Posted inଫୁରସତ

ଅନିଶ୍ଚିତତାରେ ଭାବୀ ରାଣୀଙ୍କ ମାଷ୍ଟର ଡିଗ୍ରୀ: ଭବିଷ୍ୟତ ଅନ୍ଧକାର

ବ୍ରସେଲ୍ସ,୨୪ା୫:ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରୀଛାତ୍ର ପଢ଼ିପାରିବେ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିର୍ଦ୍ଦେଶନାମା ଜାରି କରିବା ପରେ ସେଠାରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବେଲଜିୟମର ୨୩ ବର୍ଷିଆ ପ୍ରିନ୍ସେସ୍‌ ତଥା ଭାବୀ ରାଣୀ ଏଲିସାବେଥ୍‌ ସମ୍ପ୍ରତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍‌ ପଲିସିରେ ମାଷ୍ଟର ଡିଗ୍ରୀ ଅଧ୍ୟୟନ କରୁଛନ୍ତି। ନିକଟରେ ସେ ଏହି କୋର୍ସର ପ୍ରଥମ ବର୍ଷ ପୂରା କରିଛନ୍ତି। ହାର୍ଭାର୍ଡରେ ବିଦେଶୀ ଛାତ୍ରୀଛାତ୍ରଙ୍କ ଉପରେ ଟ୍ରମ୍ପ୍‌ ପ୍ରଶାସନର କଟକଣା ପରେ ପ୍ରିନ୍ସେସ୍‌ ଏଲିସାବେଥ୍‌ଙ୍କ ଭବିଷ୍ୟତର ପାଠପଢ଼ାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ସମ୍ପ୍ରତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କୁ ଅନ୍ୟ ୟୁନିଭର୍ସିଟିକୁ ସ୍ଥାନାନ୍ତରିତ ହେବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ନ କଲେ ସେମାନେ ଆମେରିକାରେ ନିଜ ଲିଗାଲ ଷ୍ଟାଟସ୍‌କୁ ହରାଇବେ ବୋଲି ପ୍ରଶାସନ ଧମକ ଦେଉଛି। ବେଲଜିୟମ ରୟାଲ ପ୍ୟାଲେସ୍‌ର ମୁଖପାତ୍ର ଲୋର୍‌ ଭାନ୍‌ଡୋର୍ନ କହିଛନ୍ତି, ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତିର ପ୍ରଭାବ ଆଗାମୀ ଦିନରେ ସ୍ପଷ୍ଟ ହେବ। ବର୍ତ୍ତମାନର ସ୍ଥିତିରେ ପରିସ୍ଥିତିର ସମାଧାନ ପାଇଁ ରୟାଲ ପ୍ୟାଲେସ୍‌ ପକ୍ଷରୁ ବିଶ୍ଳେଷଣ କରାଯାଉଥିବା ସେ କହିଛନ୍ତି। ପ୍ରକାଶ ଯେ, ବେଲଜିୟମ ରାଜା ଫିଲିପ୍ସ ଏବଂ ରାଣୀ ମାଥିଲ୍ଡଙ୍କ ୪ ସନ୍ତାନ ମଧ୍ୟରୁ ପ୍ରିନ୍ସେସ୍‌ ଏଲିସାବେଥ୍‌ ହେଉଛନ୍ତି ଜ୍ୟୋଷ୍ଠ ସନ୍ତାନ। ତେଣୁ ପ୍ରିନ୍ସେସ୍‌ ଏଲିସାବେଥ୍‌ ହେଉଛନ୍ତି ରାଜା ଫିଲିପ୍ସଙ୍କ ଉତ୍ତରାଧିକାରୀ ଏବଂ ବେଲଜିୟମର ଭାବୀ ରାଣୀ। ହାର୍ଭାର୍ଡରେ ନାମ ଲେଖାଇବା ପୂର୍ବରୁ ସେ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ହିଷ୍ଟ୍ରି ଏବଂ ପଲିଟିକ୍ସରେ ଡିଗ୍ରୀ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri