ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩ ଏପ୍ରିଲ ୨୦୨୪ରେ ଇସ୍ରାଏଲ ଉପରେ ଇରାନ୍‌ର ଡ୍ରୋନ୍‌ ଆକ୍ରମଣ ପୃଥିବୀବାସୀଙ୍କ ପାଇଁ ଘୋର ଚିନ୍ତା ଆଣିଦେଇଛି। ଅତୀତକୁ ଦେଖିଲେ ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଦେଖାଦେଇଛି ତାହା ସମ୍ପୃକ୍ତ ଅଞ୍ଚଳରେ ସୀମିତ ନ ରହି ବିଶ୍ୱ ଭୂଖଣ୍ଡକୁ ପରିବ୍ୟାପ୍ତ କରିଛି। ଏବର ଭୂରାଜନୈତିକ ସ୍ଥିତିକୁ ଦେଖିଲେ ଇସ୍ରାଏଲକୁ ସମର୍ଥନ କରିବା ଲାଗି ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ଦେଶ ଆଗଭର ହୋଇଛନ୍ତି। ସେପଟେ ହମାସକୁ ସମର୍ଥନ କରିଆସୁଥିବା ଇରାକ୍‌, ଆଫଗାନିସ୍ତାନ, ୟେମେନ୍‌, କାତାର, ଲେବାନନ୍‌, ସାଉଦି ଆରବ ପରି ରାଷ୍ଟ୍ର ଏଭଳି ସ୍ଥିତିରେ ଇରାନ୍‌କୁ ସମର୍ଥନ କରିବାର ସମ୍ଭାବନା ଦେଖାଦେଉଛି। ତେଣୁ ଇସ୍ରାଏଲ ଓ ଇରାନ୍‌ ଅସ୍ତ୍ରଶସ୍ତ୍ର ବ୍ୟବହାରରେ ସଂଯମ ରକ୍ଷା ନ କଲେ ବିଶ୍ୱ ଯୁଦ୍ଧାଭିମୁଖୀ ହେବାର ଆଶଙ୍କା ଉପୁଜିଲାଣି।
ଇସ୍ରାଏଲ ଓ ଇରାନ୍‌ ଦଶନ୍ଧିବ୍ୟାପୀ ଛାୟାଯୁଦ୍ଧରେ ଲିପ୍ତ ଅଛନ୍ତି। ତାହା ସ୍ଥଳ, ଜଳ, ଆକାଶଠାରୁ ଆରମ୍ଭ କରି ସାଇବର ସ୍ପେଶ୍‌ରେ ଲାଗି ରହିଛି। କିନ୍ତୁ ଏବେ ପ୍ରଥମ ଥର ପାଇଁ ଇରାନ୍‌ ସିଧାସଳଖ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଛି। ଚଳିତ ମାସ ୧ ତାରିଖରେ ଇସ୍ରାଏଲ ସୈନ୍ୟ ସିରିଆ ରାଜଧାନୀ ଡାମସ୍କସରେ ଥିବା ଇରାନ୍‌ ଦୂତାବାସ ନିକଟ କନ୍‌ସ୍ୟୁଲେଟ ଆନେକ୍ସ ବିଲ୍ଡିଂ ଉପରେ ଆକ୍ରମଣ କରି ତାହାକୁ ଧ୍ୱଂସ କରିଦେଇଥିଲା। ଏଥିରେ ଇରାନ୍‌ର ଇସ୍‌ଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କର୍‌ର ଦୁଇ ବରିଷ୍ଠ କମାଣ୍ଡର ଓ ୭ ଜଣ ସୈନ୍ୟଙ୍କ ସମେତ ମୋଟ ୧୬ ଜଣଙ୍କ ପ୍ରାଣହାନି ଘଟିଥିଲା। ଏଥିରେ ପ୍ରତିଶୋଧପରାୟଣ ହୋଇ ଇସ୍ରାଏଲ୍‌ ଉପରେ ଇରାନ୍‌ ଆକ୍ରମଣ କରିଥିବା କହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଇରାନ୍‌ ଆକ୍ରମଣର ପ୍ରତ୍ୟୁତ୍ତର ଦେବାକୁ ଯାଇ କହିଛନ୍ତି, ତାଙ୍କ ଦେଶ ପ୍ରତିରକ୍ଷା ହେଉ ବା ଆକ୍ରମଣାତ୍ମକ ସ୍ଥିତିର ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ତାଙ୍କ ରାଷ୍ଟ୍ର ଓ ଦେଶବାସୀ ଶକ୍ତିଶାଳୀ ଅଛନ୍ତି। ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ତାଙ୍କ ସମର୍ଥନରେ ଥିବାରୁ ନେତନ୍ୟାହୁ ପୁଣି କହିଛନ୍ତି, ଯେକେହି ତାଙ୍କର କ୍ଷତି କରିବ, ସେ ମଧ୍ୟ ସେମାନଙ୍କର କ୍ଷତି କରିବେ। ଏଠାରେ ମନେପଡ଼େ, ହମାସ ଯେତେବେଳେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା ସେତେବେଳେ ନେତନ୍ୟାହୁ ଘୋର ପ୍ରତିଶୋଧ ନେବେ ବୋଲି କହିଥିଲେ ଏବଂ ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟରେ ଦେଖାଇଛନ୍ତିି। ଏବର ସ୍ଥିତିରେ ଇସ୍ରାଏଲ୍‌ ଉପରେ ଇରାନ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ଯଥାର୍ଥ ବୋଲି ଦର୍ଶାଇ ଏହାର ଶୀର୍ଷ ନେତା କହିଛନ୍ତି, ଇହୁଦୀ ଶାସକଙ୍କ ଡାମସ୍କସ୍‌ସ୍ଥିତ ଇରାନ୍‌ର କୂଟନୈତିକ ପରିସର ଉପରେ ଆକ୍ରମଣର ଏହା ପ୍ରତିଫଳନ। ଏବେ ଘଟଣାକୁ ଏହିଠାରେ ସମାପ୍ତ କରାଯାଇପାରେ। ଇସ୍ରାଏଲ ଯଦି ପୁନଶ୍ଚ ଆକ୍ରମଣ କରେ, ତେବେ ଇରାନ୍‌ ଯଥେଷ୍ଟ ଭାବେ ଭୟଙ୍କର ହୋଇଯିବ। ଏହା ଇସ୍ରାଏଲ ଓ ଇରାନ୍‌ ମଧ୍ୟରେ ଏକ ଦ୍ୱନ୍ଦ୍ୱ। ଏଥିରୁ ଆମେରିକା ଦୂରେଇ ରହିବା ଉଚିତ ବୋଲି ତେହେରାନ୍‌ କର୍ତ୍ତୃପକ୍ଷ ସତର୍କ କରାଇ ଦେଇଛନ୍ତି। ତେବେ ଇରାନ୍‌ର ଏଭଳି ମନ୍ତବ୍ୟ ଆଗକୁ କେଉଁଭଳି ସ୍ଥିତି ସୃଷ୍ଟି କରିବ ତାହା ପରେ ଜଣାପଡ଼ିବ।
ଇସ୍ରାଏଲ ଉପରେ ଇରାନ୍‌ ଆକ୍ରମଣକୁ ବିଶ୍ୱ ନେତାମାନେ ନିନ୍ଦା କରିଥିବା ବେଳେ ଭାରତ ପାଇଁ ଏହି ଯୁଦ୍ଧ ଚିନ୍ତାର କାରଣ ପାଲଟିଛି। ୧୩ ଏପ୍ରିଲରେ ଇରାନ୍‌ର ରିଭୋଲ୍ୟୁଶନାରୀ ଗାର୍ଡ ଇସ୍ରାଏଲ ସ୍ବୀକୃତିପ୍ରାପ୍ତ ଏକ ମାଲବାହୀ ଜାହାଜକୁ ହୋର୍‌ମୁଜ୍‌ ପ୍ରଣାଳୀରୁ ଜବତ କରିଛି। ସେଥିରେ ଥିବା ୨୫ କର୍ମଚାରୀଙ୍କ ମଧ୍ୟରେ ୧୭ ଜଣ ଭାରତୀୟ ରହିଛନ୍ତି। ସେମାନଙ୍କ ମୁକ୍ତି ଲାଗି ଇରାନୀୟ କର୍ତ୍ତୃପକ୍ଷଙ୍କ ସହ ଭାରତର କୂଟନୈତିକ ଯୋଗାଯୋଗ ଜାରି ରହିଥିବା ସରକାରୀ ଭାବେ କୁହାଯାଇଛି। ସେପଟେ ଇସ୍ରାଏଲରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୫ ହଜାରରୁ ଅଧିକ ଭାରତୀୟଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ଇରାନ୍‌-ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଉଭୟ ଦେଶକୁ ନ ଯିବା ପାଇଁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହାର ନାଗରିକମାନଙ୍କୁ ଚେତାବନୀ ଦିଆଯାଇଛି। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ମଧ୍ୟପ୍ରାଚ୍ୟରେ ସଦ୍ୟ ଦେଖାଦେଇଥିବା ଅଶାନ୍ତ ସ୍ଥିତି ଖୁବ୍‌ ଶୀଘ୍ର ପ୍ରଶମିତ ନ ହେଲେ ତାହା ବିଶ୍ୱ ପରିକ୍ରମା କରି ଭୂରାଜନୈତିକ, ଅର୍ଥନୈତିକ ଏବଂ କୂଟନୈତିକ କ୍ଷେତ୍ରରେ ଅସ୍ବାଭାବିକ ପରିଣତି ଆଣିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri