରାଥମିକତା ଦେଇ ହିତାଧୀକାରୀ ଚୟନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଆବେଦନକାରୀଙ୍କ ସମସ୍ତ ଆବଶ୍ୟକୀୟ ପତ୍ର ଯାଞ୍ଚ କରାଯାଇଛି । ଆବେଦନକାରୀ ଙ୍କ ଉପସ୍ଥିତିରେ ରୁରାଲ ହାଉସିଂ ବିପିଏମ କମଲ ନାୟକ, ଏବିଡିଓ ଦିବ୍ୟସିଂ କହଁର, ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ବିଏସଏସଓ ରାମକୃଷ୍ଣ ବେହେରା ପ୍ରମୁଖ ଯାଞ୍ଚ କରିଥିଲେ ।


