ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩ ଏପ୍ରିଲ ୨୦୨୪ରେ ଇସ୍ରାଏଲ ଉପରେ ଇରାନ୍‌ର ଡ୍ରୋନ୍‌ ଆକ୍ରମଣ ପୃଥିବୀବାସୀଙ୍କ ପାଇଁ ଘୋର ଚିନ୍ତା ଆଣିଦେଇଛି। ଅତୀତକୁ ଦେଖିଲେ ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଦେଖାଦେଇଛି ତାହା ସମ୍ପୃକ୍ତ ଅଞ୍ଚଳରେ ସୀମିତ ନ ରହି ବିଶ୍ୱ ଭୂଖଣ୍ଡକୁ ପରିବ୍ୟାପ୍ତ କରିଛି। ଏବର ଭୂରାଜନୈତିକ ସ୍ଥିତିକୁ ଦେଖିଲେ ଇସ୍ରାଏଲକୁ ସମର୍ଥନ କରିବା ଲାଗି ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ଦେଶ ଆଗଭର ହୋଇଛନ୍ତି। ସେପଟେ ହମାସକୁ ସମର୍ଥନ କରିଆସୁଥିବା ଇରାକ୍‌, ଆଫଗାନିସ୍ତାନ, ୟେମେନ୍‌, କାତାର, ଲେବାନନ୍‌, ସାଉଦି ଆରବ ପରି ରାଷ୍ଟ୍ର ଏଭଳି ସ୍ଥିତିରେ ଇରାନ୍‌କୁ ସମର୍ଥନ କରିବାର ସମ୍ଭାବନା ଦେଖାଦେଉଛି। ତେଣୁ ଇସ୍ରାଏଲ ଓ ଇରାନ୍‌ ଅସ୍ତ୍ରଶସ୍ତ୍ର ବ୍ୟବହାରରେ ସଂଯମ ରକ୍ଷା ନ କଲେ ବିଶ୍ୱ ଯୁଦ୍ଧାଭିମୁଖୀ ହେବାର ଆଶଙ୍କା ଉପୁଜିଲାଣି।
ଇସ୍ରାଏଲ ଓ ଇରାନ୍‌ ଦଶନ୍ଧିବ୍ୟାପୀ ଛାୟାଯୁଦ୍ଧରେ ଲିପ୍ତ ଅଛନ୍ତି। ତାହା ସ୍ଥଳ, ଜଳ, ଆକାଶଠାରୁ ଆରମ୍ଭ କରି ସାଇବର ସ୍ପେଶ୍‌ରେ ଲାଗି ରହିଛି। କିନ୍ତୁ ଏବେ ପ୍ରଥମ ଥର ପାଇଁ ଇରାନ୍‌ ସିଧାସଳଖ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଛି। ଚଳିତ ମାସ ୧ ତାରିଖରେ ଇସ୍ରାଏଲ ସୈନ୍ୟ ସିରିଆ ରାଜଧାନୀ ଡାମସ୍କସରେ ଥିବା ଇରାନ୍‌ ଦୂତାବାସ ନିକଟ କନ୍‌ସ୍ୟୁଲେଟ ଆନେକ୍ସ ବିଲ୍ଡିଂ ଉପରେ ଆକ୍ରମଣ କରି ତାହାକୁ ଧ୍ୱଂସ କରିଦେଇଥିଲା। ଏଥିରେ ଇରାନ୍‌ର ଇସ୍‌ଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କର୍‌ର ଦୁଇ ବରିଷ୍ଠ କମାଣ୍ଡର ଓ ୭ ଜଣ ସୈନ୍ୟଙ୍କ ସମେତ ମୋଟ ୧୬ ଜଣଙ୍କ ପ୍ରାଣହାନି ଘଟିଥିଲା। ଏଥିରେ ପ୍ରତିଶୋଧପରାୟଣ ହୋଇ ଇସ୍ରାଏଲ୍‌ ଉପରେ ଇରାନ୍‌ ଆକ୍ରମଣ କରିଥିବା କହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଇରାନ୍‌ ଆକ୍ରମଣର ପ୍ରତ୍ୟୁତ୍ତର ଦେବାକୁ ଯାଇ କହିଛନ୍ତି, ତାଙ୍କ ଦେଶ ପ୍ରତିରକ୍ଷା ହେଉ ବା ଆକ୍ରମଣାତ୍ମକ ସ୍ଥିତିର ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ତାଙ୍କ ରାଷ୍ଟ୍ର ଓ ଦେଶବାସୀ ଶକ୍ତିଶାଳୀ ଅଛନ୍ତି। ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ତାଙ୍କ ସମର୍ଥନରେ ଥିବାରୁ ନେତନ୍ୟାହୁ ପୁଣି କହିଛନ୍ତି, ଯେକେହି ତାଙ୍କର କ୍ଷତି କରିବ, ସେ ମଧ୍ୟ ସେମାନଙ୍କର କ୍ଷତି କରିବେ। ଏଠାରେ ମନେପଡ଼େ, ହମାସ ଯେତେବେଳେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା ସେତେବେଳେ ନେତନ୍ୟାହୁ ଘୋର ପ୍ରତିଶୋଧ ନେବେ ବୋଲି କହିଥିଲେ ଏବଂ ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟରେ ଦେଖାଇଛନ୍ତିି। ଏବର ସ୍ଥିତିରେ ଇସ୍ରାଏଲ୍‌ ଉପରେ ଇରାନ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ଯଥାର୍ଥ ବୋଲି ଦର୍ଶାଇ ଏହାର ଶୀର୍ଷ ନେତା କହିଛନ୍ତି, ଇହୁଦୀ ଶାସକଙ୍କ ଡାମସ୍କସ୍‌ସ୍ଥିତ ଇରାନ୍‌ର କୂଟନୈତିକ ପରିସର ଉପରେ ଆକ୍ରମଣର ଏହା ପ୍ରତିଫଳନ। ଏବେ ଘଟଣାକୁ ଏହିଠାରେ ସମାପ୍ତ କରାଯାଇପାରେ। ଇସ୍ରାଏଲ ଯଦି ପୁନଶ୍ଚ ଆକ୍ରମଣ କରେ, ତେବେ ଇରାନ୍‌ ଯଥେଷ୍ଟ ଭାବେ ଭୟଙ୍କର ହୋଇଯିବ। ଏହା ଇସ୍ରାଏଲ ଓ ଇରାନ୍‌ ମଧ୍ୟରେ ଏକ ଦ୍ୱନ୍ଦ୍ୱ। ଏଥିରୁ ଆମେରିକା ଦୂରେଇ ରହିବା ଉଚିତ ବୋଲି ତେହେରାନ୍‌ କର୍ତ୍ତୃପକ୍ଷ ସତର୍କ କରାଇ ଦେଇଛନ୍ତି। ତେବେ ଇରାନ୍‌ର ଏଭଳି ମନ୍ତବ୍ୟ ଆଗକୁ କେଉଁଭଳି ସ୍ଥିତି ସୃଷ୍ଟି କରିବ ତାହା ପରେ ଜଣାପଡ଼ିବ।
ଇସ୍ରାଏଲ ଉପରେ ଇରାନ୍‌ ଆକ୍ରମଣକୁ ବିଶ୍ୱ ନେତାମାନେ ନିନ୍ଦା କରିଥିବା ବେଳେ ଭାରତ ପାଇଁ ଏହି ଯୁଦ୍ଧ ଚିନ୍ତାର କାରଣ ପାଲଟିଛି। ୧୩ ଏପ୍ରିଲରେ ଇରାନ୍‌ର ରିଭୋଲ୍ୟୁଶନାରୀ ଗାର୍ଡ ଇସ୍ରାଏଲ ସ୍ବୀକୃତିପ୍ରାପ୍ତ ଏକ ମାଲବାହୀ ଜାହାଜକୁ ହୋର୍‌ମୁଜ୍‌ ପ୍ରଣାଳୀରୁ ଜବତ କରିଛି। ସେଥିରେ ଥିବା ୨୫ କର୍ମଚାରୀଙ୍କ ମଧ୍ୟରେ ୧୭ ଜଣ ଭାରତୀୟ ରହିଛନ୍ତି। ସେମାନଙ୍କ ମୁକ୍ତି ଲାଗି ଇରାନୀୟ କର୍ତ୍ତୃପକ୍ଷଙ୍କ ସହ ଭାରତର କୂଟନୈତିକ ଯୋଗାଯୋଗ ଜାରି ରହିଥିବା ସରକାରୀ ଭାବେ କୁହାଯାଇଛି। ସେପଟେ ଇସ୍ରାଏଲରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୫ ହଜାରରୁ ଅଧିକ ଭାରତୀୟଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ଇରାନ୍‌-ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଉଭୟ ଦେଶକୁ ନ ଯିବା ପାଇଁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହାର ନାଗରିକମାନଙ୍କୁ ଚେତାବନୀ ଦିଆଯାଇଛି। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ମଧ୍ୟପ୍ରାଚ୍ୟରେ ସଦ୍ୟ ଦେଖାଦେଇଥିବା ଅଶାନ୍ତ ସ୍ଥିତି ଖୁବ୍‌ ଶୀଘ୍ର ପ୍ରଶମିତ ନ ହେଲେ ତାହା ବିଶ୍ୱ ପରିକ୍ରମା କରି ଭୂରାଜନୈତିକ, ଅର୍ଥନୈତିକ ଏବଂ କୂଟନୈତିକ କ୍ଷେତ୍ରରେ ଅସ୍ବାଭାବିକ ପରିଣତି ଆଣିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri